• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସବୁ ଅଞ୍ଚଳର ବିକାଶ ଓ ସବୁ ବର୍ଗଙ୍କୁ ସଶକ୍ତ ପାଇଁ ସରକାର ସଂକଳ୍ପବଦ୍ଧ: ରାଜ୍ୟପାଳ

by Voice of Victims
February 5, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସବୁ ଅଞ୍ଚଳର ବିକାଶ ଓ ସବୁ ବର୍ଗଙ୍କୁ ସଶକ୍ତ ପାଇଁ ସରକାର ସଂକଳ୍ପବଦ୍ଧ: ରାଜ୍ୟପାଳ

ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ । ଓଡ଼ିଶାର ମୁଣ୍ଡପିଛା ଆୟ ବଢ଼ିଛି । ବେକାର ସମସ୍ୟା ହାର ହ୍ରାସ ପାଇ ୬.୨%ରେ ସୀମିତ ରହିଛି । ରାଜ୍ୟର ସମସ୍ତ ଅଞ୍ଚଳର ବିକାଶ ଓ ସବୁ ବର୍ଗଙ୍କୁ ସଶକ୍ତ କରିବା ନିମନ୍ତେ ସଂକଳ୍ପବଦ୍ଧ । ମୋ ସରକାର ଭିଜନ-୨୦୨୫ର ସଫଳ ରୂପାୟନ ପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି । ଏଭଳି ଭାବେ ଓଡ଼ିଶା ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।
ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ବିଧାନସଭା ଅଧିବେଶନ ସୋମବାର ଠାରୁ ଆରମ୍ଭ ହୋଇଛି । ରାଜ୍ୟପାଳ ପ୍ରଥମେ ଅଭିଭାଷଣ ଦେଇ ସମସ୍ତ ସଦସ୍ୟଙ୍କୁ ନୂଆବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ଦିବଙ୍ଗତ ସଦସ୍ୟ ଓ ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇ ରାଜ୍ୟପାଳ କହିଛନ୍ତି ଯେ ପ୍ରାଚୀନ ମନ୍ଦିର ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ଉପରେ ସରକାର ସର୍ବଦା ଗୁରୁତ୍ୱ ଦେଇଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ୮୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜାନୁଆରୀ ୧୭ରେ ଲୋକାର୍ପିତ ହୋଇଛି । ଶ୍ରୀମନ୍ଦିର ଠାରୁ ୭୫ ମିଟର ଯାଏଁ ହୋଇଥିବା ପରିକ୍ରମା ପ୍ରକଳ୍ପ ଦ୍ୱାରା ଭକ୍ତମାନେ ଆଧ୍ୟାତ୍ମିକ ଅନୁଭୂତି ହାସଲ କରୁଛନ୍ତି । ଏହି ପ୍ରକଳ୍ପ ରାଜ୍ୟ ତଥା ଦେଶ ବିଦେଶରୁ ଆସୁଥିବା ଭକ୍ତଙ୍କ ଲାଗି ସାମଗ୍ରିକ ଆତ୍ମିକ ଉପଲବ୍ଧୀ ସହ ପରିଭ୍ରମଣର ସୁବିଧା ପ୍ରଦାନ କରିଛି । ଶ୍ରୀମନ୍ଦିର ଐତିହ୍ୟ କରିଡର ଶ୍ରୀମନ୍ଦିର, ନୀଳଚକ୍ର ଓ ମେଘନାଦ ପାଚେରୀ ଦର୍ଶନରେ ଶ୍ରଦ୍ଧାଳୁ, ତୀର୍ଥଯାତ୍ରୀ ଏବଂ ଦର୍ଶନାର୍ଥୀଙ୍କ ଆତ୍ମାତ୍ମିକ ଅନୁଭବ ବୃଦ୍ଧି କରିଛି । ପୁରୀକୁ ଗମନାଗମନ ସୁବିଧା ଲାଗି ସରକାର ଜଗନ୍ନାଥ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ରାଜ୍ୟ ସରକାର ମା’ ସମଲେଇ ପ୍ରକଳ୍ପକୁ ମଧ୍ୟ ଲୋକାର୍ପିତ କରିଛନ୍ତି । ୨୦୦ କୋଟି ଟଙ୍କା ଖର୍ଚ୍ଚରେ ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ମନ୍ଦିର ମା’ ସମଲେଇ ମନ୍ଦିରର ନବକଳେବର କରିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସେହିପରି ୨୮୦ କୋଟି ଟଙ୍କାର ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଏଥିରେ ପ୍ରଭୁ ଲିଙ୍ଗରାଜ ମନ୍ଦିରର ଚତୁପାର୍ଶ୍ୱର ଉନ୍ନତିକରଣ କାର୍ଯ୍ୟ ଚାଲିଛି ।
ରାଜ୍ୟପାଳ କହିଛନ୍ତି ଯେ ଗ୍ରାମୀଣ ଓଡ଼ିଶାର ଦ୍ରୁତ ବିକାଶ ଓ ଗ୍ରାମାଞ୍ଚଳର ଅଭିବୃଦ୍ଧି ପାଇଁ ବିକାଶମୂଳକ ପଦକ୍ଷେପ ନେଇଛନ୍ତି ମୋ ସରକାର । ଏହାଦ୍ୱାରା ଗ୍ରାମୀଣ ବିକାଶ ସହ ଇଣ୍ଟରନେଟ ସୁବିଧା, ଡିଜିଟାଲ ସୁବିଧା, ସଂସ୍କୃତିର ପ୍ରଚାର ପ୍ରସାର ଓ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ ସମର୍ଥ ହୋଇଛି । ‘୫-ଟି’ ଓ ‘ମୋ ସରକାର’ ଉପକ୍ରମ ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ଏକ ନୂତନ ଯୁଗ ଆରମ୍ଭ ହୋଇଛି । ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରାଇ ଲୋକଙ୍କ ଅଧିକ ନିକଟତର ହୋଇପାରିଛି । ‘ନୂଆ ଓ’ ପାଇଁ ମୋ ସରକାରଙ୍କ ଉଦ୍ୟମ ଅଭିନନ୍ଦନୀୟ । ଯୁବ ସମ୍ପୃକ୍ତିକରଣ ଏବଂ ସଶକ୍ତୀକରଣ ଲାଗି ସରକାରଙ୍କ ନୂଆ-ଓ କାର୍ଯ୍ୟକ୍ରମ ଏକ ଯୁଗାନ୍ତକାରୀ ଅଭିଯାନ । ଓଡ଼ିଆ ଭାଷାର ପ୍ରଚାର, ପ୍ରସାର, ସମୃଦ୍ଧି, ସଂରକ୍ଷଣ ଓ ଉନ୍ନତି ସାଧନ ଲାଗି ସରକାରଙ୍କ ପ୍ରଥମ ଓଡ଼ିଆ ବିଶ୍ୱ ଭାଷା ସମ୍ମିଳନୀ-୨୦୨୪ ଆୟୋଜନ ଏକ ପ୍ରକୃଷ୍ଣ ଉଦ୍ୟମ । ଉତ୍କଳମଣି ଗୋପବନ୍ଧୁଙ୍କୁ କର୍ମଭୂମି ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସରକାରଙ୍କ ପ୍ରଶଂସନୀୟ ପଦକ୍ଷେପ ।
ରାଜ୍ୟପାଳ କହିଛନ୍ତି ଯେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ରାଜ୍ୟର ସମଗ୍ର ମୂଲ୍ୟବୃଦ୍ଧି କ୍ଷେତ୍ରରେ ୨୨.୫% ଯୋଗଦାନ ଥିଲା । କୃଷିକ୍ଷେତ୍ର ମୋଟ୍ ଶ୍ରମ ଶକ୍ତିର ପ୍ରାୟ ୪୫. ୮୦% ନିଯୁକ୍ତି ପ୍ରଦାନ କରି ସର୍ବାଧିକ କର୍ମଯୋଗାଣ କରିପାରିଛି । ଚଳିତ ଆର୍ôଥକ ବର୍ଷରେ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ୧୪୧. ୩୬ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି । ଧାନ ଉତ୍ପାଦନ ହେକ୍ଟର ପିଛା ସର୍ବକାଳୀନ ସର୍ବୋଚ୍ଚ ୨ ହଜାର ୯୩୬ କେଜିରେ ପହଞ୍ଚିଛି । ସଫଳତାର ସହ କୃଷି ସମ୍ମିଳନୀ ଆୟୋଜନ ହୋଇଛି । କାଳିଆ ଯୋଜନା ମାଧ୍ୟମରେ ୬୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ୩୧୪ ବ୍ଲକରେ ୩୧୪ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ୟୁନିଟ ମାଧ୍ୟମରେ ପ୍ରାଣୀଧନ ପଶୁପାଳକଙ୍କ ଘରେ ମିଳୁଛି ପ୍ରାଣୀ ଚିକିତ୍ସା ସେବା । ରାଜ୍ୟରେ ମତ୍ସ୍ୟ ଉତ୍ପାତନ ୧୦.୫୨ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ଜଳସେଚନ ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ୱ ଦେଇଛନ୍ତି ମୋ ସରକାର । ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଚତୁର୍ଥ ଜାତୀୟ ଜଳ ପୁରସ୍କାର ମିଳିଛି । ଭାରତୀୟ କୃଷି ଗବେଷଣା ପରିଷଦ ପକ୍ଷରୁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ମିଲେଟସ ପ୍ରୋତ୍ସାହନକାରୀ ରାଜ୍ୟ ଭାବେ ପୋଷକ ଅନାଜ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି । ସେହିପରି ‘ଓଡ଼ିଶା ମିଲେଟ୍ସ ମିଶନ’ ଆରମ୍ଭ କରିବାରେ ଦେଶରେ ଅଗ୍ରଣୀ ରାଜ୍ୟ ହୋଇଛି ଓଡ଼ିଶା । ‘କ୍ଷେତରୁ ଖାଇବା ଥାଳି ପର୍ଯ୍ୟନ୍ତ’ ଅଧିକ ପୌଷ୍ଟିକ ତତ୍ତ୍ୱ ଯୋଗାଇ ଦେଉଥିବା ଏହି ପୁଷ୍ଟିଶସ୍ରର ଉପାଦେୟତା ଏହାର ବୃଦ୍ଧି ପାଇଁ ଆମ ରଣନୀତିରେ ପରିବର୍ତ୍ତନ ଆସିଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୧୧୩ ଲକ୍ଷରୁ ଅଧିକ ରାସନକାର୍ଡ଼ଧାରୀଙ୍କୁ ୧ ଟଙ୍କାରେ ୪ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ଯୋଗାଇ ଦିଆଯାଇଛି । ୨୦୨୩-୨୪ରେ ୧୫.୧୩ କୋଟି କର୍ମଦିବସ ସୃଷ୍ଟି କରାଯାଇ ୩୦.୬୯ ଲକ୍ଷ ପରିବାରକୁ ରୋଜଗାର ଦିଆଯାଇଛି । ରାଜ୍ୟପାଳ କହିଛନ୍ତି ଯେ ନୂତନ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରାଯାଇଛି । ୧୭୬୮ କୋଟି ବ୍ୟୟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀର ବିକାଶ ହୋଇଛି । ଇକୋ ରିଟ୍ରିଟ୍ ଓଡ଼ିଶା ସଫଳତାର ସହ ପାଞ୍ଚ ବର୍ଷରେ ପୂରଣ ହୋଇଛି । ମୋ ସ୍କୁଲ ଅଭିଯାନ ଦେଶର ସର୍ବବୃହତ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନ କାର୍ଯ୍ୟକ୍ରମ ହୋଇଛି । ସ୍କିଲ୍ଡ ଇନ୍ ଓଡ଼ିଶାକୁ ପ୍ରୋତ୍ସାହିତ କରାଯାଉଛି । ଓଡ଼ିଶା ଏବେ ଦେଶର ଅଗ୍ରଣୀ କ୍ରୀଡ଼ା ଲକ୍ଷ୍ୟସ୍ଥଳ ହୋଇପାରିଛି । ମୋ ସରକାର ମହିଳା,ଶିଶୁ, ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ଏବଂ ପ୍ରତିକୂଳ ପରିସ୍ଥିତିରେ ଶିକାର ହୋଇଥିବା ବ୍ୟକ୍ତି ସମାଗ୍ରିକ ବିକାଶ କରିଛନ୍ତି । ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତି କରାଯାଉଛି । ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କିଂ ସେବା ଯୋଗାଇଦିଆଯାଇଛି । ମାଓବାଦୀ ଇଲାକାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହୋଇ ସଫଳତା ପାଇଛି । ବିମାନସେବା ସହ ସଡ଼କ ପଥ ଓ ନୂଆ ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ କରାଯାଇଛି । ରାଜ୍ୟପାଳ କହିଛନ୍ତି ଯେ ବିଗତ ୫ ବର୍ଷରେ ରାଜ୍ୟର ଆଇଟି ରପ୍ତାନୀ ୮୭.୫%କୁ ବୃଦ୍ଧି ପାଇଛି । ପୁଞ୍ଜି ନିବେଶ ପାଇଁ ସଫଳତାର ସହ ମେକ୍ ଇନ ଓଡ଼ିଶା କାର୍ଯ୍ୟକାରୀ ହୋଇଛି । ଢେଙ୍କାନାଳ ଓ ଝାରସୁଗୁଡ଼ାରେ ୮ଟି ଇଡକୋ ଟାୱାର ଓ ୪ଟି ଆଇଟି ଟାୱାର ନିର୍ମାଣ ଲକ୍ଷ୍ୟ ରହିଛନ୍ତି । ଭିଜନ-୨୦୫କୁ ସଫଳତାର ସହ କାର୍ଯ୍ୟକାରୀ କରିବା ପାଇଁ ଅଗ୍ରସର ହୋଇଛନ୍ତି ମୋ ସରକାର । ଏଥିରେ ମୋ ସରକାର ପାଞ୍ଚଟି ଇଣ୍ଡଷ୍ଟ୍ରିଆଲ ପରବର୍ତ୍ତୀ ପର୍ଯ୍ୟାୟ ଉନ୍ନତିକରଣ, ନିଜ ବର୍ଗରେ ସର୍ବଶ୍ରେଷ୍ଠ ୫ଟି ନୂତନ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର, ଟାଟା ସ୍ୱତନ୍ତ୍ର ଅର୍ଥନୈତିକ ଜୋନକୁ ଗୋପାଳପୁର ବନ୍ଦରରୁ ତୈଳ, ଗ୍ୟାସ ଓ ଜଳଯୋଗାଣ ନିମନ୍ତେ ଏକ ୟୁଟିଲିଟି କରିଡର ନିର୍ମାଣ, ୧୦ ଏମ୍‌ଏଲ୍‌ଡି କ୍ଷମତା ସମ୍ପନ୍ନ ଏଫ୍ଲୁଏଣ୍ଟ ପ୍ଲାଣ୍ଟ ପ୍ରକଳ୍ପ ଏବଂ ପାରାଦୀପରେ ୩୦ ଡିପ୍ ହିସ୍‌ଚାର୍ଜ ପାଇପ୍‌ଲାଇନ ନିର୍ମାଣ ଯୋଜନା କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି । ଅଭିଭାଷଣ ଶେଷରେ ବାଚସ୍ପତି ପ୍ରମିଳା ମଲ୍ଲିକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଧନ୍ୟବାଦ ଦେଇ ବିଦାୟ ଦେଇଥିଲେ । ପରେ ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇଥିଲା ।

Post Views: 52
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In