• About Us
  • Contact Us
Monday, May 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସାମ୍ବାଦିକଙ୍କ ଦାବି ପ୍ରତି ସରକାର ସଚେତନ-ମନମୋହନ

by Voice of Victims
May 3, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ସାମ୍ବାଦିକଙ୍କ ଦାବି ପ୍ରତି ସରକାର ସଚେତନ-ମନମୋହନ

ଭୁବନେଶ୍ୱର, ୦୩/୦୫: ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଓ ଭୁବନେଶ୍ୱର ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ବୈଠକରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ମୂଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ନିକଟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଅଧିସ୍ୱୀକୃତି କମିଟି ପୁନର୍ଗଠନ ସହ ବ୍ୟାପକ ଅଧିସ୍ବୀକୃତି ପ୍ରଦାନ ଓ ଅବସରକାଳୀନ ଭତ୍ତା ପ୍ରଦାନ ନେଇ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନ ପରିପ୍ରେକ୍ଷିରେ ଶ୍ରୀ ସାମଲ କହିଥିଲେ କି ଏହି ସବୁ ନ୍ୟାର୍ଯ୍ୟ ଦାବି ପ୍ରତି ସରକାର ସଚେତନ ଅଛନ୍ତି । ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଉପସ୍ଥାପିତ ଦାବି ସମ୍ପର୍କରେ ସୂଚନା ଦେବା ସହ ଏହାର ଆଶୁ ସମାଧାନ ପାଇଁ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶିଷ୍ଟ ଅତିଥି ଭାବେ ବିଧାୟକ ବାବୁ ସିଂ, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ରୋଟାରୀ ପ୍ରାନ୍ତପାଳ ଅଜୟ କୁମାର ଅଗ୍ରୱାଲ , ଭାଜପା ମୂଖ ପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ଦୈନିକ ‘ ସର୍କାର ‘ ର ସମ୍ପାଦକ ପ୍ରକାଶ ରଥ,ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗ ଦେଇ ସମସାମୟିକ ସାମ୍ବାଦିକତା ର ବିଭିନ୍ନ ଦିଗରେ ଆଲୋକପାତ କରିବା ସହ ମୁକ୍ତ ସାମ୍ବାଦିକତା ପାଇଁ ସାମ୍ବାଦିକ ମାନଙ୍କ ଆର୍ଥିକ ସୁବିଧା ଓ ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମକୁ ଉତ୍କଳ ସାମ୍ବାଦିକ ସଂଘ କୋଷାଧକ୍ଷ ରାଜେନ୍ ଚୌଧୁରୀ ପରିଚାଳନା କରିଥିଲେ। ପ୍ରଥମ ଅଧିବେଶନରେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଆୟୋଜିତ ଫଟୋ ପ୍ରଦର୍ଶନୀ କୁ ଉଦ୍ଘାଟନ କରି ସମାଜ ବିକାଶ କ୍ଷେତ୍ରରେ ସାମ୍ବାଦିକ ମାନଙ୍କ ଯୋଗଦାନ ନେଇ ନିଜ ନିଜର ମତ ରଖିଥିଲେ।ଉଭୟ ବୈଠକରେ ଭୁବନେଶ୍ୱର ସାମ୍ବାଦିକ ସଂଘ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ସଭାପତିତ୍ଵ କରିଥିଲେ। ଇତି ଅବସରରେ ଶ୍ରୀ ପ୍ରଧାନ ୟୁନେସ୍କୋ ପକ୍ଷରୁ ପାଳିତ ହୋଇଥିବା ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ବିଷୟ ବସ୍ତୁ , ଶାନ୍ତିପୂର୍ଣ୍ଣ ଭବିଷ୍ୟତ ଗଠନ ” ମାନବାଧିକର ବିକାଶ ଏବଂ ସୁରକ୍ଷା ପାଇଁ ଗଣମାଧ୍ୟମ ସ୍ୱାଧୀନତାକୁ ପ୍ରୋତ୍ସାହନ ! ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସଂଘର ମୁଖପାତ୍ର “ଭୁବନେଶ୍ୱର ବାର୍ତ୍ତାଜୀବୀ” କୁ ଅତିଥି ମାନେ ଲୋକାର୍ପିତ କରିଥିଲେ।

ସଂଘ ସାଧାରଣ ସମ୍ପାଦକ ଜିତେନ୍ଦ୍ର ମହାନ୍ତି, ସମ୍ପାଦକ ସଞ୍ଜୟ ଜେନା, ଉପସଭାପତି ଗଗନ ସ୍ୱାଇଁ , କାର୍ଯ୍ୟନିର୍ବାହୀ ସଦସ୍ୟ ଟୁଲୁ କୁମାର ପାତ୍ର, ପ୍ରକାଶ ସାହୁ, ଯତୀନ ଷେଣ୍ଢ, ରଞ୍ଜିତ୍ ପଟ୍ଟନାୟକ, ମନୋଜ ପ୍ରଧାନ, ପ୍ରଦୀପ ବୈଶାଖ, ବିମଳ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଆନ୍ଧ୍ରପ୍ରଦେଶ ସଂକଳ୍ପ ଟିଭିର ସମ୍ପାଦକ ଉମାମହେଶ୍ୱର୍ ରେଡ୍ଡୀ କାଲାକାତ୍ତା, ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ, ସାରଦା ଲାହାଙ୍ଗିର, ବିରୂପାକ୍ଷ ତ୍ରିପାଠୀ, ଶିବ ମହାନ୍ତି ଓ ଦୂର୍ଗାଶିଷ ଙ୍କୁ ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏତତ୍ ବ୍ୟତୀତ ପାରିପାର୍ଶିକ ଉନ୍ନୟନ ଓ ସାମାଜିକ ଦାୟିତ୍ୱ ବୋଧ ପାଇଁ ଜିଭିପିଆର ଇଞ୍ଜିନିୟର୍ଶ ର ଉପସଭାପତି ଅଜିତ୍ କୁମାର ପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଆୟୋଜିତ ଫଟୋ ପ୍ରଦର୍ଶନୀ ରେ ଅଂଶଗ୍ରହଣ କରିଥିବା ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଫଟୋ ଗ୍ରାଫର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉଭୟ ଅଧିବେଶନକୁ ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେଉରା ସଞ୍ଚାଳନ କରିଥିଲେ।

Post Views: 54
Share201Tweet126Send
Voice of Victims

Voice of Victims

Recent Posts

  • ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ — ରଣପୁରରେ ପ୍ରତାପ ବ୍ଲକ ଟପ୍ପର, ୧୬ ଜଣଙ୍କ ଏ-୧ ସଫଳତା
  • ସାମ୍ବାଦିକଙ୍କ ଦାବି ପ୍ରତି ସରକାର ସଚେତନ-ମନମୋହନ
  • ପତଞ୍ଜଳି ପକ୍ଷରୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ନିମନ୍ତେ ପ୍ରସ୍ତୁତି
  • ମେ’ ୪ ତାରିଖରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା
  • ପାକିସ୍ତାନ ଗ୍ୱାଦରରେ କାମ ବନ୍ଦ କଲା ଚୀନ୍ କମ୍ପାନୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In