• About Us
  • Contact Us
Sunday, April 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଗୋଆର ‘ସାଧ୍ବୀ ସତୀଶ ସାଇଲ’ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୨୬

by Voice of Victims
April 19, 2026
in ଦେଶ ବିଦେଶ, ମୁଖ୍ୟ ଖବର
ଗୋଆର ‘ସାଧ୍ବୀ ସତୀଶ ସାଇଲ’ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୨୬

ଭୁବନେଶ୍ଵରର କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ୬୧ତମ ଫେମିନା ମିସ୍ ଇଣ୍ଡିଆ ୨୦୨୬ର ଗ୍ରାଣ୍ଡ ଫିନାଲେ । ଭାରତର ଇତିହାସରେ ପ୍ରଥମ କରି ଏକ ବିଶ୍ୱବିଦ୍ୟାଳୟ ପରିସରରେ ମିସ୍ ଇଣ୍ଡିଆ ଭଳି ଏକ ବଡ଼ ଜାତୀୟ ସ୍ତରର ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାରେ ବିଜୟିନୀ ହୋଇ ମୁକୁଟ ପିନ୍ଧିଛନ୍ତି ଗୋଆର ସାଧ୍ଵୀ ସତିଶ ସାଇଲ।

ଚଳିତ ବର୍ଷର ଏହି ପ୍ରତିଷ୍ଠିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଗୋଆର ସାଧ୍ବୀ ସତୀଶ ସୈଲ ସର୍ବଶ୍ରେଷ୍ଠ ବିବେଚିତ ହୋଇ ମିସ୍ ଇଣ୍ଡିଆ ମୁକୁଟ ହାସଲ କରିଛନ୍ତି । ଶନିବାର ଅନୁଷ୍ଠିତ ଏହି ଚିତ୍ତାକର୍ଷକ ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଯୋଗୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଫେବୃଆରୀରେ ୭୦୦ ରୁ ଅଧିକ ପ୍ରତିଯୋଗୀଙ୍କ ମଧ୍ୟରୁ କଠିନ ଚୟନ ପରେ ରାଜ୍ୟ ଟାଇଟଲ ଜିତିଥିବା ମହାରାଷ୍ଟ୍ରର ରାଜନନ୍ଦିନୀ ପାୱାର ପ୍ରଥମ ରନର୍ସ ଅପ୍ ହୋଇଥିଲେ। ଏହା ସହ ୟୁନିଅନ୍ ଟେରିଟୋରୀର ଅଦ୍ୱୈତା ଦ୍ୱିତୀୟ ରନର୍-ଅପ୍ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର କଳା, ସଂସ୍କୃତି ଓ ପର୍ଯ୍ୟଟନକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏକ ବଡ଼ ସୁଯୋଗ ମିଳିଛି । ପ୍ରତିଯୋଗୀମାନେ ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଚନ୍ଦ୍ରଭାଗା ବେଳାଭୂମି ପରିଦର୍ଶନ କରିଥିଲେ ।

Post Views: 9
Share197Tweet123Send
Voice of Victims

Voice of Victims

Recent Posts

  • ଦେବଗଡ଼ରେ ସ୍କୁଲ, କଲେଜ, ଅଙ୍ଗନଓ୍ବାଡି ଛୁଟି ; ଆବଶ୍ୟକ ପଡ଼ିଲେ ସକାଳୁଆ ପରୀକ୍ଷା କରିବାକୁ ନିର୍ଦ୍ଦେଶ
  • ଗୋଆର ‘ସାଧ୍ବୀ ସତୀଶ ସାଇଲ’ ହେଲେ ଫେମିନା ମିସ୍ ଇଣ୍ଡିଆ ୨୦୨୬
  • ନାରୀ ଶକ୍ତି ବନ୍ଦନ ଅଧିନିୟମ ପ୍ରସଙ୍ଗ; ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ଚୁରମାର୍ କରିଦେଲେ ବିରୋଧୀ ଦଳ: ମୋହନ ମାଝୀ
  • କଲବଲ କରୁଛି ତାତି, ଖୋର୍ଦ୍ଧା ଜିଲ୍ଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି
  • “ହର୍ମୁଜ୍ ବନ୍ଦ ଅଛି, ତୁରନ୍ତ ଫେରିଯାଅ,”: ଭାରତୀୟ ଜାହାଜକୁ ମଝି ରାସ୍ତାରୁ ଫେରାଇ ଦେଲେ ଇରାନୀ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In