ରଣପୁର, ୨୩/୦୫ : ରଣପୁର ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମର ପୁଅ ତଥା ଗୋପାଳପୁର ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ କୁମାର ସାହୁଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ, ସ୍ୱର୍ଗତ ସାହୁଙ୍କ ଜନ୍ମ ୦୧.୦୫.୧୯୭୬ ତାରିଖରେ ହୋଇଥିଲା ଏବଂ ଗତ ୧୨.୦୫.୨୦୨୬ ତାରିଖରେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶନିବାର ଦିନ ତାଙ୍କ ନିଜ ଜନ୍ମଭୂମିରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା।

ଏହି ସଭାରେ ପୂଜ୍ୟ ପୂଜା ପରିଷଦର ଅଧ୍ୟକ୍ଷ ନାରାୟଣ ମହାପାତ୍ର, ନୟାଗଡ ଜିଲ୍ଲା ସଂସ୍କୃତି ସଂଗଠନର ସଭାପତି ରାଜେଶ ପଣ୍ଡା, ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ସାହୁ, ପ୍ରାକ୍ତନ ମହାବିଦ୍ୟାଳୟ ଅଧ୍ୟକ୍ଷ ବାଳକୃଷ୍ଣ ମିଶ୍ର, ଶିକ୍ଷାବିତ୍ କିଶୋର ଚନ୍ଦ୍ର ଭଞ୍ଜ, ରାଜ୍ୟ ପ୍ରାଥମିକ ମହାସଂଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ, ପୂଜ୍ୟ ପୂଜା ପରିଷଦର ସମ୍ପାଦକ ରବୀନ୍ଦ୍ର କୁମାର ନାୟକ, ଗୋପାଳପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଙ୍ଗଦ ବଳିଆରସିଂ ପ୍ରମୁଖ ମଞ୍ଚାସିନ ଥିଲେ |

ସଭାରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଫକୀର ନାୟକ, ବିଦେଶିନୀ ପତି, ଗୋଦାବରୀ ନାୟକ, ଜ୍ୟୋତି ରଞ୍ଜନ କର, ଶକ୍ତି ପ୍ରସାଦ ଆଚାର୍ଯ୍ୟ, ସୁଶୀଲ କୁମାର ରଣା, ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି, ବିଶ୍ୱଜିତ ମହାପାତ୍ରଙ୍କ ସମେତ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ରହି ସ୍ୱର୍ଗତ ସାହୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ। ବକ୍ତାମାନେ ତାଙ୍କୁ ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ବର୍ଣନା କରି ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିଲେ।
ସଭାକାର୍ଯ୍ୟ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରି ସ୍ୱର୍ଗତ ଆତ୍ମାର ସଦଗତି କାମନା କରାଯାଇଥିଲା।

