ଭୁବନେଶ୍ବର: କିମ୍ସ, ହାଇଟେକ୍, ସମ୍ ହସ୍ପିଟାଲରେ EDର ଯାଞ୍ଚ । ତେବେ କାହିଁକି ରାଜ୍ୟର ବଡ ବଡ ଘରୋଇ ମେଡିକାଲ ସଂସ୍ଥା ଉପରେ ଇଡି ଚଢାଉ କରିଛି, ସେନେଇ କର୍ତ୍ତୃପକ୍ଷ କିଛି କହିନଥିବା ବେଳେ କିମ୍ସ, ହାଇଟେକ୍ ଏବଂ ସମ୍ ହସ୍ପିଟାଲ ଏନଆରଆଇ କୋଟାରେ ଆଡ୍ମିଶନ ନେଇ ଯାଞ୍ଚ ଚାଲିଥିବା ସୂଚନା ମିଳିଛି । କୋଲକାତା ଇଡିର ୫ ଜଣିଆ ଟିମ୍ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍ସ), ହାଇ-ଟେକ୍ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ ଏବଂ ସମ୍ ହସ୍ପିଟାଲରେ ଚଢାଉ ଜାରି ରହିଛି । ଏହି ସବୁ ଘରୋଇ ମେଡିକାଲ ସଂସ୍ଥାରେ, ଏନଆରଆଇ କୋଟାରେ ଆଡମିଶନ ନେଇ କିଛି ଘୋଟଲାର ସୁରାଗ ପାଇଛି ଇଡି । ଭୁବନେଶ୍ବର ସମେତ ରାଉରକେଲାରେ ଥିବା ହାଇଟେକ ହସ୍ପିଟାଲରେ ମଧ୍ୟ ଏହି ଯାଞ୍ଚ ଚାଲିଛି । ହେଲେ ଏନେଇ କୌଣସି କର୍ତ୍ତୃପକ୍ଷଙ୍କ ସୂଚନା ମିଳିପାରିନାହିଁ ।
