ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିଲେ ବୋଲି ସାମ୍ନାକୁ ଆସିଛି। ଫଳରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସ୍ପଷ୍ଟ ହୋଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁକୁ କେନ୍ଦ୍ର ମନ୍ତ୍ରୀ ସି.ଆର. ପାଟିଲ ନିଶ୍ଚିତ କରିଛନ୍ତି । ଅହମ୍ମଦାବାଦରୁ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ । ରୁପାନୀ ଏୟାରଇଣ୍ଡିଆର ଉକ୍ତ ବିମାନରେ ଲଣ୍ଡନ ଯାତ୍ରା କରୁଥିଲେ। ସେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ଲଣ୍ଡନ ଯାଉଥିଲେ। ତାଙ୍କ ଆତ୍ମାକୁ ସଦଗତି ମିଳୁ ବୋଲି ପାଟିଲ ଶୋକବ୍ୟକ୍ତ କରି କହିଛନ୍ତି।
ସୂଚନା ଅନୁସାରେ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ମାତ୍ର ୫ ମିନିଟ ମଧ୍ୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା କାରଣରୁ ନିକଟରେ ଥିବା ଜନବସତି ଭିତରେ ଖସିପଡ଼ିଥିଲା। ଜନବସତିରେ ଥିବା ବିଜେ ମେଡିକାଲ କଲେଜ ହଷ୍ଟେଲ କୋଠା ଉପରେ ବିମାନ ଖସିପଡ଼ିଥିଲା। ବିମାନରେ ୨୩୦ ଯାତ୍ରୀ ଓ ୧୨ କ୍ରିଉ ସଦସ୍ୟଙ୍କୁ ମିଶାଇ ମୋଟି ୨୪୨ ଜଣ ଥିଲେ।
