• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବଢିବ ଅଧିକାରୀ ମାନଙ୍କ ପ୍ରଶାସନିକ ଦକ୍ଷତା, ଫାଇଲ ବିଳମ୍ବ ରୋକିବାକୁ ସରକାରଙ୍କ ପ୍ରୟାସ

by Voice of Victims
July 16, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ବଢିବ ଅଧିକାରୀ ମାନଙ୍କ ପ୍ରଶାସନିକ ଦକ୍ଷତା, ଫାଇଲ ବିଳମ୍ବ ରୋକିବାକୁ ସରକାରଙ୍କ ପ୍ରୟାସ

ଭୁବନେଶ୍ୱର : ବଢିବଅଧିକାରୀ ମାନଙ୍କ ପ୍ରଶାସନିକ ଦକ୍ଷତା । ଏହା ସହ ଫାଇଲକୁ ୩ସ୍ତରରେ କାର୍ଯ୍ୟ କରିବା ସହ ନୂଆ ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ ନିଯୁକ୍ତ ହେବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସମସ୍ତ ପ୍ରମୁଖ ସଚିବ, ଅତିରିକ୍ତ ମୁଖ୍ୟ ସଚିବ ଓ କମିସନର ତଥା ସଚିବ ମାନଙ୍କୁ ଚିଠି ଲେଖିଛନ୍ତି । ଏଷ୍ଟାବ୍ଲିସମେଣ୍ଟଜନିତ କାର୍ଯ୍ୟକୁ ଅଧିକ ବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ଭଳି ରାଜ୍ୟ ସରକାରଙ୍କ ସବୁ ବିଭାଗର ଏଷ୍ଟାବ୍ଲିସମେଣ୍ଟ ଅଧିକାରୀ ଭାବେ ବିଭାଗର ସ୍ବତନ୍ତ୍ର ସଚିବ କିମ୍ବା ଅତିରିକ୍ତ ସଚିବ ପାହ୍ୟାର ଅଧିକାରୀ ରହିବେ ।

ସେମାନେ ବିଭାଗୀୟ ଅଧିକାରୀଙ୍କ ବଦଳି, ନିଯୁକ୍ତି, ଡିସିପି, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ପେନସନ ମାମଲା, ଗ୍ରେଡେସନ ତାଲିକା, ରିହାବ୍ଲିଟେସନ ଆସିଷ୍ଟାନ୍ସ ମାମଲା ବୁଝିବେ । ସବୁ ବିଭାଗର ଏଷ୍ଟାବ୍ଲିସମେଣ୍ଟ ସେକ୍ସନ ଠିକ ଭାବେ କାମ କରୁଛି କି ନାହିଁ ତାହା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ୨ ମାସରେ ଥରେ ସମୀକ୍ଷା କରାଯିବ ।

ସେହିପରି କେତେକ ବିଭାଗରେ ସେକ୍ସନ ଅଫିସର, ଏଏସଓମାନଙ୍କ କାର୍ଯ୍ୟରେ ବଡ଼ଧରଣର ପାତରଅନ୍ତର ଦେଖିବାକୁ ମିଳୁଛି । ତେଣୁ ପ୍ରତ୍ୟେକ ବିଭାଗ ସେମାନଙ୍କ ବିଭାଗର ସେକ୍ସନ ଅଫିସର ଓ ଏଏସଓମାନଙ୍କ କାର୍ଯ୍ୟ ସମୀକ୍ଷା କରି ସମସ୍ତଙ୍କୁ ସମାନ କାମ ବାଣ୍ଟିବେ । ଏପଟେ ଓସ୍ବାସରେ ଯାଉଥିବା ଫାଇଲ ପ୍ରାୟ ୬ ସ୍ତର ଦେଇ ସଚିବଙ୍କ ପାଖରେ ପହଞ୍ଚୁଥିବା ବେଳେ ଏହାକୁ ୩ ସ୍ତରକୁ କମାଇବାକୁ କୁହାଯାଇଛି । ସେକ୍ସନ ଅଫିସର କିମ୍ବା ASO ଫାଇଲ କାମ ଆରମ୍ଭ କରିବେ। ଏହାପରେ ଡେସ୍କ, ଅଫିସର, ଅନୁସଚିବ, ଉପସଚିବଙ୍କ ପାଖକୁ ତର୍ଜମା ପାଇଁ ଯିବ । ତାପରେ ଯୁଗ୍ମ ସଚିବ, ଅତିରିକ୍ତ ସଚିବ, ସ୍ବତନ୍ତ୍ର ସଚିବ ତର୍ଜମା କରିବ ଫାଇଲ ଅନୁମୋଦନ ପାଇଁ ବିଭାଗୀୟ ସଚିବଙ୍କ ନିକଟକୁ ପଠାଯିବ । ଏହି ସବୁ ପ୍ରସ୍ତୁତି ଜୁଲାଇ ୨୫ ସୁଦ୍ଧା ଶେଷ ହେବ । ଜୁଲାଇ ୩୧ ପୂର୍ବରୁ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସବୁ ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବଙ୍କୁ ଚିଠି ଲେଖିଛନ୍ତି ।

Post Views: 69
Share199Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In