ସମ୍ବଲପୁର : ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳସ୍ତର ୬୦୪.୪୩ ଫୁଟରେ ପହଞ୍ଚିଛି । ଜଳଭଣ୍ଡାରକୁ ୧ ଲକ୍ଷ ୪୨ ହଜାର ୯୭୭ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୩୪ ହଜାର ୬୭୦ କ୍ୟୁସେକ ଜଳ । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ।

ସେପଟେ ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ । ଏନେଇ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି । ତେବେ ଗେଟ୍ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ସକାଳ ୧୦ଟାରେ ଖୋଲିବ ୭ ନମ୍ବର ଗେଟ୍ । ପୂଜାର୍ଚ୍ଚନା ପରେ ହୀରାକୁଦ ଗେଟ୍ ଖୋଲାଯିବା ନେଇ ଘୋଷଣା କରାଯାଇଛି ।
