• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଆଗାମୀ ୭ ଦିନ ଯାଏଁ ରାଜ୍ୟରେ କଲବଲ କରିବ ତାତି, ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ

by Voice of Victims
April 12, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
୨୪ ଘଣ୍ଟା ପରେ ରାଜ୍ୟରେ ବଢ଼ିବ ତାପମାତ୍ରା: ପଶ୍ଚିମା ଝଡ଼ ଉତ୍ତରପଶ୍ଚିମ ଭାରତକୁ ପ୍ରଭାବିତ ସମ୍ଭାବନା

ଆଗାମୀ ୭ ଦିନ ଯାଏଁ ରାଜ୍ୟରେ କଲବଲ କରିବ ତାତି। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେବ। ଅସହ୍ୟ ଗରମ ଓ ଗୁଳିଗୁଳିରେ ଅସ୍ତବ୍ୟସ୍ତ ହେଲାଣି ଜୀବନ। ଆଜିଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିବ ବୋଲି ଆକଳନରେ କୁହାଯାଇଛି । ଏ ନେଇ ଆକଳନ କରିଛି ପାଣିପାଗ ବିଭାଗ।

ସେହିପରି ଆଜି ପାଇଁ ୧୧ ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଭୀଷଣ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ ।

ବିଶେଷକରି ୧୩ରୁ ୧୪ ତାରିଖ ମଧ୍ୟରେ ଗରମ ଓ ଗୁଳୁଗୁଳିର ପ୍ରକୋପ ଚୂଡ଼ାନ୍ତ ସ୍ତରକୁ ପହଞ୍ଚିପାରେ। ଏହାସହ ୧୫ ତାରିଖ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହି ପରିସ୍ଥିତିରେ ଦିନବେଳେ ଘରୁ ବାହାରିବା ବେଳେ ସାବଧାନ ରହିବା, ପର୍ଯ୍ୟାପ୍ତ ପାଣି ପିଇବା ଓ ସୂର୍ଯ୍ୟର ସିଧାସଳଖ କିରଣରୁ ଦୂରେ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାସହିତ ଅଂଶୁଘାତକୁ ଦୃଷ୍ଟିରେ ରଖି ସମସ୍ତ ଛକ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା ମଧ୍ୟ କରାଯାଇଛି।

Post Views: 33
Share198Tweet124Send
Voice of Victims

Voice of Victims

Recent Posts

  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା
  • ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ, ଯେଉଁ ଚାଷୀ ଆସିପାରିବେନି ସେମାନଙ୍କ ପାଖକୁ ଯିବେ ସରକାର
  • CWG ଚାମ୍ପିଅନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଦେଶକୁ ଦେଲେ ଏଭଳି ବାର୍ତ୍ତା
  • ଭାରତରୁ ରୁଷକୁ ଚାଲିବ ଟ୍ରେନ୍, ସିଧାସଳଖ ନୂଆଦିଲ୍ଲୀରୁ ମସ୍କୋକୁ କରିହେବ ଯାତ୍ରା !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In