• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପାଟ୍ରୋଲିଂ ଟିମ୍ ଉପରେ ଗୁଳିବର୍ଷା: ସିଆରପିଏଫ୍ ଯବାନ ସହିଦ୍‌

by Voice of Victims
July 14, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ପାଟ୍ରୋଲିଂ ଟିମ୍ ଉପରେ ଗୁଳିବର୍ଷା: ସିଆରପିଏଫ୍ ଯବାନ ସହିଦ୍‌

ଇମ୍ଫାଲ : ମଣିପୁରର ଜିରିବାମ ଜିଲ୍ଲାରେ ଆଜି ଏକ ଉଗ୍ରବାଦୀ ଆକ୍ରମଣରେ ଜଣେ ସିଆରପିଏଫ୍ ଯବାନ୍ ସହିଦ୍ ହୋଇଛନ୍ତି । ରିପୋର୍ଟ ଅନୁସାରେ ଆଜି ପୂର୍ବାହ୍ଣ ୯.୪୦ ମିନିଟ୍‌ରେ ମଣିପୁର ପୁଲିସ୍ ଟିମ୍ ଓ ସିଆରପିଏଫ୍ ଯବାନ୍‌ଙ୍କ ୨୦ ବାଟାଲିୟନ୍ ଏକ ମିଳିତ ଟିମ୍ ପାଟ୍ରୋଲିଂରେ ଯାଉଥିବା ବେଳେ କୁକି ଉଗ୍ରବାଦୀଙ୍କ ପକ୍ଷରୁ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ସିଆର୍‌ପିଏଫ୍ ଯବାନ ଅଜୟ କୁମାର ଝା’ ଘଟଣାସ୍ଥଳରେ ହିଁ ସହିଦ୍ ହୋଇଯାଇଛନ୍ତି । କୁକି ଉଗ୍ରବାଦୀଙ୍କ ପକ୍ଷରୁ ଗୁଳି ବର୍ଷା କରାଯାଇଥିବା ବେଳେ ଗୋଟିଏ ଗୁଳି ଯବାନ୍‌ଙ୍କ ଗାଡ଼ିର କାଚ ଭାଙ୍ଗି ଆସି ଅଜୟ ଝା’ଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ସେହିଠାରେ ହିଁ ଯବାନ୍ ଅଜୟ ଟଳିପଡ଼ିଥିଲେ । ସେହିପରି ଏହି ଗୁଳିକାଣ୍ଡରେ ମଣିପୁର ପୁଲିସ୍ ବିଭାଗର ରୋମେଣ୍ଡ୍ରୋ ନାମକ ଜଣେ ଅଧିକାରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଣିପୁର ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ମୋଙ୍ଗ୍‌ବୁଙ୍ଗ୍ ପ୍ରାନ୍ତରେ ପାଟ୍ରୋଲିଂ ଟିମ୍ ଉପରେ ହମ୍‌ଲା ହୋଇଛି । ପାହାଡ଼ ଆଢ଼ୁଆଳରେ ରହି କୁକି ଉଗ୍ରବାଦୀମାନେ ପାଟ୍ରୋଲିଂ ଟିମ୍ ଉପରେ ଗୁଳିବର୍ଷା କରିଥିଲେ । ତେବେ ଉଭୟ ମଣିପୁର ପୁଲିସ୍ ଟିମ୍ ଏବଂ ସିଆରପିଏଫ୍ ଯବାନ୍‌ଙ୍କ ପକ୍ଷରୁ ଜବାବି ଆକ୍ରମଣ କରାଯାଇଥିଲା । ଏଥିରେ ଉଗ୍ରବାଦୀମ।।ନେ ଜଙ୍ଗଲ ଆଡକୁ ଯାଇ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ । ବର୍ତ୍ତମାନ ଏଠାରେ ସର୍ଚ୍ଚ ଅପରେସନ୍‌କୁ ବ୍ୟାପକ କରାଯାଇଛି । ଆଖପାଖ ୨ଟି ଜିଲ୍ଲାରୁ ମଣିପୁର ପୁଲିସ୍‌କୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି । ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ସିଆରପିଏଫ୍ କମାଣ୍ଡୋଙ୍କ ପକ୍ଷରୁ ହୋଇଥିବା ପାଲଟା ଆକ୍ରମଣରେ ଉଗ୍ରବାଦୀଙ୍କ ପକ୍ଷରୁ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସବିଶେଷ ରିପୋର୍ଟ ମିଳିପାରିନାହିଁ । ଅନ୍ୟପକ୍ଷେ ଯବାନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ ଯବାନ୍‌ଙ୍କ ସର୍ବୋଚ୍ଚ ବଳିଦାନ ବୃଥାଯିବାକୁ ଦିଆଯିବ ନାହିଁ । ସହିଦ୍ ଯବାନଙ୍କ ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇବା ସହ ଆହତ ପୁଲିସ୍ ଅଧିକାରୀଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି । ପ୍ରକାଶ, କୁକି ସମ୍ପ୍ରଦାୟ ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଆସିଥିବା ତିକ୍ତତା ତଥା ରକ୍ତାକ୍ତ ସଂଘର୍ଷ ଯୋଗୁ ମଣିପୁରରେ ସର୍ବଦା ଅଶାନ୍ତି ଏବଂ ଭୟର ବାତାବରଣ ରହିଆସିଛି । ଅନ୍ୟପକ୍ଷେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏଠାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀ, ଅର୍ଦ୍ଧସାମରିକ ବଳ ଯବାନ୍‌ଙ୍କୁ ମଧ୍ୟ ଏହି ଉଗ୍ରବାଦୀମାନେ ଟାର୍ଗେଟ୍ କରୁଥିବାର ଦେଖିବାକୁ ମିଳୁଛି ।

Post Views: 23
Share1Tweet1Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In