ଭୁବନେଶ୍ବର: ପୂର୍ବତନ ପୁଲିସ ଅଧିକାରୀ ଅନାଦି ସାହୁଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। କଟକର ସିଡିଏ-୬ ସ୍ଥିତ ବାସଭବନରେ ତାଙ୍କର ଘଟିଛି। ସେ ବ୍ରହ୍ମପୁରରୁ ବିଜେପିର ସାଂସଦ ଥିଲେ। ସାହିତ୍ୟ କ୍ଷେତ୍ରରେ ମଧ୍ୟ ଅନାଦିଙ୍କର ଅନେକ ସୃଷ୍ଟି ସମ୍ଭାର ରହିଛି। କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ସେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ହେବା ସହ ବିଭିନ୍ନ ସମୟରେ ପୋଲିସ ସେବାର ବିଭିନ୍ନ ମେଡାଲ ମଧ୍ୟ ପାଇଥିଲେ। ଚାକିରିରୁ ଅବସର ନେବା ପରେ ସେ ବିଜେପିରେ ଯୋଗଦେଇଥିଲେ। ସେ ବ୍ରହ୍ମପୁର ଲୋକ ସଭା ଆସନରୁ ୧୯୯୯ ମସିହାରେ ଏମ୍ପି ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
