• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ: ବଢ଼ିଛି ମୁଣ୍ଡପିଛା ଆୟ, ବଢ଼ୁଛି ଅଭିବୃଦ୍ଧି

by Voice of Victims
February 15, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ: ବଢ଼ିଛି ମୁଣ୍ଡପିଛା ଆୟ, ବଢ଼ୁଛି ଅଭିବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ ବଢ଼ିଛି ବି ଅଭିବୃଦ୍ଧି, ବଢ଼ିଛି ବି ମୁଣ୍ଡପିଛା ଆୟ। ଶିଳ୍ପ ଓ ସେବା କ୍ଷେତ୍ର ଯୋଗୁଁ ଏହି ସଫଳତା ମିଳିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟର ବାସ୍ତବ ଅଭିବୃଦ୍ଧି ହାର ୮ରୁ ୮.୫% ରହିବ ବୋଲି ଆକଳନ କରାଯାଇଛି। ବିଭିନ୍ନ ସୁଯୋଗର ଫାଇଦା ଉଠାଇ ମଧ୍ୟମ ଅବଧିରେ ଓଡ଼ିଶା ଉଚ୍ଚ ଅଭିବୃଦ୍ଧି ହାର ହାସଲ କରିବାର ସାମର୍ଥ୍ୟ ରଖୁଛି। ଶନିବାର ବଜେଟ୍ ପୂର୍ବରୁ ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ବିଧାନସଭାରେ ଏହାକୁ ଉପସ୍ଥାପିତ କରିଛନ୍ତି। ସର୍ଭେ ରିପୋର୍ଟ କୁହାଯାଇଛି ଯେ, ଓଡ଼ିଶାର ଅନେକ ସ୍ଥଳରେ ପ୍ରାକୃତିକ ପରିବେଶ ଏହାକୁ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନରେ ମଧ୍ୟ ପରିଣତ କରିଛି। ଅତ୍ୟାବଶ୍ୟକୀୟ ଭିଭିଭୂମି ବିକାଶରେ ବହୁମୁଖୀ ସୁବିଧା ଯଥା-ଉଦ୍ୟାନ, ବନ୍ଦର କ୍ଷମତା, ଆଭ୍ୟନ୍ତରୀଣ ଜଳପଥ, ଡିଜିଟାଲ୍ ଓ ରେଳ ସଂଯୋଗ ଆଧାରିତ ସମବେତ ପୁଞ୍ଜିନିବେଶରୁ ଭବିଷ୍ୟତରେ ଉଲ୍ଲେଖନୀୟ ଲାଭ ଆଶା କରାଯାଉଛି। ଏହାବ୍ୟତୀତ ଅଗ୍ରଣୀ କ୍ଷେତ୍ରରେ ମହିଳାଙ୍କ ସମେତ ଶିଳ୍ପ ସମ୍ବନ୍ଧୀୟ କର୍ମଚାରୀ ପ୍ରଶିକ୍ଷଣ ଓଡ଼ିଶାର ଅର୍ଥନୀତିରେ ପରିବର୍ତ୍ତନ ଆଣିବା ସହ ‘ବିକଶିତ ଓଡ଼ିଶା’ର ସ୍ୱପ୍ନ ହାସଲ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିପାରିବ। ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାମାଞ୍ଚଳରେ ମାସିକ ମୁଣ୍ଡପିଛା ଖର୍ଚ୍ଚରେ ଓଡ଼ିଶା ପଞ୍ଚଦଶ ସ୍ଥାନରେ ଥିବାବେଳେ ସହରାଞ୍ଚଳରେ ଏକାଦଶ ସ୍ଥାନରେ ରହିଛି। ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ନେଇ ଭବିଷ୍ୟତର ଶିଳ୍ପ, ସୁଦୀର୍ଘ ଉପକୂଳ ରେଖା, ଅଭିବୃଦ୍ଧି ପାଇଁ ଅନୁକୂଳ ଏବଂ ଲାଭଦାୟକ ଜନସଂଖ୍ୟାକୁ ଉପଯୋଗ କରି ଓଡ଼ିଶା ଏକ ନୂତନ ଅଭିବୃଦ୍ଧିର ପଥ ପ୍ରଶସ୍ତ କରିପାରିବ। ରାଜ୍ୟର ଦରବୃଦ୍ଧିର କାରଣ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ବ୍ୟାଘାତ, ପାଣିପାଗର ପ୍ରତିକୂଳ ପରିସ୍ଥିତି ଏବଂ ହ୍ରାସ ପାଉଥବା ଅମଳ ମୁଦ୍ରାସ୍ପିତୀ ଉପରେ ଚାପ ପକାଉଛି। ୨୦୨୪-୨୫ (ଏପ୍ରିଲ୍‌-ଡିସେମ୍ବର) ମଧ୍ୟରେ ଓଡ଼ିଶାରେ ସିପିଆଇ ମୁଦ୍ରାସ୍ପିତି ୬.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। କେନ୍ଦ୍ର ଅର୍ଥନୈତିକ ସର୍ଭେ ୨୦୨୪-୨୫ ଅନୁଯାୟୀ, ପନିପରିବା ମୂଲ୍ୟରେ ଋତୁକାଳୀନ ହ୍ରାସ ଏବଂ ଖରିଫ୍‌, ଅମଳର ଆଗମନ ସହିତ ନିକଟ ଭବିଷ୍ୟତରେ ଖାଦ୍ୟ ମୁଦ୍ରାସ୍ପିତି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ଅର୍ଥନୀତିର ଆକାର ୯.୫ ଲକ୍ଷ କୋଟି ଟଙ୍କା ହେବ। ପ୍ରାୟ ୧୧୩ ବିଲିୟନ ଆମେରିକୀୟ ଡଲାର। ୨୦୨୪-୨୫ ମସିହାରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ବାସ୍ତବରେ ୭.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଏହି ବର୍ଷରେ ଓଡିଶା ଅର୍ଥନୀତିର ସମସ୍ତ କ୍ଷେତ୍ରରେ ସୁଦୃଜ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ସର୍ବଭାରତୀୟ ସ୍ତରର ୬.୪% ତୁଳନାରେ ଅଧିକ। ରାଜ୍ୟ ଅର୍ଥନୀତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଯୋଗଦାନ ପ୍ରାୟ ୧୯%। ଏହାର ଅଭିବୃଦ୍ଧି ହାର ୩.୩%। ସର୍ବଭାରତୀୟ ସ୍ତରର ଅଭିବୃଦ୍ଧି ସହ ପ୍ରାୟତଃ ସମାନ। ଅପର ପକ୍ଷରେ ରାଜ୍ୟ ଅର୍ଥନୀତିରେ ଶିଳ୍ପ କ୍ଷେତ୍ରର ଯୋଗଦାନ ୪୪ ପ୍ରତିଶତ ଥିବାବେଳେ ଏହାର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ଯାହାକି ସର୍ବଭାରତୀୟ ସ୍ତର ସହିତ ପ୍ରାୟ ସମାନ । ରାଜ୍ୟରେ ସେବାକ୍ଷେତ୍ରର ଯୋଗଦାନ ପ୍ରାୟ ୩୭ ପ୍ରତିଶତ ଏବଂ ଏହାର ୧୦ ପ୍ରତିଶତ ହାରରେ ଅଭିବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଦୃଢ଼ ଅଭିବୃଦ୍ଧି, ବାଣିଜ୍ୟ ଏବଂ ମରାମତି ସେବା କ୍ଷେତ୍ରର ଦୁଇଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଏହାର ପ୍ରମୁଖ ଯୋଗଦାନକାରୀ। ସାଧାରଣତଃ ବିଶ୍ୱସ୍ତରରେ ବିକଶିତ ଅର୍ଥନୀତି ଗୁଡିକରେ ସେବା କ୍ଷେତ୍ରର ବୃହତ ଅଂଶ ଯୋଗଦାନ ରହିଥାଏ। ଉଦାହରଣ ସ୍ୱରୂପ ୨୦୨୧ରେ ଆମେରିକାର ମୋଟ ସଂଯୋଗିତ ମୂଲ୍ୟରେ ସେବା କ୍ଷେତ୍ରର ଅଂଶ ୭୭.୬% ଥିଲା। ସେବା କ୍ଷେତ୍ରରେ ଅଧିକ ଅଭିବୃଦ୍ଧି ଭବିଷ୍ୟତର ଅର୍ଥନୀତି ପାଇଁ ଏକ ଶୁଭ ସଙ୍କେତ। ଅନ୍ୟ ପକ୍ଷରେ ସର୍ଭେ ରିପୋର୍ଟରେ ମୁଣ୍ଡ ପିଛା ଆୟ ଉପରେ ବିସ୍ତୃତ ତଥ୍ୟ ପ୍ରକାଶ ପାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମୁଣ୍ଡପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧି ପାଇ ୧.୮୩ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚିଛି। ସର୍ବଭାରତୀୟ ମୁଣ୍ଡପିଛା ଆୟଠାରୁ ଏହାର ବ୍ୟବଧାନ ଏକ ଅଙ୍କ (୮.୮%)କୁ ହ୍ରାସ ପାଇଛି। ଅନ୍ୟ ରାଜ୍ୟ ତୁଳନାରେ ମୁଣ୍ଡପିଛା ଆୟ ହିସାବରେ ଓଡ଼ିଶା ଏକାଦଶ ସ୍ଥାନରେ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷର ତଥ୍ୟ ଅନୁଯାୟୀ ଯଦି ଓଡ଼ିଶା ମୁଣ୍ଡପିଛା ଆୟବୃଦ୍ଧିକୁ ୧.୦% ପଏଣ୍ଟରେ ତ୍ୱରାନ୍ୱିତ କରିବାରେ ସଫଳ ହୁଏ, ତେବେ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ମୁଣ୍ଡପିଛା ଆୟ ଜାତୀୟ ସ୍ତରର ମୁଣ୍ଡପିଛା ଆୟ ସହିତ ପ୍ରାୟ ସମକକ୍ଷ ହୋଇପାରିବ। ଆଗାମୀ ଦିନରେ ରାଜ୍ୟ ଏକ ଦ୍ରୁତ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ। ଅଭିବୃଦ୍ଧିର ପ୍ରମୁଖ ସହାୟକ ଯଥା- ଜମି, ଶ୍ରମ, ପୁଞ୍ଜି, ସମ୍ବଳ ଓ ଗିରିଭୂମି। ୨୦୨୩ରେ ୧.୫ ଲକ୍ଷ ବର୍ଗ କିଲୋମିଟର ମୋଟ ଭୌଗୋଳିକ କ୍ଷେତ୍ରର ପ୍ରାୟ ୪.୩ % ନିର୍ମିତ କ୍ଷେତ୍ର ଥିଲା। ସମ୍ଭାବ୍ୟ ନିବେଶକଙ୍କ ପାଇଁ ରାଜ୍ୟ ପର୍ଯ୍ୟାପ୍ତ ଜମି ପ୍ରଦାନ କରୁଛି। ଗତ ୬ ବର୍ଷରେ ଶ୍ରମଶକ୍ତିର ଆକାର ୫୩% ବୃଦ୍ଧି ପାଇ ଏବେ ପ୍ରାୟ ୨.୨୨ କୋଟିରେ ପହଞ୍ଚିଛି ବୋଲି ରିପୋର୍ଟରେ କୁହାଯାଇଛି।

Post Views: 97
Tags: Economic Survey Report Presented in Assembly: Per Capita Income Rises
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In