ଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଅନୁଭୂତ ହୋଇଛି ଭୂକମ୍ପର ଝଟକା । ଭୂକମ୍ପର ତୀବ୍ରତା ୨.୩ । ଶନିବାର ବିଳମ୍ବିତ ରାତିରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ୫ କିଲୋମିଟର ଗଭୀରତାରେ ବୋଲି ଜଣାପଡିଛି । ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଥିବା କାରଣରୁ ଲୋକ ନିଦରୁ ଉଠି ଭୟରେ ଘର ବାହାରକୁ ଦୌଡିଥିଲେ । ବାରମ୍ବାର ଭୂକମ୍ପ ଲୋକଙ୍କ ଚିନ୍ତାକୁ ବଢାଇ ଦେଇଛି ।

କିଛି ଦିନ ପୂର୍ବରୁ ଦିଲ୍ଲୀ ଏନସିଆରରେ ଭୂମିକମ୍ପର ବଡ଼ ଧରଣର ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୪.୦ । ଧୋଲାକୁଆଁ ନିକଟରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ସକାଳ ୫ଟା ୩୫ରେ ଭୂକମ୍ପ ହୋଇଥିଲା । ନୋଏଡ଼ା, ଫରିଦାବାଦ, ରୋହତକ ଓ ଗୁରୁଗ୍ରାମରେ ଭୂକମ୍ପ ହୋଇଥିଲା । ଦିଲ୍ଲୀ ସମେତ ୟୁପି ଓ ହରିୟାଣାରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଯାଇଥିଲେ ଲୋକ । କିନ୍ତୁ କୌଣସି କ୍ଷୟକ୍ଷତିର ସୂଚନା ନଥିଲା ।
ଅନ୍ୟପଟେ ଭାରତରେ ଦିଲ୍ଲୀର ଭୂକମ୍ପ କ୍ଷେତ୍ର IV ରେ ରଖାଯାଇଛି । ଯାହା ବିପଦର ଦ୍ବିତୀୟ ସ୍ଥାନରେ ରହିଛି ବୋଲି କୁହାଯାଉଛି ।
