• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଏକ ବର୍ଷରେ ଏକ ଲକ୍ଷ ଆଠ ହଜାର ଏକଶହ ଆଠ ଗୋମାତାଙ୍କ ରହଣି ବ୍ୟବସ୍ଥା କରିବ ଗୋବିନ୍ଦ ଗୋଧାମ ଗୋଶାଳା

by Voice of Victims
November 24, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଏକ ବର୍ଷରେ ଏକ ଲକ୍ଷ ଆଠ ହଜାର ଏକଶହ ଆଠ ଗୋମାତାଙ୍କ ରହଣି ବ୍ୟବସ୍ଥା କରିବ ଗୋବିନ୍ଦ ଗୋଧାମ ଗୋଶାଳା

ପୁରୀ (ଭିଓଭି): ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ (ଗୋବିନ୍ଦ ଗୋଧାମ ଗୋଶାଳା) ଏବଂ ରାଜସ୍ଥାନର ଶ୍ରୀ ସୀତାରାମ ଦାସ ଜୀ ମହାରାଜ ବଲଡାଧାମ ବିକାଶ ସମିତି ମିଳିତ ଆନୁକୁଲ୍ୟରେ ପୁରୀ ବଳିଆପଣ୍ଡା ଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ଏକଶତ ଆଠ କୁଣ୍ଡୀୟ ଶ୍ରୀଶ୍ରୀଜଗନ୍ନାଥ ପରମବ୍ରହ୍ମ ବିଶ୍ୱ କଲ୍ୟାଣ ଶାନ୍ତି ମହାଯଜ୍ଞର ଚତୁର୍ଥ ଦିବସରେ ବିଶିଷ୍ଠ ଅତିଥିମାନେ ଯୋଗଦେଇ ଯଜ୍ଞସ୍ଥଳ ପରିକ୍ରମା କରିଥିଲେ । ଏହି ଅବସରରେ ରାଜସ୍ଥାନ ଜୟପୁରର ମାନ୍ୟତାପ୍ରାପ୍ତ ପୁରୀଧାମର ରାଜଗୁରୁ, ପଞ୍ଚରଙ୍ଗୀ ଛଡିୱାଲା ତଥା ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯଜ୍ଞସ୍ଥଳରେ ପହଞ୍ଚି ଯଜ୍ଞକୁଣ୍ଡ ପରିକ୍ରମା କରିଥିଲେ । ସେହିଭଳି ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ତଥା ପୁରୀ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ମନୋଜ କୁମାର ରଥ, ଶ୍ରୀ ରାମଦୟା ପରିଷଦର ସଂପାଦକ ବିଜୟକୃଷ୍ଣ ବ୍ରହ୍ମା, ନୂଆପଡା ଖରିଆରର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ପୁରୀ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ଅନୀଲ କୁମାର ସାହୁ, ବିପ୍ର ଫାଉଣ୍ଡସେନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓଁପ୍ରକାଶ ମିଶ୍ର, ପ୍ରାନ୍ତୀୟ ଉପାଧ୍ୟକ୍ଷା ପୁଷ୍ପା ମିଶ୍ର, ରାଜ୍ୟ ଉପାଧ୍ୟକ୍ଷ ପୱନ କୁମାର ଶର୍ମା, ସମାଜସେବୀ ପ୍ରେମ ଅଗ୍ରୱାଲ, ରାଜସ୍ଥାନ ଶିଖର ଜିଲ୍ଲା ପଲସାନା ଖାଟୁ ଶ୍ୟାମ ମହାରାଜ ମହନ୍ତ ମନୋହର ଶରଣ ଦାସ ଜୀ, ବେଙ୍ଗୁଲୁରୁର ମାଧବାନ୍ ଜୀ ଆଦି ବିଶିଷ୍ଠ ଅତିଥିମାନେ ପହଞ୍ଚି ମହାଯଜ୍ଞ ଦର୍ଶନ କରିବା ସହିତ ଯଜ୍ଞସ୍ଥଳରେ ଉପସ୍ଥିତ ଥିବା ରାଜସ୍ଥାନ ବଲଡାଧାମର ପ୍ରସିଦ୍ଧ ସନ୍ଥ ଶ୍ରୀ ଶ୍ରୀ ସୀତାରାମ ଦାସ ଜୀ ମହାରାଜଙ୍କର ଦର୍ଶନ କରିଥିଲେ ।

ଯଜ୍ଞସ୍ଥଳରେ ରାଜସ୍ଥାନ ଜୟପୁରର ମାନ୍ୟତାପ୍ରାପ୍ତ ପୁରୀଧାମର ରାଜଗୁରୁ, ପଞ୍ଚରଙ୍ଗୀ ଛଡିୱାଲା ତଥା ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ନିଜର ଅଭିଭାଷଣରେ କହିଥିଲେ ରାଜସ୍ଥାନ ଜୟପୁରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରକୁ ବହୁବର୍ଷଧରି ତାଙ୍କ ପରିବାରର ଲୋକେ ପୂଜାକରି ଆସୁଛନ୍ତି । ମାତ୍ର ଆଗାମୀ ଦିନରେ ଏହି ମହାଯଜ୍ଞରେ ଯଜ୍ଞାଚାର୍ଯ୍ୟ ଥିବା ପଣ୍ଡିତ ଚିରଞ୍ଜିବୀ ଶାସ୍ତ୍ରୀଙ୍କ ପରିବାର ପୂଜା କରିବେ ବୋଲି ଘୋଷଣା କରିଥିଲେ । ସେହିଭଳି ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା କହିଛନ୍ତି ଆଗାମୀ ଏକ ବର୍ଷରେ ଏକ ଲକ୍ଷ ଆଠ ହଜାର ଏକଶହ ଆଠ ଗୋମାତାଙ୍କ ରହଣି ବ୍ୟବସ୍ଥା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଗୋବିନ୍ଦ ଗୋଧାମ ଗୋଶାଳ ତରଫରୁ କରାଯିବ । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଯଜ୍ଞସ୍ଥଳ ପରିକ୍ରମା ସହିତ ଶ୍ରୀମଦ ଭାଗବତ ପାଠ ଶ୍ରବଣ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା ଟ୍ରଷ୍ଟର ମୁଖପାତ୍ର ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ ।

Post Views: 87
Share202Tweet126Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In