ସମ୍ବଲପୁର : ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ । ଏବେ ୧୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲିଛି। ହୀରାକୁଦ ଡ୍ୟାମକୁ ଅଧିକ ବନ୍ୟା ଜଳ ପ୍ରବେଶ କରୁଛି।

ଡ୍ୟାମର ଜଳ ପତ୍ତନ ବଢ଼ିବାରୁ ଆଉ ୪ଟି ଗେଟ୍ ଖୋଲାଯାଇଛି । ଗତକାଲି ଦୁଇଟି ପର୍ଯ୍ୟାୟରେ ୮ଟି ଗେଟ୍ ଖୋଲାଯାଇଥିଲା। ସକାଳେ ୪ଟି ଗେଟ୍ ଖୋଲଯାଇଥିବା ବେଳେ ଅପରାହ୍ଣରେ ଆଉ ୪ଟି ଗେଟ୍ ଖୋଲାଯାଇଥିଲା ।

