ରଣପୁର ବ୍ଳକ ଅନ୍ତର୍ଗତ ମହତପଲା ଓ ଗୋପାଳ ପୁର ପୋଷ୍ଟ ଅଫିସ୍ ନିକଟରେ ନୂଆ ସରସ୍ବତୀ ଶିଶୁ ମନ୍ଦିର ରେ ଆଜି ପ୍ରତିବର୍ଷ ପରି ମାର୍ଗଶୀର ମାସ ଶୁକ୍ଳ ତ୍ରୟୋଦଶ ତିଥି ରେ ଗୀତା ଜୟନ୍ତୀ ପାଳନ କରାଯାଏ । ସନାତନ ଧର୍ମ ରେ ହିନ୍ଦୁ ଶାସ୍ତ୍ର ର ଶ୍ରେଷ୍ଠ ଗୀତା । ଆଜିର ଦିନ ରେ ମଠ ମନ୍ଦିର, ଧର୍ମ ଅନୁଷ୍ଠାନ ରେ ଗୀତା ଶ୍ଳୋକ ପାଠ କରିଥିଲେ ।
ଶିଶୁ ମନ୍ଦିର କୁନି କୁନି ପିଲା ମାନେ ସକାଳୁ ବିଦ୍ୟାଳୟ ରେ ପହଞ୍ଚି ଧୂପ ଦୀପ ଫୁଲ ଚନ୍ଦନ ଭୋଗ ଦେଇ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ପୂଜା ଅର୍ଚ୍ଚନା କରିବା ସହିତ ଗୀତା ପାଠ ର ଶ୍ଳୋକ ଆବୃତ୍ତି କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟା ନିରୁପମା କର ଏବଂ ଅନୁପମା ଦାଶ ସହଯୋଗ ରେ ସମସ୍ତ ଶିଶୁ ଉପସ୍ଥିତ ରହି ସଂସାର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ । ପ୍ରଭାତ ପ୍ରଧାନ, ସୋମନାଥ ପରିଡା, କବିତା ଲିପ୍ସା ସ୍ବାଇଁ, ପୂଜା ନାୟକ, ବର୍ଷା ପ୍ରିୟଦର୍ଶନୀ ନାୟକ ବିଷ୍ଣୁ ପ୍ରିୟା ନାୟକ ଉପସ୍ଥିତ ରହି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ ।।
