• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା ଓ ସଚେତନତା:ମୁଖ୍ୟମନ୍ତ୍ରୀ

by Voice of Victims
August 4, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା ଓ ସଚେତନତା:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା ଓ ସଚେତନତା । ଏ ଦୁଇଟି ସହ ଆମ ପରମ୍ପରାକୁ ନେଇ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ । ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିନ୍ଦ୍ର ମଣ୍ଡପଠାରେ ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟବାସୀଙ୍କ ସାମଗ୍ରିକ ବିକାଶ ପାଇଁ ଆମେ ସମସ୍ତେ ସମର୍ପିତ ଅଛୁ । ଓଡ଼ିଶାର ବିକାଶ ପାଇଁ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ପ୍ରତି ସପ୍ତାହରେ ଆମ କ୍ୟାବିନେଟ୍ ବୈଠକ ବସୁଛି । ସାମଗ୍ରିକ ଭାବେ ଓଡ଼ିଶାକୁ ଆଗକୁ ନେବାକୁ ହେଲେ ଆମ ସମସ୍ତଙ୍କୁ ସମ୍ମିଳିତ ଉଦ୍ୟମ କରିବାକୁ ପଡ଼ିବ । ସମ୍ବିଧାନରେ ଆମ ସମସ୍ତଙ୍କ ପାଇଁ ସମାନ ଅଧିକାରର ବ୍ୟବସ୍ଥା କରିଛନ୍ତି ବାବା ସାହେବ ଭିମରାଓ ଆମ୍ବେଦକର । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସର୍ବାଙ୍ଗୀନ ଉନ୍ନତି ସହିତ ଅନୁନ୍ନତ ଓ ପଛୁଆ ଭାବେ ଯେଉଁମାନେ ସମାଜରେ ତଳ ସ୍ତରରେ ରହିଯାଇଛନ୍ତି ସେମାନଙ୍କ ହାତ ଧରି ଆମକୁ ତାଙ୍କୁ ଆଗକୁ ବଢେଇବାକୁ ପଡିବ । ଆଜି ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ସେମାନଙ୍କର ହକ୍ ଧୀରେ ଧୀରେ ମିଳୁଛି । ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ କଲ୍ୟାଣ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମଗୁଡ଼ିକ ନିରନ୍ତର ଭାବେ କାମ କରୁଛି । ସେମାନଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟରେ ସ୍କୁଲ ଓ ହଷ୍ଟେଲ କାର୍ଯ୍ୟକ୍ଷମ ଅଛି । ଅଧାରୁ ପାଠ ନ ଛାଡିବା ପାଇଁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ଆରମ୍ଭ କରାଯାଉଛି । ଆମ ସମାଜରେ ଥିବା ଆଦିମ ଜନଜାତି ବର୍ଗଙ୍କୁ ଆମକୁ ଏହି ବିକାଶ ଯାତ୍ରାରେ ସାମିଲ କରିବାକୁ ପଡ଼ିବ । ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆଦିମ ଜନଜାତିଙ୍କୁ ଉଚିତ୍ ଅଧିକାର ପ୍ରଦାନ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆରମ୍ଭ କରିଛନ୍ତି ପିଏମ୍‌ଜନ୍‌ଧନ୍ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ ଅଭିଯାନ ସବୁ ବର୍ଗଙ୍କ ବିକାଶକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଛି । ଆମେ ସମସ୍ତେ ଯଦି ଏହି ଅଭିଯାନରେ ନିଜକୁ ସାମିଲ କରିବା ତେବେ ଦେଶ ଓ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିବା ସହିତ ସବୁ ବର୍ଗର ବିକାଶ ହେବ । ଆଗକୁ ବଢ଼ିବାରେ ଆମ ସମ୍ବିଧାନରେ ଆମ ପାଇଁ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି । ଆମ ପାଖରେ ଆଗକୁ ବଢିବାର ସୁଯୋଗ ଅଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପରିଷଦର ସଦସ୍ୟଥିବା ଆମ ରାଜ୍ୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଆଇଏଏସ୍ ଅଧିକାରୀ ପର୍ଯ୍ୟନ୍ତ ହଜାର ହଜାର କର୍ମଚାରୀ ଓ ଅଧିକାରୀ ସମଗ୍ର ରାଜ୍ୟବାସୀ ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନଙ୍କର ହିତ ସାଧନରେ ବ୍ରତୀ ଅଛନ୍ତି । ଓଡ଼ିଶାରେ ଥିବା ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ଆର୍ôଥକ ଓ ସାମାଜିକ ବିକାଶ ଘଟାଇ ସେମାନଙ୍କୁ ଉଚ୍ଚ ବର୍ଗର ଲୋକଙ୍କ ସହିତ ସାମିଲ କରିବାର ଦାୟିତ୍ୱ ଆମ ସମସ୍ତଙ୍କର । ଆଜି ଭାରତ ବର୍ଷର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆମ ଭିତରୁ ଜଣେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଆପଣମାନଙ୍କ ମଧ୍ୟରୁ ଜଣେ । ଆମେ ସମସ୍ତେ ଏକ ନିର୍ଦ୍ଦିଷ୍ଟ ବର୍ଗରୁ ଆସି ଦେଶ ପାଇଁ ଓ ରାଜ୍ୟ ପାଇଁ କାମ କରୁଛୁ । ପଦ ପଦବୀରେ ନଥିଲେ ମଧ୍ୟ ଇଚ୍ଛାଶକ୍ତି ବଳରେ ଆମେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା । ଆମେ ଯଦି ବିକାଶରେ ସମାନତା ଆଣି ପାରିବା ତେବେ ଯାଇ ବିକଶିତ ଭାରତ ଗଠନ ହୋଇପାରିବ । ଇଚ୍ଛାଶକ୍ତି ବଳରେ ସବୁ କାମ ସମ୍ଭବ ହୋଇପାରିବ । ଶପଥ ନେବାର ଘଣ୍ଟାଏ ପରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ ନିଷ୍ପତ୍ତି ନେଲୁ ଓ ପରଦିନ ଖୋଲିଲୁ । ଦାୟିତ୍ୱ ନେବାର ଏକ ମାସ ମଧ୍ୟରେ ଯାହା ୪୬ ବର୍ଷ ଧରି ହୋଇପାରୁନଥିଲା, ତାହା କରିପାରିଲୁ; ରତ୍ନ ଭଣ୍ଡାର ଖୋଲିଲୁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ସାଧାରଣ ଲୋକ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଦୂର କଲୁ । ଯଦି ଇଚ୍ଛାଶକ୍ତି ନାହିଁ, କୌଣସି କାମ ହୋଇପାରିବ ନାହିଁ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ଯୋଗଦେଇ କହିଥିଲେ ଯେ ନେତୃତ୍ୱ ଏକ କ୍ଷମତା ନୁହଁ, ଏହା ଏକ କର୍ତ୍ତବ୍ୟ । ଏହା ଆମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ । ଆଜି ଓଡ଼ିଶାରେ ଲୋକଙ୍କ ସରକାର ଗଠନ ହୋଇଛି ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି । ଅନ୍ୟତମ ଅତିଥି ଭାବେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେଇ କହିଥିଲେ ଯେ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ସହିତ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କାମ କରୁଛନ୍ତି । ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମୋହନ ମାଝୀ ସରକାର ସାମାଜିକ ଦାୟିତ୍ୱବୋଧତାର ସହ କାମ କରୁଛନ୍ତି ଓ କରିବେ । ଆମର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆଗକୁ ନେବା ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ଆମ ସମସ୍ତଙ୍କର ସେଥିରେ ଭାଗିଦାର ହେବାର ଅଛି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ କହିଥିଲେ ଯେ ଆମ ପାଖରେ ଯେଉଁ ଦାୟିତ୍ୱ ଅଛି, ଯେଉଁ ଯୋଜନା ଅଛି ସେଗୁଡିକ କିପରି ସମାଜର ତଳସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବ ସେ ଦାୟିତ୍ୱ ଆମର । ଯଦି ଆମେ ସମସ୍ତେ ନିଜ ନିଜ ସ୍ତରରେ ଠିକ୍ ଭାବେ କାମ କରିବା ତେବେ ବିକାଶ ସହିତ ସମସ୍ତଙ୍କ କଲ୍ୟାଣ ସାଧନ ହେବ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ କହିଥିଲେ ଯେ ମୋହନ ମାଝୀ ସରକାର ଅନୁସୂଚିତ ଜନଜାତି ଓ ଜାତିଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ୫ ବର୍ଷରେ ଓଡ଼ିଶାକୁ ଦାଦନମୁକ୍ତ କରିବା ପାଇଁ ଆମେ ସଂକଳ୍ପ ନେଇଛୁ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ପରିଷଦର ସଭାପତି ଧନଞ୍ଜୟ ହେମ୍ବ୍ରମ ସ୍ୱାଗତ ଭାଷଣ ଦେଇଥିଲେ । କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କ ସମେତ ଅନୁସୂଚିତ ଜନଜାତି ଓ ଜାତି ବର୍ଗର ପ୍ରାୟ ୨୩ ଜଣ ବିଧାୟକଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Post Views: 27
Share197Tweet123Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In