• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୧୫ଜଣଙ୍କୁ ଫାଶି ଦଣ୍ତାଦେଶ

by Voice of Victims
January 30, 2024
in ଦେଶ ବିଦେଶ, ମୁଖ୍ୟ ଖବର
୧୫ଜଣଙ୍କୁ ଫାଶି ଦଣ୍ତାଦେଶ

ନୂଆଦିଲ୍ଲୀ: ଏମିତି ବି ହୋଇପାରେ ଦଣ୍ଡାଦେଶ । ଜଣେ କି ଦୁଇ ଜଣ ନୁହେଁ, ଏକାବେଳେ ୧୫ଜଣଙ୍କୁ ଫାଶିଦଣ୍ଡ ଦିଆଯାଇଛି । କେରଳର ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟା ମାମଲାରେ କୋର୍ଟ ମୋଟ ୧୫ଜଣଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି ।ସମସ୍ତ ୧୫ଜଣ ଦୋଷୀ ପିଏଫଆଇ କର୍ମୀ ବୋଲି ସୂଚନା ମିଳିଛି ।  ୨୦୨୧ ମସିହାରେ ଦୁର୍ବୃତ୍ତମାନେ ଘରେ ପଶି ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କୁ ହତ୍ୟା କରିଥିଲେ । ମା’, ସ୍ତ୍ରୀ ଓ ଝିଅ ଆଗରେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ହାଣି ରଞ୍ଜିତଙ୍କୁ ହତ୍ୟା କରିଥିଲେ ।   ୨୦୨୧ ଡିସେମ୍ବର ୧୯ରେ ରଣଜିତ୍‌ଙ୍କୁ ଆଲାପ୍ପୁଝାସ୍ଥିତ ତାଙ୍କ ଘରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ନିଷିଦ୍ଧ ସଂଗଠନ ପିଏଫ୍‌ଆଇର ସଦସ୍ୟ ଥିଲେ। ମଙ୍ଗଳବାର ରଣଜିତ୍‌ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ମାଭେଲିକ୍କାର ଅତିରିକ୍ତ ଜିଲା ସେସନ କୋର୍ଟ ସମସ୍ତ ୧୫ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ରଞ୍ଜିତ ଶ୍ରୀନିବାସଙ୍କୁ ଆଠଜଣ ହତ୍ୟା କରିଥିବା ବେଳେ ଅନ୍ୟ କିଛିଜଣ ଏହି ଅପରାଧିକ ଘଟଣାରେ ସାମିଲ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ଏହାପରେ ମୋଟ ୧୫ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟରେ ହାଜର ହେବାପରେ ବିଚାରାପତି ସମସ୍ତ ସାକ୍ଷୀ ଓ ପ୍ରମାଣକୁ ଦେଖିବା ପରେ ଏହି ହତ୍ୟା ଘଟଣାରେ ୧୫ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥି‌ଲେ।

Post Views: 37
Share199Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In