ବାଲେଶ୍ବର ( ଭିଓଭି ) ୧୩/୧୧ :- ଜିଲା ର ଗଡ଼ଜାତମାଟି ନୀଳଗିରି ରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲିକପ୍ଟର ରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ତୃତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଲୈ।ହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ଏକକ ପଦଯାତ୍ରାରେ ଯୋଗଦେବା ସହିତ ଆଜିର ଯୁବସମାଜ ଏଭଳି କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ସହଯୋଗ କରିବାକୁ ଆହ୍ବାନ କରିଥିଲେ ।

ସାଂସଦ ମାନନୀୟ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ , କ୍ରୀଡା ଓ ଯୁବସେବା ବିଭାଗ ମନ୍ତ୍ରୀ ମାନନୀୟ ସୂର୍ଯ୍ୟବଂଶୀ ସୂରଜ , ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ , ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ , ରେମୁଣା ବିଧାୟକ ତଥା ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ , ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି , ଜିଲ୍ଲା ସଭାପତି ଇଶ୍ୱର ଚନ୍ଦ୍ର ବେହେରା ଉପସ୍ଥିତ ରହିଥିଲେ ।

