କଟକ, ପତଞଳି ଯୋଗ କେନ୍ଦ୍ର ପକ୍ଷରୁ ବରିଷ୍ଠ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଗାନ୍ଧି ପଲ୍ଲୀ ଯାଚକେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସଂପୂର୍ଣ୍ଣ ଗୀତା ପାରାୟଣ ଅନୁଷ୍ଠିତ ହୋଇଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ଖୁଲଣା ବଳ, ଦୀପ୍ତି ସ୍ବାଇଁ, ନର୍ମଦା ଜେନା, ସ୍ମୃତିସ୍ନିଗ୍ଧା ମହାପାତ୍ର, ଭାରତୀ ନାୟକ, ତପସ୍ଵିନୀ ମହାନ୍ତି, ବାସନ୍ତୀ ଦାସ, ଅନାମିକା ହୋତା, ବଲ୍ଲରୀ ଷଡ଼ଙ୍ଗୀ, ମନସ୍ବିନୀ ବେହେରା, ଝୁନା ରାଣୀ ବେହେରା, ଶ୍ରୁତିସମୀକ୍ଷା ମହାକୁଡ଼, ଅଜୟ ବାରିକ, ରମେଶ ମଲ୍ଲିକ, ପ୍ରଦୀପ ପ୍ରଧାନ, ଅମୂଲ୍ୟ ମହାନ୍ତି, ଶ୍ରୀଧର ପଣ୍ଡା, ପ୍ରଦୀପ୍ତ ଆଚାର୍ଯ୍ୟ, କୁରେଶ ପାତ୍ର, ଗୋପିନାଥ ସାହୁ, ନିତାଇ ବଳ, ଗୋଲେଖ ପ୍ରଧାନ, ସୂର୍ଯ୍ୟକାନ୍ତ ପଢିହାରୀ, ସୁଦାମ ମହାକୁଡ଼, ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ପ୍ରମୋଦ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରବୀନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଗୀତା ପାରାୟଣ ସହିତ ବୈଦିକ ଯଜ୍ଞ, ଜଗନ୍ନାଥ ଅଷ୍ଟକମ୍ ଓ ଗୀତଗୋବିନ୍ଦ ପାଠ କରାଯାଇଥିଲା। ବିଭିନ୍ନ ପତଞଳି ଯୋଗ କେନ୍ଦ୍ରର ଶତାଧିକ ଶ୍ରଦ୍ଧାଳୁ ଏହି ଗୀତା ପାରାୟଣରେ ଭାଗ ନେଇଥିଲେ।
