• About Us
  • Contact Us
Friday, November 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

‘ଅକଭାନ୍’ ବାତ୍ୟା ପାଇଁ ହାଇ ଆଲର୍ଟ: ୧ ଲକ୍ଷରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନାନ୍ତର: ଅନୁ ଗର୍ଗ

by Voice of Victims
November 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ସମସ୍ୟା
‘ଅକଭାନ୍’ ବାତ୍ୟା ପାଇଁ ହାଇ ଆଲର୍ଟ: ୧ ଲକ୍ଷରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନାନ୍ତର: ଅନୁ ଗର୍ଗ

‘ଶୁକ୍ରବାର ଦିନ ଗୋପାଳପୁର ନିକଟରେ ‘ଅକଭାନ୍’ ବାତ୍ୟା ସ୍ଥଳଭାଗ ଛୁଇଁବାକୁ ଥିବାରୁ, ଓଡ଼ିଶା ସରକାର ବ୍ୟାପକ ପ୍ରସ୍ତୁତିର ଅଂଶସ୍ୱରୂପ ବିପଦପୂର୍ଣ୍ଣ ଅଞ୍ଚଳରୁ ଲକ୍ଷେରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଛନ୍ତି । ବାତ୍ୟା ଓ ଏହାର ପ୍ରଭାବର ମୁକାବିଲା ପାଇଁ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଅନୁ ଗର୍ଗ କହିଛନ୍ତି ଯେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି ) ପକ୍ଷରୁ ଆକଳନ ଅନୁସାରେ ‘ଅକଭାନ୍’ ବାତ୍ୟାର ସମ୍ଭାବ୍ୟ ଗତିପଥ ପୁରୀ ଓ ଗୋପାଳପୁର ମଝିରେ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ଓ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ଏ ନେଇ ସମ୍ଭାବ୍ୟ ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ବିସ୍ଥାପନ କରାଯାଉଛି ।

ସଦ୍ୟତମ ସୂଚନା ଅନୁସାରେ ସମ୍ବେଦନଶୀଳ ୬୧୦୯ ସ୍ଥାନ ଚିହ୍ନଟ କରାଯାଇ ସେସବୁ ସ୍ଥାନରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ବିସ୍ଥାପନ କରାଯାଉଛି । କାଲି ସଂଧ୍ୟାରେ ବିସ୍ଥାପନ କାର୍ଯ୍ୟ ଜାରି ରହିରହିଥ‌ିବା ବେଳେ ଆଜି ସକାଳୁ ମଧ୍ଯ ଏହି କାର୍ଯ୍ୟ ଚାଲିଛି । ଆମେ ଯେତେ ଅଧିକ ଆବଶ୍ୟକ, ସେତେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବୁ। ଏଥିପାଇଁ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ୯୨୯୯ ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଛି । ସେଠାରେ ଲୋକମାନଙ୍କର ଏବଂ ଶିଶୁମାନଙ୍କର ରନ୍ଧା ଖାଦ୍ୟ ଓ ଶୁଖୁଲା ଖାଦ୍ୟର ବ୍ୟବସ୍ଥା, ଜରୁରୀ ଔଷଧ, ପିଇବା ପାଣି, ସାନିଟାରୀ ନାପକିନ୍ ସୁବିଧା ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି । ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ନିୟୋଜିତ କରାଯାଇଛି । ଆଗୁଆ ପଦକ୍ଷେପ ସ୍ବରୂପ ୩୦ ନଭେମ୍ବର ସୁଦ୍ଧା ଆସନ୍ନ ପ୍ରସବା ଥିବା ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରଣ କରାଯାଇଛି ।

ଅଦ୍ୟାବଧି ପ୍ରାୟ ୧,୦୫,୩୦୪ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି । ସେମାନଙ୍କୁ ୧୨୨୪ ଟି ବାତ୍ୟା-ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଗଂଜାମ ଜିଲ୍ଲାର ୪୫୩୬୪ ଏବଂ ଗଜପତି ଜିଲ୍ଲାର ୧୮୦୦୦ ଲୋକ ଙ୍କୁ ସ୍ଥାନାନ୍ତରଣ କରାଯାଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି । ଗଜପତି ଓ କନ୍ଧମାଳ ଜିଲ୍ଲାରେ ଅଂଚଳରୁ ଭୁସ୍ଖଳନ ସମ୍ଭାବନା ଥିବା ଅଂଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ପାହାଡତଳି ଅଂଚଳର ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।

ନେଟ୍‌ଓ୍ୱାର୍କ ସମସ୍ୟା ରହୁଥ‌ିବା ଅଂଚଳରେ ଟେଲିକମ ବିଭାଗ ତରଫରୁ ଅତିରିକ୍ତ ସାଟେଲାଇଟ୍ ଫୋନ୍ ଏବଂ ସେଲ ଅନ୍ ହୁଇଲ୍ ବ୍ୟବସ୍ଥା ମାଧ୍ୟମରେ ସୂଚନା ପ୍ରଦାନ କରାଯାଉଛି । ୬୦ଟି ଓଡ୍ରାଫ୍ ଟିମ୍, ୧୪ ଏନ୍‌ ଡିଆରଏଫ୍ ଟିମ୍ ୨୨୧ ଟି ଅଗ୍ନିଶମ ବିଭାଗ ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି । ଆବଶ୍ୟକ ସ୍ଥଳେ ଅଧିକ ବ୍ୟବସ୍ଥା କରାଯିବ । ବାତ୍ୟା ପ୍ରଭାବରେ ରାସ୍ତା ଅବରୋଧକୁ ଦୃଷ୍ଟିରେ ରଖ୍ ଓଏଫଡିସି ପକ୍ଷରୁ ୧୦୦ ଟିମ୍ ନିୟୋଜିତ ହୋଇଛନ୍ତି । ଗୋପାଳପୁର, ପୁରୀ, ସାତପଡା, ଚିଲିକା ସମେତ ସବୁ ସମୁଦ୍ରକୂଳକୁ ପର୍ଯ୍ୟଟକମାନଙ୍କୁ ଯିବାକୁ ବାରଣ କରାଯାଇଛି । ଉପକୂଳ ଅଂଚଳର ସତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଯେଉଁମାନେ ପୂର୍ବରୁ ଯାଇଛନ୍ତି ସେମାନେ ଫେରି ଆସିଛନ୍ତି ।

କଳିଙ୍ଗା ଘାଟି ଓ ଗଜଲବାଡି ରାସ୍ତା ରେ ଲୋକମାନଙ୍କୁ ନଯିବା ପାଇଁ ଅନୁରୋଧ ସହ ରାସ୍ତା କରାଯାଇଛି । ଭାରତୀୟ ତଟରକ୍ଷୀ ବାହିନୀ କର୍ତ୍ତୃପକ୍ଷଙ୍କ ସ‌ହିତ ନିୟମିତ ଯୋଗାଯୋଗ ରଖାଯାଇଛି । ଆବଶ୍ୟକ ସ୍ଥଳେ ହେଲିକପ୍ଟର ଓ କ୍ରେଜ୍ ସହାୟତା ନିଆଯିବା ପାଇଁ ପ୍ରସ୍ତୁତି ରହିଛି । ରେଳ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ ରଖାଯାଇଛି । କେତେକ ଟ୍ରେଜ୍ ର ଚଳାଚଳ ପୁନଃ ସମୟ ନିର୍ଦ୍ଧାରଣ କରାଯାଇଛି, କେତେକ ବାତିଲ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ବାତ୍ୟା ଫଳରେ ଲଗାଣ ବର୍ଷା ହେଲେ ବନ୍ୟାସ୍ଥିତି ଉପୁଜିବାକୁ ଦୃଷ୍ଟିରେ ରଖ୍ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ପ୍ରସ୍ତୁତି କରାଯାଇଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ରାତ୍ରୀକାଳୀନ ପେଟ୍ରୋଲିଂ ଏବଂ ୨୪ ଘଣ୍ଟିଆ ନିରୀକ୍ଷଣ ସହ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି । ବରିଷ୍ଠ ଯନ୍ତ୍ରୀମାନେ ବିଭିନ୍ନ ନଦୀବନ୍ଧ ଓ ଜଳଭଣ୍ଡାର ଅଂଚଳରେ ମୁତୟନ ହୋଇଛନ୍ତି । ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ଗୋଷ୍ଠୀମାନଙ୍କ ସହାୟତାରେ ଆମେ ପ୍ରସ୍ତୁତିକୁ ତ୍ବରାନିତ କରିଛୁ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି ।

ଗଞ୍ଜାମ,ଗଜପତି, ପୁରୀ, କନ୍ଧମାଳ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ବର, ମୟୂରଭଞ୍ଜ ଆଦି ଉପକୂଳବର୍ତ୍ତୀ ଜିଲ୍ଲା ସହ ଅନ୍ୟ ଜିଲ୍ଲାଗୁଡ଼ିକ, ବିଶେଷ କରି ଯେଉଁଗୁଡିକ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରଂଜ ଓ ରେଡ୍ ୱାଣ୍ଡିଂ ଜାରି କରାଯାଇଛି, ସେ ସବୁ ଜିଲ୍ଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ପୂର୍ବରୁ ଅଭିଜ୍ଞତା ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି । ସେହି ସବୁ ଜିଲ୍ଲାରେ ସରକାରୀ ଅଧିକାରୀମାନଙ୍କର ଛୁଟି ବାତିଲ କରାଯାଇଛି । ସଂପୃକ୍ତ ଜିଲ୍ଲାପାଳମାନେ ତତ୍ପରତାର ସହିତ ସମସ୍ତ କାର୍ଯ୍ୟ କରୁଛନ୍ତି । ସମସ୍ତ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରୁଛି । ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ଙ୍କ କାର୍ଯ୍ୟାଳୟରେ ନିୟମିତ ପ୍ରସ୍ତୁତି ସମୀକ୍ଷା ଓ ପଦକ୍ଷେପ ଗ୍ରହଣ କରାଯାଉଛି । ଜିରୋ କାଜୁଆଲିଟି ହେଉଛି ଓଡ଼ିଶା ସରକାରଙ୍କ ପ୍ରାଥମିକତା । ଏହି ଲକ୍ଷ୍ୟରେ ଆମେ କାର୍ଯ୍ୟ କରୁଛୁ ଓ ରାଜ୍ୟ ସରକାରଙ୍କ ତରଫରୁ ବାତ୍ୟା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି କରାଯାଉଛି ବୋଲି ମୁଖ୍ୟ ସଚିବ ପ୍ରକାଶ କରିଥିଲେ ।

Post Views: 28
Share198Tweet124Send
Voice of Victims

Voice of Victims

Recent Posts

  • ବାତ୍ୟା ‘ଆକ୍ୱାନ’ ପ୍ରଭାବିତଙ୍କ ସୁରକ୍ଷା ଓ ସହାୟତା ପାଇଁ ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ବାଚସ୍ପତି ସୁରମା ପାଢ଼ୀ
  • ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା
  • ବାଲିଯାତ୍ରା ପଡିଆକୁ ନୋ ଡ୍ରୋନ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ
  • ବିରୋଧୀଙ୍କ ହଟ୍ଟଗୋଳ ଓ ଅଚଳାବସ୍ଥା: ସୋମବାର ଯାଏଁ ଗୃହ ମୁଲତବୀ
  • ଯୋଗୀ ଆଦିତ୍ୟନାଥଙ୍କ ମାତା ସାବିତ୍ରୀ ଦେବୀଙ୍କ ପରଲୋକ; ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In