• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଘନକୁହୁଡ଼ି: ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

by Voice of Victims
February 3, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଘନକୁହୁଡ଼ି: ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ରାଜ୍ୟରେ ଫେବୃଆରୀ ତାତି ବଢ଼ିବାରେ ଲାଗିଛି। ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୫ରୁ ୬ ଡିଗ୍ରୀ ବଢ଼ିଥିବା ବେଳେ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ପାଣିପାଗ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷକରି ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବ। ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବରଗଡ଼, ସୋନପୁର, କଳାହାଣ୍ଡି, ଗଜପତି, ନୂଆପଡ଼ା, ଅନୁଗୁଳ, ଢେଙ୍କାନାଳ ସମେତ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ବି ଅହେତୁକ ଭାବରେ ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ପାରଦ ଉପରମୁହାଁ ହୋଇଛି ବୋଲି ପାଣିପାଗ କେନ୍ଦ୍ର କହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, “ବର୍ତ୍ତମାନ ପୂରା ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକଠାରୁ ୫ରୁ ୬ ଡିଗ୍ରୀ ଅଧିକ ରହିଛି। ପୂରା ରାଜ୍ୟରେ ଦିନ ତାପମାତ୍ରା ଓ ରାତି ତାପମାତ୍ରା ସାଧାରଣ ଭାବେ ଯେତିକି ରହିବା କଥା ତା’ଠାରୁ ଅଧିକ ରହିଛି। ଚଳିତବର୍ଷ ଫେବୃଆରୀରେ ଦିନ ଓ ରାତି ତାପମାତ୍ରା ସ୍ୱାଭାବିକଠାରୁ ଉପରେ ରହିଛି। ତାପମାତ୍ରା ଅଧିକ ଥିଲେ ମଧ୍ୟ ଏହା ହିଟ୍ ୱେଭ୍ ନୁହେଁ। ୪୦ଡିଗ୍ରୀ ଉପରକୁ ତାପମାତ୍ରା ଗଲେ ତାକୁ ହିଟୱେଭ କୁହାଯାଏ। ଏବେ ସୁଦ୍ଧା ରାଜ୍ୟରେ କେଉଁଠି ବି ତାପମାତ୍ରା ୪୦ ଡିଗ୍ରୀ ଛୁଇଁନାହିଁ। ସର୍ବାଧିକ ବଲାଙ୍ଗୀରରେ ୩୬.୭ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ସର୍ବାଧିକ ରେକର୍ଡ ୩୪.୯ ଡିଗ୍ରୀ ସେଲସିୟସ ରହିଛି। ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ। ରାଜ୍ୟରେ ଗ୍ରୀଷ୍ମ ଲହରୀ ଛୁଇଁନାହିଁ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଅନ୍ୟପଟେ ରାଜ୍ୟରେ କିଛି ସ୍ଥାନରେ କୁହୁଡି ଓ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଆସନ୍ତାକାଲି ସକାଳ ସମୟରେ ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଏବଂ ନୟାଗଡ଼ରେ ଘନକୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି। ୨୪ ଘଣ୍ଟା ପର୍ଯ୍ୟନ୍ତ ଘନକୁହୁଡି ନେଇ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିଭଳି ୫ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଏବଂ ଯାଜପୁର ଜିଲ୍ଲାକୁ ଘନକୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିଯିବ। କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି।

Post Views: 52
Share199Tweet125Send
Voice of Victims

Voice of Victims

Recent Posts

  • ପରୀକ୍ଷା ପେ ଚର୍ଚ୍ଚା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ
  • କଟକରେ କୋର୍ଟକୁ ପୁଣି ଆସିଲା ବୋମା ଧମକ, ଧମକପୂର୍ଣ୍ଣ ମେଲ୍‌ ପରେ ପୋଲିସ ଛାନ୍‌ଭିନ୍
  • ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଥାନୀୟ ବାସିନ୍ଦାଙ୍କୁ ଦେବେ ଉଦବୋଧନ
  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In