• About Us
  • Contact Us
Tuesday, November 17, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭୂକମ୍ପ ଝଟକାରେ ଥରିଲା ମିଆଁମାର, ତୀବ୍ରତା ୪.୧

by Voice of Victims
July 3, 2025
in ଦେଶ ବିଦେଶ, ମୁଖ୍ୟ ଖବର
ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ; ଆସିପାରେ ସୁନାମି

ମିଆଁମାର : ପୁଣିଥରେ ଭୂକମ୍ପ ଝଟକାରେ ଥରିଲା ମିଆଁମାର । ଆଜି ସକାଳେ ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୪.୧ । ପ୍ରାୟ ସକାଳ ୬.୧୦ ମିନିଟରେ ଭୂକମ୍ପ ହୋଇଥିବା ସୂଚନା ମିଳୁଛି । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା । ଫଳରେ ଲୋକେ ଭୟରେ ଘରୁ ବାହାରି ଦୌଡିଥିଲେ । ଯାହାକୁ ସ୍ପଷ୍ଟ କରିଛି NCS ।

NCSର ସୂଚନାନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ଅଗଭୀର ଗଭୀରତାରେ ଥିଲା । ଯାହା ଫଳରେ ପୁଣି ଥରେ ଭୂକମ୍ପର ଝଟକା ସମ୍ଭାବନା ସୃଷ୍ଟି କରିଛି । ଯାହା ଗଭୀର ଭୂକମ୍ପ ଅପେକ୍ଷା ଏହା ଅଧିକ ବିପଦପୂର୍ଣ୍ଣ । ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ମିଆଁମାରର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଶୁକ୍ରବାର ରାତିରେ ମିଆଁମାରରେ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା ।

ଶୁକ୍ରବାର ରାତି ୧୧.୦୪ ମିନିଟରେ ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୬ ମାପ କରାଯାଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା । ଶୁକ୍ରବାର ରାତି ୧୧.୩୧ ମିନିଟରେ ମିଆଁମାରରେ ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏନସିଏସ କହିଛି ଯେ, ଏହି ସମୟରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ମାପ କରାଯାଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୩୦ କିଲୋମିଟର ତଳେ ରହିଥିଲା । ବିଳମ୍ବିତ ରାତିରେ ହୋଇଥିବା ଭୂମିକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇଯାଇଥିଲେ । ଫଳରେ ଲୋକମାନେ ଘରୁ ବାହାରକୁ ଦୌଡି ଆସିଥିଲେ ।

ମିଆଁମାରରେ ୨୮ ମାର୍ଚ୍ଚରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ଥିଲା ୭.୭ । ମିଆଁମାରର ସରକାରଙ୍କ ଅନୁଯାୟୀ, ମାର୍ଚ୍ଚ ମାସରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨,୦୫୬ ରହିଥିବା ବେଳେ ୩,୯୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୨୭୦ ଜଣ ନିଖୋଜ ରହିଛନ୍ତି ।

Post Views: 63
Share199Tweet124Send
Voice of Victims

Voice of Victims

Recent Posts

  • ଆଇଡିଏ ଓଡ଼ିଶା ଶାଖାର ସାଧାରଣ ସଂପାଦକ ଭାବେ ନିର୍ବାଚିତ ହେଲେ ସୋଆ ଅଧ୍ୟାପକ ଡାକ୍ତର ରାଧା ପ୍ରସନ୍ନ ଦଳାଇ
  • ସୋଆ କପ୍ ୨୦୨୬ ଉଦ୍‌ଘାଟିତ
  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ୩% ବଢ଼ିଲା ମହଙ୍ଗା ଭତ୍ତା, ୬୩% ହେଲା DA
  • ସୁନା ଓ ରୁପା ଦରରେ ବଡ଼ ହ୍ରାସ, ଗ୍ରାହକଙ୍କୁ ମିଳିଲା ଆଶ୍ୱସ୍ତି; ୧ ଲକ୍ଷ ସ୍ତର ମୁହାଁ ସୁନା ଦର!
  • UPIରେ ଐତିହାସିକ ରେକର୍ଡ! ପ୍ରଥମ ଥର ୩୦ ଲକ୍ଷ କୋଟି ପାର୍ କଲା କାରବାର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In