• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୯.୮ କୋଟି ଚାଷୀଙ୍କ ପାଇଁ ଖୁସି ଖବର: ୨୪ରେ ଆସିବ ପିଏମ୍ କିଷାନ୍ ଟଙ୍କା

by Voice of Victims
February 21, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
୯.୮ କୋଟି ଚାଷୀଙ୍କ ପାଇଁ ଖୁସି ଖବର: ୨୪ରେ ଆସିବ ପିଏମ୍ କିଷାନ୍ ଟଙ୍କା

ନୂଆଦିଲ୍ଲୀ : ଦେଶର କୋଟି କୋଟି ଚାଷୀଙ୍କ ପ୍ରତୀକ୍ଷାର ଅନ୍ତ ହୋଇଛି। ଖୁବଶୀଘ୍ର ଯୋଗ୍ୟ ଚାଷୀଙ୍କୁ ପିଏମ୍ କିଷାନ୍ ଟଙ୍କା ପ୍ରଦାନ କରାଯିବ ବୋଲି ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଏଥର ୧୯ତମ କିସ୍ତି ଟଙ୍କା (୨ହଜାର ଲେଖାଏ)କୁ ଆସନ୍ତା ୨୪ ତାରିଖ ଦିନ ଦେଶର ୯.୮ କୋଟି ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଡିବିଟି (ଡାଇରେକ୍ଟ ବେନିଫିସିଆରୀ ଟ୍ରାନ୍ସଫର) ମୋଡ୍ ଆଧାରରେ ଜମା କରିବେ। ସରକାରଙ୍କ ପକ୍ଷରୁ ଏନେଇ ସୂଚନା ଜାରି କରାଯିବା ପରେ କୋଟି କୋଟି ଚାଷୀଙ୍କ ମୁହଁରେ ହସ ଫୁଟିଛି। ଶୁକ୍ରବାର ଏସମ୍ପର୍କରେ ସୂଚନା ଦେଇ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଫେବୃଆରୀ ୨୪ରେ ବିହାରର ଭାଗଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ଏକ କାର୍ଯ୍ୟକ୍ରମରେ ମୋଦୀ, ପିଏମ୍‌-କିଷାନର ୧୯ତମ କିସ୍ତି ଜାରି କରିବେ। ଏହି ରାଶି ସିଧାସଳଖ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ୧୮ତମ କିସ୍ତିରେ ହିତାଧିକାରୀଙ୍କ ସଂଖ୍ୟା ୯.୬ କୋଟି ରହିଥିବା ବେଳେ ଏଥର ଏହି ସଂଖ୍ୟା ୯.୮ କୋଟି ବୃଦ୍ଧି ପାଇଛି। ତେବେ ଯୋଗ୍ୟ ଚାଷୀ କିସ୍ତି ଅର୍ଥ ପାଇବା ପାଇଁ ନିଜର ଇ-କେୱାଇସି ଅପ୍‌ଡେଟ୍ କରିବାକୁ ପଡ଼ିବ। ଫେବୃଆରୀ ୨୦୧୯ରେ ଆରମ୍ଭ ହୋଇଥିବା ପିଏମ୍‌-କିଷାନ୍ ହେଉଛି ବିଶ୍ୱର ସର୍ବବୃହତ୍ ଡିବିଟି ଯୋଜନା। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଆର୍ଥିକ ସହାୟତା ଚାଷୀମାନଙ୍କୁ ବିହନ ଏବଂ ସାର କିଣିବା ପାଇଁ ସେମାନଙ୍କର ଖର୍ଚ୍ଚ ପୂରଣ କରିବାରେ ସାହାଯ୍ୟ କରିଛି। ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ହିତାଧିକାରୀ (ଯୋଗ୍ୟ ଚାଷୀ)ଙ୍କୁ ପ୍ରତି ୪ ମାସ ଅନ୍ତରାଳେ ଥରେ ଲେଖାଏ ଅର୍ଥାତ୍ ସମାନ ୩ଟି କିସ୍ତିରେ ୨୦୦୦ ଟଙ୍କା ଲେଖାଏ ବାର୍ଷିକ ୬,୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଆସୁଛି। ତେବେ ୧୯ତମ କିସ୍ତି ବାବଦ ପ୍ରାୟ ୨୨,୦୦୦ କୋଟି ଟଙ୍କା ପଠାଯିବ, ଯାହା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ। ସରକାର ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଅଧୀନରେ ମୋଟ ୩.୪୬ ଲକ୍ଷ କୋଟି ଟଙ୍କା ବଣ୍ଟନ କରିସାରିଛନ୍ତି ଏବଂ ୨୦ତମ କିସ୍ତି ଜାରି ହେବା ପରେ ଏହି ସଂଖ୍ୟା ୩.୬୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ।

Post Views: 41
Share198Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In