• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ, ୬.୩%ରୁ ୬.୮% ମଧ୍ୟରେ ଅଭିବୃଦ୍ଧି ହାର

by Voice of Victims
January 31, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ, ୬.୩%ରୁ ୬.୮% ମଧ୍ୟରେ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ : ୨୦୨୫-୨୬ ଆର୍ôଥକ ବର୍ଷରେ ଆର୍ôଥକ ଅଭିବୃଦ୍ଧି ହାର ୬.୩%ରୁ ୬.୮% ମଧ୍ୟରେ ରହିପାରେ ବୋଲି ଆକଳନ କରାଯାଇଛି। ଏତଦ୍‌ବ୍ୟତୀତ ଏପ୍ରିଲ୍‌-ଡିସେମ୍ବର ୨୦୨୪ରେ ଖୁଚୁରା ମୁଦ୍ରାସ୍ଫୀତି ୪.୯% ରହିଥିବା ସର୍ଭେ ରିପୋର୍ଟ ଦର୍ଶାଇଛି ଯେତେବେଳେ କି ୨୦୨୩-୨୦୨୪ରେ ଖୁଚୁରା ମୁଦ୍ରାସ୍ଫୀତି ଉଚ୍ଚତମ ସ୍ତର ଅର୍ଥାତ୍ ୫.୪% ରହିଥିଲା। ସର୍ବେକ୍ଷଣ ରିପୋର୍ଟରେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଭାରତ କରିବା ପାଇଁ ଆଗାମୀ ଏକରୁ ଦୁଇ ଦଶନ୍ଧି ମଧ୍ୟରେ ୮% ହାରରେ ଅର୍ଥନୈତିକ ଅଭିବୃଦ୍ଧି ଘଟିବ। ସେହିପରି ୨୦୨୪ରେ ଖରିଫ ଖାଦ୍ୟଶସ୍ୟ ଉତ୍ପାଦନ ୧୬୪୭.୦୫ ଲକ୍ଷ ମେଟ୍ରିକ୍ ଟନ୍ (ଏଲ୍‌ଏମ୍‌ଟି) ଟପିବ, ଯାହାକି ପୂର୍ବ ବର୍ଷ ତୁଳନାରେ ୮୯.୩୭ ଲକ୍ଷ ମେଟ୍ରିକ ଟନ୍ ଅଧିକ ବୋଲି ଦୃଢ଼ୋକ୍ତି କରିଛନ୍ତି ସୀତାରମଣ। ସୀତାରମଣଙ୍କ ଅନୁସାରେ ଉତ୍ପାଦକତା ଏବଂ କୃଷି ଆୟ ବୃଦ୍ଧି ଭଳି ବିଭିନ୍ନ ସରକାରୀ ପଦକ୍ଷେପ ଦ୍ୱାରା ଭାରତର କୃଷି କ୍ଷେତ୍ର ସାମ୍ପ୍ରତିକ ବର୍ଷଗୁଡ଼ିକରେ ଉଲ୍ଲେଖନୀୟ ସ୍ଥିରତା ଦେଖାଇଛି। ସୀତାରମଣ ଏହି ରିପୋର୍ଟ ଉପସ୍ଥାପନ କରିବା ଅବସରରେ କହିଛନ୍ତି, ‘କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟକଳାପ’ ଭାରତୀୟ ଅର୍ଥନୀତିର ମେରୁଦଣ୍ଡ, ଯାହା ଜାତୀୟ ଆୟ ଏବଂ ନିଯୁକ୍ତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ। ସର୍ଭେ ରିପୋର୍ଟ ଅନୁଯାୟୀ, ଗତ ୧୦ବର୍ଷ ମଧ୍ୟରେ ବାର୍ଷିକ କୃଷି ଆୟ ୫.୨୩% ବୃଦ୍ଧି ପାଇଛି। ସେହିପରି ୨୦୧୬-୧୭ ଆର୍ôଥକ ବର୍ଷରୁ ୨୦୨୨-୨୩ ଆର୍ôଥକ ବର୍ଷ ମଧ୍ୟରେ ଏହା ହାରାହାରି ୫% (ବୃଦ୍ଧି) ରହିଥିବା ରେକର୍ଡ କରାଯାଇଛି। ୨୦୨୪-୨୫ ଆର୍ôଥକ ବର୍ଷର ଦ୍ୱିତୀୟ ତ୍ରୟମାସରେ କୃଷି କ୍ଷେତ୍ରରେ ୩.୫ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଗ୍ରସ୍ ଭାଲ୍ୟୁ ଆଡେଡ୍ (ଜିଭିଏ) ୨୦୧୫ ଆର୍ôଥକ ବର୍ଷରେ ୨୪.୩୮% ଥିବାବେଳେ ୨୦୨୩ ଆର୍ôଥକ ବର୍ଷରେ ଏହା ୩୦.୨୩%କୁ ବୃଦ୍ଧି ପାଇଛି। ଅର୍ଥନୀତିରେ ସାମଗ୍ରିକ ଜିଭିଏର ୨୦% ଅଂଶ ସହିତ କୃଷିର କ୍ରମାଗତ ଏବଂ ସ୍ଥିର ଅଭିବୃଦ୍ଧି ପାଖାପାଖି ୫%, ଜିଭିଏରେ ୧% ଅଭିବୃଦ୍ଧି ଯୋଗଦାନ କରିବ। ସେହିପରି ଗ୍ରାମୀଣ ମୁଦ୍ରାସ୍ଫୀତି ୫.୯୫% ରୁ ୫.୭୬%କୁ ଏବଂ ସହରୀ ମୁଦ୍ରାସ୍ଫୀତି ୪.୮୯% ରୁ ୪.୫୮% କୁ ହ୍ରାସ ପାଇଛି ବୋଲି ସର୍ଭେ ରିପୋର୍ଟ ଆଧାରରେ ଅର୍ଥମନ୍ତ୍ରୀ ସଂସଦରେ ସୂଚନା ଦେଇଛନ୍ତି। ସୀତାରମଣ କହିଛନ୍ତି ଯେ ଗତ ୭ ବର୍ଷ ମଧ୍ୟରେ ଶ୍ରମ ବଜାରର ଅବସ୍ଥାରେ ଉନ୍ନତି ଆସିଛି। ୨୦୨୪ ଅର୍ଥବର୍ଷରେ ବେକାରୀ ହାର ୩.୨%କୁ ହ୍ରାସ ପାଇଛି। ଏଥିସହିତ, ଗତ ୬ ବର୍ଷ ମଧ୍ୟରେ ଇପିଏଫ୍‌ଓରେ ନିଟ୍ ବେତନ ଦ୍ୱିଗୁଣିତ ହୋଇଛି, ଯାହା ସଂଗଠିତ କ୍ଷେତ୍ରରେ ନିଯୁକ୍ତିର ଏକ ଭଲ ସଙ୍କେତ। ଅନ୍ୟପକ୍ଷେ ଆଗାମୀ ୨୦ ବର୍ଷରେ ଦ୍ରୁତ ଅଭିବୃଦ୍ଧି ପାଇଁ ଭାରତ ଭିତ୍ତିଭୂମିରେ ବିନିଯୋଗ ଆବଶ୍ୟକ ରହିଛି। ବିଗତ ବର୍ଷଗୁଡ଼ିକରେ ସରକାର ଶାରୀରିକ, ଡିଜିଟାଲ୍ ଏବଂ ସାମାଜିକ ଭିତ୍ତିଭୂମି ଉପରେ ଧ୍ୟାନ ଦେଇଛନ୍ତି ବୋଲି ସୀତାରମଣ କହିଛନ୍ତି। ସେହିପରି ଏହି ସର୍ଭେରେ ଆମେରିକୀୟ ବଜାରରେ ସଂଶୋଧନର ସମ୍ଭାବନା ଅଧିକ ରହିଥିବା ଅନୁମାନ କରାଯାଇଛି। ଯଦି ଏପରି ହୁଏ ତେବେ ଏହା ଭାରତୀୟ ଷ୍ଟକ୍ ମାର୍କେଟ ଉପରେ ବିଶେଷ ପ୍ରଭାବ ପକାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ମୋଟ ଘରୋଇ ଉତ୍ପାଦ ତୁଳନାରେ ବିଦେଶୀ ଋଣର ଅନୁପାତ ଜୁନ୍ ୨୦୨୪ରେ ୧୮.୮% ଥିବାବେଳେ ସେପ୍ଟେମ୍ବର ୨୦୨୪ ବେଳକୁ ଏହା ୧୯.୪%କୁ ବୃଦ୍ଧି ପାଇଛି। ସେହିପରି ବୈଦେଶିକ ମୁଦ୍ରା ଭଣ୍ଡାର ଅନୁପାତ ଜୁନ୍ ୨୦୨୪ରେ ୨୦.୩% ଥିବାବେଳେ ୨୦୨୪ ସେପ୍ଟେମ୍ବର ସୁଦ୍ଧା ୧୮.୯%କୁ ହ୍ରାସପାଇଛି। ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ଏହା ୬୪୦.୩ ବିଲିଅନ୍ ଆମେରିକୀୟ ଡଲାର ଥିଲା। ସେହିପରି ସେପ୍ଟେମ୍ବର ୨୦୨୪ ସୁଦ୍ଧା ଥିବା ଭାରତର ୭୧୧.୮ ବିଲିଅନ ଆମେରିକୀୟ ଡଲାରର ବୈଦେଶିକ ଋଣ ରହିଥିଲା। ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମ ୯ ମାସରେ ଦେଶର ମୋଟ ରପ୍ତାନି (ସାମଗ୍ରୀ ଓ ସେବା)ରେ ୬% ଅଭିବୃଦ୍ଧି ଘଟିଛି। ପେଟ୍ରୋଲିୟମ୍ ଓ ଅଳଙ୍କାର ଆଦି ସାମଗ୍ରୀକୁ ବାଦ୍‌ଦେଲେ ସେବା ଓ ରପ୍ତାନୀ ସାମଗ୍ରୀରେ ୧୦.୪% ବୃଦ୍ଧି ଘଟିଛି। ଏହା ଭାରତର ରପ୍ତାନି, କୃଷି ଏବଂ ରପ୍ତାନି ସାମଗ୍ରୀ ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ରହିଥିବାକୁ ଦର୍ଶାଉଛି ବୋଲି ସୀତାରମଣ କହିଛନ୍ତି। ତେବେ ଏହି ସମୟ ମଧ୍ୟରେ ମୋଟ ଆମଦାନିରେ ୬.୯% ବୃଦ୍ଧି ରେକର୍ଡ କରାଯାଇଛି ବୋଲି ସେ କହିଛନ୍ତି।

Post Views: 109
Share207Tweet130Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In