ଚମ୍ପୁଆ: ମହୁମାଛି ଆକ୍ରମଣ ର ଶିକାର ହୋଇଛନ୍ତି ପାଞ୍ଚ ବଳଦ ଚରାଳି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଟିଆଁଶପଶି ଗାଁ ରେ ମହୁମାଛି ଆକ୍ରମଣ ରେ ପାଞ୍ଚ ବଳଦ ଚରାଳି ଆହତ ହୋଇଥିବା ଜଣାପଡିଛି l ଆହତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ରହିଥିବା ବେଳେ ଆହତଙ୍କୁ ନିକଟସ୍ଥ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l

ଆଜି ସନ୍ଧ୍ୟା ସମୟ ରେ ବଳଦ ଚରାଇ ଘରକୁ ଫେରୁଥିବା ବେଳେ ଗାଁ ମୁଣ୍ଡରେ ମହୁମାଛି ଆକ୍ରମଣ କରିଥିଲେ । ମହୁ ମାଛି ମାନେ ଟିଆଁସପଶି ଗାଁ ର ଭରତ ଚନ୍ଦ୍ର ସିଂ, କିରାଣୀ ବେହେରା, ମହେନ୍ଦ୍ର ସିଂ, ନିରଞ୍ଜନ ମହାକୁଡ଼ ଓ ଜେମାମଣୀ ସିଂ ଗୁରୁବାର ସନ୍ଧ୍ୟା ରେ ବଳଦ ଚରାଇ ଘରକୁ ଫେରୁଥିବା ବେଳେ ଆକ୍ରମଣ କରିଥିଲେ । ଗ୍ରାମବାସୀ ଉକ୍ତ ଆହତ ଙ୍କୁ ଭଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିବା ବେଳେ ସେମାନଙ୍କ ମଧ୍ୟ ରେ ନିରଞ୍ଜନ ମହାକୁଡ ଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ କେନ୍ଦୁଝର ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି l ଅନ୍ୟମାନେ ଭଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି ।
