ରଣପୁର ୬/୦୯ :ପୂର୍ବତ୍ତନ ସରପଞ୍ଚ ତଥା କର୍ମଚାରୀ ସଙ୍ଘ ନେତା ସାଥୀ ମୁନେଶ ପ୍ରଧାନ ଙ୍କ ଦ୍ୱାଦଶାହ ପରିପ୍ରେକ୍ଷୀରେ ଏକ ଶ୍ରଦ୍ଧାଞ୍ଜଳି ସଭା ପୂର୍ବତ୍ତନ ସରପଞ୍ଚ ଦୁଃଶାସନ ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି।ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରଣପୁର ଅଞ୍ଚଳ ର ନିର୍ବାଚିତ ପ୍ରତିନିଧି,ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ, ସମାଜ ସେବୀ ଓ ସରକାରୀ ଅଧିକାରୀ ମାନେ ସର୍ବ ପ୍ରଥମେ ଶ୍ରୀଯୁକ୍ତ ପ୍ରଧାନ ଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ପଣ କଲା ପରେ ସଭାରେ ଉପସ୍ଥିତ ସତାଧିକ ମୁନେଶ ପ୍ରେମୀ ବନ୍ଧୁ ମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ଓ ପୁଷ୍ପାର୍ପଣ କରିଥିଲେ। ଛାତ୍ର ଜୀଵନ ରୁ ବାମ ପନ୍ଥୀ ଆଦର୍ଶରେ ଆନୁପ୍ରାଣିତ ହୋଇ ସେ ଏକାଧାରରେ ଖଇର ପଲ୍ଲୀ ଗ୍ରାମ ପଞ୍ଚାୟତ ର ଅପ୍ରତିଦ୍ବନ୍ଦି ସରପଞ୍ଚ ଭାବେ ନିର୍ବାଚିତ ହେବା ସହ ପରବର୍ତ୍ତୀ ସମୟରେ ପଞ୍ଚାୟତ ର ସମ୍ପାଦକ ଓ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ।ପେଶାରେ ସେ ଜଣେ କର୍ମଚାରୀ ଥିଲେ ମଧ୍ୟ ନିଶାରେ ଜଣେ ସମାଜ ସେବୀ ଭାବେ ସଦା ସର୍ବଦା ଗରୀବ ଖଟିଖିଆ ଙ୍କ ଦୁଃଖ ସୁଖର ବନ୍ଧୁ ଥିଲେ ବୋଲି ବକ୍ତା ମାନେ କହିଥିଲେ। ତାଙ୍କ ଅକାଳ ବିୟୋଗ ରେ ସମାଜ ର ଅପୂରଣୀୟ କ୍ଷତି ଘଟିଛି। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ପାଇଁ ଆମେ ସମସ୍ତେ କାର୍ଯ୍ୟ କରିପାରିଲେ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ବକ୍ତା ମାନେ କହିଥିଲେ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ନୟାଗଡ଼ ଜିଲ୍ଲା ର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ,ବିଶିଷ୍ଟ କବି ବିଶ୍ୱନାଥ ମହାପାତ୍ର,ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ,ସମାଜ ସେବୀ ସୁରେଶ ସ୍ୱାଇଁ,ସରପଞ୍ଚ ପଦ୍ମ ଚରଣ ମହାନ୍ତି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତୁଷାର କାନ୍ତ ରାଉତ,ପଦ୍ମ ଚରଣ ବିଶ୍ୱାଳ,ଶରତ ବେହେରା, ଶ୍ରୀକାନ୍ତ ପଟ୍ଟନାୟକ, ଲକ୍ଷ୍ମୀଧର ପୃଷ୍ଟି,ନବ କିଶୋର ସାମନ୍ତରାୟ, ମନୋଜ ପାତ୍ର, ଅଶୋକ ସାମାନ୍ତରାୟ, କବିରାଜ ପ୍ରଧାନ, ଅଜୟ ପ୍ରଧାନ, ଶ୍ରୀଧର ଘଡେ଼ଇ,ଜ୍ୟୋତି ରଞ୍ଜନ ଦାସ ପ୍ରମ୍ମୁଖ ସ୍ମୃତି ଚାରଣ କରିଥିଲେ।
