ପୁରୀ: ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାରେ ବିଳମ୍ବ । ରାତି ୭ଟା ୪୫ ମିନିଟରେ ଟଣାଗଲା କଳା ଠାକୁରଙ୍କ ରଥ । ତେବେ ଅଳ୍ପ ଟଣା ଯିବା ପରେ ରଥ ଟଣା ବନ୍ଦ ରହିଛି । ଆସନ୍ତାକାଲି ସକାଳ ୯ଟାରେ ପୁଣି ରଥଟଣା ଯିବ ବୋଲି ସୂଚନା ଦିଆଯାଇଛି ।
ରଥ କର୍ଡନରେ ଅଧିକ ଭକ୍ତ ରହିଯିବା ଯୋଗୁଁ ରଥଟଣାରେ ବିଳମ୍ବ ହୋଇଥିଲା ବୋଲି କୁହାଯାଇଛି ।
