• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଦେଶରେ ପ୍ରଥମ: ଏମ୍ସରେ ଏଚ୍‌ପିବି ରେଡିଓଲୋଜି ପାଠ୍ୟକ୍ରମ

by Voice of Victims
February 14, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଦେଶରେ ପ୍ରଥମ: ଏମ୍ସରେ ଏଚ୍‌ପିବି ରେଡିଓଲୋଜି ପାଠ୍ୟକ୍ରମ

ଭୁବନେଶ୍ୱର : ଭାରତର ପ୍ରଥମ ହେପାଟୋ-ପାନକ୍ରିଏଟୋ-ବିଲିଆରି (ଏଚ୍‌ପିବି) ରେଡିଓଲୋଜି ପାଠ୍ୟକ୍ରମକୁ ସଫଳତାର ସହିତ ଆୟୋଜନ କରି ଏମ୍ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ, ଶିକ୍ଷା ଏବଂ ତାଲିମ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ରେଡିଓ-ଡାଇଗ୍ନୋସିସ୍ ବିଭାଗ ଦ୍ୱାରା ପରିଚାଳିତ ଏହି ପାଠ୍ୟକ୍ରମ ଅନ୍ତର୍ଜାତୀୟ ହେପାଟୋ-ପାନ୍‌କ୍ରିଏଟୋ-ବିଲିଆରି ଆସୋସିଏସନ୍ (ଆଇଏଚ୍‌ପିବିଏ)-ଭାରତୀୟ ଶାଖା ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା। ଜଟିଳ ଏଚ୍‌ପିବି ସର୍ଜିକାଲ୍ ଆନାଟୋମିର ବୁଝାମଣାକୁ ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ପାଠ୍ୟକ୍ରମ ଏଚ୍‌ପିବି ରୋଗରେ ଅଲ୍ଟ୍ରାସୋନୋଗ୍ରାଫି, ସିଟି ସ୍କାନ୍‌, ଏମ୍‌ଆର୍‌ଆଇ, ଏବଂ ପେଟ୍ ସିଟି ସ୍କାନ୍ ପ୍ରୟୋଗ ସମ୍ବନ୍ଧରେ ଗଭୀର ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲା। ଯେକୌଣସି ଜଟିଳ ରୋଗର ସଠିକ୍ ନିରୂପଣ, ଅସ୍ତ୍ରୋପଚାର ନିମନ୍ତେ ସଫଳ ଯୋଜନା ଏବଂ ଅସ୍ତ୍ରୋପଚାର ପରବର୍ତ୍ତୀ ଅବସ୍ଥାରେ ଉତ୍ସାହଜନକ ଫଳାଫଳ ମିଳିବା ଏହି ପାଠ୍ୟକ୍ରମର ମୂଳ ଲକ୍ଷ୍ୟ ଭାବେ ବିବେଚନା କରାଯାଇଥାଏ। ଏଚ୍‌ପିବି ରୋଗରେ ରେଡିଓଲୋଜିକାଲ୍ ବ୍ୟାଖ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି, ଏହି ବ୍ୟାପକ ପାଠ୍ୟକ୍ରମ ସାରା ଦେଶରୁ ଆସିଥିବା ଏଚ୍‌ପିବି ଶଲ୍ୟଚିକିତ୍ସା ପ୍ରଶିକ୍ଷାର୍ଥୀ ଏବଂ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରିଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏଚ୍‌ପିବି ରେଡିଓଲୋଜିର ମୌଳିକ ତତ୍ତ୍ୱଗୁଡ଼ିକୁ ତିନୋଟି ଅନ୍‌ଲାଇନ୍ ଅଧିବେଶନରେ ତାଲିମ ପ୍ରଦାନ ସହିତ ଦୁଇଦିନିଆ ପ୍ରାକ୍ତିକାଲ୍ ତାଲିମ ଅନୁଷ୍ଠିତ ହୋଇଥିଲା। ଏଚ୍‌ପିବି ଏବଂ ଯକୃତ ପ୍ରତିରୋପଣ ଅସ୍ତ୍ରୋପଚାର, ଏଚ୍‌ପିବି ଇଣ୍ଟର୍‌ଭେନ୍‌ସନାଲ୍ ରେଡିଓଲୋଜି ଏବଂ ଉନ୍ନତ ଇମେଜିଂ କୌଶଳ ବାବଦରେ ପ୍ରସିଦ୍ଧ ବିଶେଷଜ୍ଞମାନେ ଅତ୍ୟନ୍ତ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଏକ ସ୍ୱତନ୍ତ୍ର ଲାଇଭ୍ ଅଧିବେଶନରେ ରିଅଲ୍‌-ଟାଇମ୍ ଇଣ୍ଟର୍‌ଭେନ୍‌ସନାଲ୍ ପ୍ରକ୍ରିୟା ପ୍ରଦର୍ଶିତ ହୋଇଥିଲା, ଯାହା ପ୍ରଶିକ୍ଷାର୍ଥୀମାନଙ୍କୁ ଅତ୍ୟାଧୁନିକ କୌଶଳର ବ୍ୟବହାରିକ ଏକ୍ସପୋଜର ପ୍ରଦାନ କରିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଯୋଗଦେଇଥିଲେ। ଉପସ୍ଥିତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଆଇଏଚ୍‌ପିବିଏ-ଇଣ୍ଡିଆର ସମ୍ପାଦକ ଡ. ବିଜୁ ପୋଟ୍ଟାକଟ୍‌, ଆଇଏଚ୍‌ପିବିଏ-ଇଣ୍ଡିଆର ପୂର୍ବତନ ସଭାପତି ଡ. ସଞ୍ଜୟ ଗୋଭିଲ୍‌, ଡ. ନୈମିଶ ମେହତା, ଏମ୍ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍ ବିଭାଗ ମୁଖ୍ୟ ଡ. ସୁପ୍ରଭା ନାୟକ, ଡ. ଅଶୋକ କୁମାର ଜେନା, ଡିଡିଏ ଅଭିଜିତ ସରକାର ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜକ କମିଟି ଅଧ୍ୟକ୍ଷ ଡ. ବ୍ରହ୍ମଦତ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ସଂଗଠନ ସମ୍ପାଦକ ଡ. ରଞ୍ଜନ କୁମାର ପଟେଲ, ଡ. ତାରାପ୍ରସାଦ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

Post Views: 85
Share201Tweet126Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In