ରଣପୁର,୨୮/୧୨ : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମଝିଆ ଖଣ୍ଡ ପଞ୍ଚାୟତ ଅଧିନସ୍ଥ ଗୋଡ଼ି ପୋଖରୀ ଖେଳ ପଡିଆରେ ଓ ଏନ ଜି କ୍ରିକେଟ କ୍ଲବ ଆନୁକୁଲ୍ୟରେ ସାମ୍ବାଦିକ ଓ ପୋଲିସର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଖେଳ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ପୋଲିସ ଏକାଦଶ ପକ୍ଷରୁ ଆଇ ଆଇ ସି ଆଶିଷ ଦେବ ସାହୁ ପ୍ରତିନିଧତ୍ବ କରୁ ଥିବା ବେଳେ ସାମ୍ବାଦିକ ଏକାଦଶ ପକ୍ଷରୁ ଚିରଞ୍ଜିବି ଦାସ ପ୍ରତିନିଧତ୍ବ କରୁ ଥିଲେ। ଏହି ୧୨ ଓଭର ବିଶିଷ୍ଟ କ୍ରିକେଟ ମ୍ୟାଚରେ ସାମ୍ବାଦିକ ଏକାଦଶ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତି ନେଇ ଥିଲେ । ପ୍ରଥମେ ବ୍ୟାଟିଙ୍ଗ କରି ସାମ୍ୱାଦିକ ଏକାଦଶ ପକ୍ଷରୁ ସର୍ବାଧିକ ବିଟୁ ୧୬ ବଲରେ ୩୮ ରନ କରି ଥିବା ବେଳେ ରଞ୍ଜିତ କୁମାର ସାହୁ ୨୭ରେ ୨୯ ରନ କରିଥିଲେ।
ସାମ୍ବାଦିକ ଏକାଦଶ ୬ ୱିକେଟ ହରାଇ ୮୯ ରନ ସଂଗ୍ରହ କରି ବିପକ୍ଷ ପୋଲିସ ଦଳକୁ ୯୦ ରନର ଲକ୍ଷ୍ୟ ଦେଇ ଥିଲେ। ୯୦ ରନକୁ ପିଛା କରି ମାତ୍ର ୧୦ ଓଭରରେ ୩ ୱିକେଟ ହରାଇ ଏକ ସହଜ ବିଜୟ ହାସଲ କରିଥିଲେ। ଏହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ପୋଲିସ ଏକାଦଶ ପକ୍ଷରୁ ଆଇ ଆଇ ସି ଆଶିଷ ଦେବ ସାହୁଙ୍କ ୨୩ ରନ ଓ ଲିଟୁ କଳସଙ୍କର ୫୧ ରନର ବିସ୍ଫୋରକ ବ୍ୟାଟିଙ୍ଗ ବଳରେ ପୋଲିସ ଏକାଦଶ ଏକ ସହଜ ବିଜୟ ହାସଲ କରିପାରି ଥିଲା ।
