• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଅନ୍ତରୀଣ କେନ୍ଦ୍ର ବଜେଟ୍ ୨୦୨୪-୨୫ର ମୁଖ୍ୟାଂଶ

by Voice of Victims
February 1, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଅନ୍ତରୀଣ କେନ୍ଦ୍ର ବଜେଟ୍ ୨୦୨୪-୨୫ର ମୁଖ୍ୟାଂଶ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ର ଅନ୍ତରୀଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟର ମୁଖ୍ୟାଂଶଗୁଡ଼ିକ ହେଲା:

ଭାଗ ଏ

ସାମାଜିକ ନ୍ୟାୟ 

ପ୍ରଧାନମନ୍ତ୍ରୀ ୪ଟି ପ୍ରମୁଖ ଜାତି ଯଥା ‘ଗରିବ‘, ‘ମହିଳା‘, ‘ଯୁବବର୍ଗ‘ ଏବଂ  ‘ଅନ୍ନଦାତା‘ (କୃଷକ)ଙ୍କ ଉନ୍ନତି ଉପରେ ଗୁରୁତ୍ୱ ଦେବେ।

‘ଗରିବ କଲ୍ୟାଣ, ଦେଶ କା କଲ୍ୟାଣ‘

  • ବିଗତ ୧୦ ବର୍ଷ ମଧ୍ୟରେ ସରକାର ୨୫ କୋଟି ଲୋକଙ୍କୁ ବହୁମୁଖୀ ଦାରିଦ୍ର୍ୟ କବଳରୁ ମୁକ୍ତି ଦେଇଛନ୍ତି।
  • ପ୍ରଧାନମନ୍ତ୍ରୀ-ଜନଧନ ଆକାଉଣ୍ଟ ବ୍ୟବହାର କରି ୩୪ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଦ୍ୱାରା ସରକାରଙ୍କ ପାଇଁ ୨.୭ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇଛି ।
  • ପିଏମ-ସ୍ୱନିଧି ଯୋଜନା ୭୮ ଲକ୍ଷ ଉଠା ଦୋକାନୀଙ୍କୁ ଋଣ ସହାୟତା ପ୍ରଦାନ କରିଛି। ତୃତୀୟ ଥର ପାଇଁ ୨.୩ ଲକ୍ଷ ଦୋକାନୀଙ୍କୁ ଋଣ ମିଳିଛି।
  • ବିଶେଷ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି)ଙ୍କ ବିକାଶରେ ସହାୟତା ପାଇଁ ପ୍ରଧାନମନ୍ତ୍ରୀ-ଜନମନ ଯୋଜନା ।
  • ପିଏମ-ବିଶ୍ୱକର୍ମା ଯୋଜନା ୧୮ଟି ବ୍ୟବସାୟରେ ନିୟୋଜିତ ଶିଳ୍ପୀ ଏବଂ କାରିଗରମାନଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ସହାୟତା ପ୍ରଦାନ କରାଯାଉଛି।

‘ଅନ୍ନଦାତା‘ଙ୍କ କଲ୍ୟାଣ

  • ପିଏମ କିଷାନ ସମ୍ମାନ ଯୋଜନାରେ ୧୧.୮ କୋଟି କୃଷକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
  • ପିଏମ ଫସଲ ବୀମା ଯୋଜନା ଅଧୀନରେ ୪ କୋଟି ଚାଷୀଙ୍କୁ ଫସଲ ବୀମା ଦିଆଯାଇଛି।
  • ଇଲେକ୍ଟ୍ରୋନିକ୍ ଜାତୀୟ କୃଷି ବଜାର (ଇ-ନାମ) ୧୩୬୧ଟି ମଣ୍ଡିକୁ ସମନ୍ୱିତ କରି ୧.୮ କୋଟି କୃଷକଙ୍କୁ ୩ ଲକ୍ଷ କୋଟି ଟଙ୍କାର ବାଣିଜ୍ୟିକ ସହାୟତା ପ୍ରଦାନ କରିଛି।

ନାରୀ ଶକ୍ତି ପାଇଁ ପ୍ରୋତ୍ସାହନ

  • ମହିଳା ଉଦ୍ୟୋଗୀଙ୍କୁ ୩୦ କୋଟି ମୁଦ୍ରା ଋଣ ପ୍ରଦାନ ।
  • ଉଚ୍ଚଶିକ୍ଷାରେ ମହିଳାଙ୍କ ନାମଲେଖା ୨୮% ବୃଦ୍ଧି ପାଇଛି।
  • ଷ୍ଟେମ୍ ପାଠ୍ୟକ୍ରମରେ ନାମ ଲେଖାର ୪୩% ଝିଅ ଓ ମହିଳା ଅଛନ୍ତି, ଯାହା କି ବିଶ୍ୱରେ ସର୍ବାଧିକ।
  • ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୭୦% ରୁ ଅଧିକ ଘର ଗ୍ରାମାଞ୍ଚଳର ମହିଳାଙ୍କୁ ଦିଆଯାଉଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)

  • କୋଭିଡ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୩ କୋଟି ଗୃହ ନିର୍ମାଣ ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ ହେବ।
  • ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆଉ ୨ କୋଟି ଘର ନିର୍ମାଣ କରାଯିବ।

ଛାତ ସୌରୀକରଣ ଏବଂ ମାଗଣା ବିଦ୍ୟୁତ ସଂଯୋଗ

  • ଛାତ ସୌରୀକରଣ ମାଧ୍ୟମରେ ୧ କୋଟି ପରିବାରକୁ ପ୍ରତି ମାସରେ ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିବ।
  • ପ୍ରତି ପରିବାର ବାର୍ଷିକ ୧୫୦୦୦ରୁ ୧୮୦୦୦ ଟଙ୍କା ସଞ୍ଚୟ କରିବେ ବୋଲି ଆଶା କରାଯାଉଛି।

ଆୟୁଷ୍ମାନ ଭାରତ

  • ଆୟୁଷ୍ମାନ ଭାରତ ଯୋଜନାରେ ସମସ୍ତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।

କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ

  • ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନାରେ ୩୮ ଲକ୍ଷ ଚାଷୀ ଉପକୃତ ହୋଇଥିବା ବେଳେ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି।
  • ପ୍ରଧାନମନ୍ତ୍ରୀ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ ଯୋଜନାରେ ୨.୪ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୬୦,୦୦୦ ବ୍ୟକ୍ତିଙ୍କୁ ଋଣ ସହାୟତା କରାଯାଇଛି ।

ଅଭିବୃଦ୍ଧି, ନିଯୁକ୍ତି ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଗବେଷଣା ଏବଂ ଉଦ୍ଭାବନ

  • ଦୀର୍ଘ ଅବଧି ଏବଂ ନିମ୍ନ କିମ୍ବା ଶୂନ ସୁଧ ହାର ସହିତ ଦୀର୍ଘମିଆଦୀ ଆର୍ଥିକ ସହାୟତା କିମ୍ବା ପୁନଃଋଣ ପ୍ରଦାନ କରିବା ପାଇଁ ପଚାଶ ବର୍ଷର ସୁଧ ମୁକ୍ତ ଋଣ ସହିତ ୧ ଲକ୍ଷ କୋଟି ଟଙ୍କାର ଏକ ପାଣ୍ଠି ପ୍ରତିଷ୍ଠା କରାଯିବ ।
  • ପ୍ରତିରକ୍ଷା ଉଦ୍ଦେଶ୍ୟରେ ଗଭୀର ଜ୍ଞାନକୌଶଳକୁ ସୁଦୃଢ଼ କରିବା ଏବଂ‘ଆତ୍ମନିର୍ଭରତା‘କୁ ତ୍ୱରାନ୍ୱିତ କରିବା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରାଯିବ।

ଭିତ୍ତିଭୂମି

  • ଭିତ୍ତିଭୂମି ବିକାଶ ଏବଂ ରୋଜଗାର ସୃଷ୍ଟି ପାଇଁ ପୁଞ୍ଜି ବ୍ୟୟ ବ୍ୟୟ ବରାଦ ୧୧.୧ ପ୍ରତିଶତ ବୃଦ୍ଧି କରାଯାଇ ୧୧,୧୧,୧୧୧ କୋଟି ଟଙ୍କା କରାଯିବ, ଯାହା କି ଜିଡିପିର ୩.୪ ପ୍ରତିଶତ ହେବ।

ରେଳବାଇ

  • ଲଜିଷ୍ଟିକ୍ ଦକ୍ଷତା ରେ ଉନ୍ନତି ଏବଂ ଖର୍ଚ୍ଚ ହ୍ରାସ ପାଇଁ ପିଏମ୍ ଗତି ଶକ୍ତି ଅଧୀନରେ ଚିହ୍ନଟ ହୋଇଥିବା ୩ଟି ପ୍ରମୁଖ ଅର୍ଥନୈତିକ ରେଳ କରିଡର କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ
  • ଶକ୍ତି, ଖଣିଜ ଏବଂ ସିମେଣ୍ଟ କରିଡର
  • ବନ୍ଦର ସଂଯୋଗ କରିଡର
  • ଉଚ୍ଚ ଟ୍ରାଫିକ ଘନତା କରିଡର
  • ୪୦ ହଜାର ସାଧାରଣ ରେଳ ଡବାକୁ ବନ୍ଦେ ଭାରତ ମାନ ଅନୁରୂପ ବିକଶିତ କରାଯିବ ।

ବିମାନ ଚଳାଚଳ କ୍ଷେତ୍ର

  • ଦେଶରେ ବିମାନ ବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇ ୧୪୯ରେ ପହଞ୍ଚିଛି।
  • ୫ଶହ ୧୭ଟି ନୂଆ ମାର୍ଗରେ ୧.୩ କୋଟି ଯାତ୍ରୀ ଯାତ୍ରା କରୁଛନ୍ତି।
  • ଭାରତୀୟ ବିମାନ ଚଳାଚଳ ସଂସ୍ଥା ୧୦୦୦ରୁ ଅଧିକ ନୂଆ ବିମାନ ପାଇଁ ଅର୍ଡର ଦେଇଛି।

ସବୁଜ ଶକ୍ତି

  • ୨୦୩୦ ସୁଦ୍ଧା ୧୦୦ ମେଟ୍ରିକ୍ ଟନ୍ କୋଇଲା ବାଷ୍ପୀକରଣ ଏବଂ ତରଳୀକରଣ କ୍ଷମତା ସ୍ଥାପନ କରାଯିବ।
  • ପରିବହନ ପାଇଁ କମ୍ପ୍ରେସ୍‌ଡ୍‌ ପ୍ରାକୃତିକ ବାଷ୍ପ (ସିଏନଜି)ରେ କମ୍ପ୍ରେସ୍‌ଡ୍‌ ବାୟୋଗ୍ୟାସ୍ (ସିବିଜି) ଏବଂ ଘରୋଇ ଉଦ୍ଦେଶ୍ୟରେ ପାଇପ୍‌ଡ୍‌ ପ୍ରାକୃତିକ ବାଷ୍ପ (ପିଏନଜି)ର ପର୍ଯ୍ୟାୟ କ୍ରମେ ମିଶ୍ରଣ ବାଧ୍ୟତାମୂଳକ କରାଯିବ।

ପର୍ଯ୍ୟଟନ କ୍ଷେତ୍ର

  • ଆଇକନିକ ପର୍ଯ୍ୟଟନ କେନ୍ଦ୍ରଗୁଡିକର ବ୍ରାଣ୍ଡିଂ ଏବଂ ମାର୍କେଟିଂ ସହିତ ବିଶ୍ୱସ୍ତରରେ ବ୍ୟାପକ ବିକାଶ କରିବାକୁ ରାଜ୍ୟମାନଙ୍କୁ ପ୍ରୋତ୍ସାହିତ କରାଯିବ ।
  • ପର୍ଯ୍ୟଟନ କେନ୍ଦ୍ରଗୁଡିକର ସୁବିଧା ଓ ସେବାର ଗୁଣବତ୍ତା ଆଧାରରେ ରେଟିଂ ପାଇଁ ଢାଞ୍ଚା ପ୍ରତିଷ୍ଠା କରାଯିବ ।
  • ମେଳକ ଭିତ୍ତିରେ ଏଭଳି ବିକାଶ ପାଇଁ ଅର୍ଥ ଯୋଗାଣ ଲାଗି ରାଜ୍ୟଗୁଡ଼ିକୁ ଦୀର୍ଘମିଆଦୀ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ।

ପୁଞ୍ଜି ନିବେଶ

  • ୨୦୧୪ରୁ ୨୦୨୩ ମଧ୍ୟରେ ୫୯୬ ବିଲିୟନ ଡଲାରର ଏଫଡିଆଇ ପ୍ରବାହ ହୋଇଛି ଯାହାକି ୨୦୦୫-୧୪ ରେ ପ୍ରବାହର ଦୁଇଗୁଣ ଥିଲା ।

“ବିକଶିତ ଭାରତ” ପାଇଁ ରାଜ୍ୟଗୁଡ଼ିକରେ ସଂସ୍କାର

ରାଜ୍ୟ ସରକାରଙ୍କ ଦ୍ୱାରା ମାଇଲଖୁଣ୍ଟ ସମ୍ବନ୍ଧୀୟ ସଂସ୍କାରକୁ ସମର୍ଥନ କରିବା ପାଇଁ ପଚାଶ ବର୍ଷର ସୁଧ ମୁକ୍ତ ଋଣ ବାବଦରେ ୭୫,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି ।

ସଂଶୋଧିତ ଆକଳନ (ଆରଇ) ୨୦୨୩–୨୪

  • ଋଣ ବ୍ୟତୀତ ଅନ୍ୟ ମୋଟ ପ୍ରାପ୍ତିର ସଂଶୋଧିତ ଆକଳନ ହେଉଛି ୨୭.୫୬ ଲକ୍ଷ କୋଟି ଟଙ୍କା, ଯେଉଁଥିରୁ ଟିକସ ପ୍ରାପ୍ତି ହେଉଛି ୨୩.୨୪ ଲକ୍ଷ କୋଟି ଟଙ୍କା ।
  • ସମୁଦାୟ ଖର୍ଚ୍ଚର ଆରଇ ହେଉଛି ୪୪.୯୦ ଲକ୍ଷ କୋଟି ଟଙ୍କା ।
  • ୩୦.୦୩ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆୟ ହେବ ଯାହାକି ବଜେଟ୍ ଆକଳନ ତୁଳନାରେ ଅଧିକ ହେବ ବୋଲି ଆଶା କରାଯାଉଛି, ଯାହା ଅର୍ଥବ୍ୟବସ୍ଥାର ଦ୍ରୁତ ଅଭିବୃଦ୍ଧି ଏବଂ ଔପଚାରିକତାକୁ ପ୍ରତିଫଳିତ କରୁଛି।
  • ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୮ ପ୍ରତିଶତ ରହିଛି।

୨୦୨୪–୨୫ ବଜେଟ୍ ଆକଳନ

  • ଋଣ ବ୍ୟତୀତ ଅନ୍ୟ ମୋଟ ଆୟ ଏବଂ ମୋଟ ବ୍ୟୟ ଯଥାକ୍ରମେ ୩୦.୮୦ ଏବଂ ୪୭.୬୬ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
  • ଟିକସ ଆଦାୟ ୨୬.୦୨ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।
  • ମୋଟ ୧.୩ ଲକ୍ଷ କୋଟି ଟଙ୍କା ବ୍ୟୟଅଟକଳରେ ରାଜ୍ୟଗୁଡ଼ିକୁ ପୁଞ୍ଜି ବ୍ୟୟ ପାଇଁ ୫୦ ବର୍ଷର ସୁଧମୁକ୍ତ ଋଣ ଯୋଜନା ଚଳିତ ବର୍ଷ ଜାରି ରହିବ।
  • ୨୦୨୪-୨୫ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ଜିଡିପିର ୫.୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି
  • ୨୦୨୪-୨୫ ରେ ଡେଟେଡ୍ ସିକ୍ୟୁରିଟି ଜରିଆରେ ମୋଟ ଓ ନିଟ୍ ବଜାର ଋଣ ଯଥାକ୍ରମେ ୧୪.୧୩ ଲକ୍ଷ କୋଟି ଟଙ୍କା ଏବଂ ୧୧.୭୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଭାଗ ବି

ପ୍ରତ୍ୟକ୍ଷ ଟିକସ

  • ପ୍ରତ୍ୟକ୍ଷ ଟିକସ ପାଇଁ ସମାନ ଟିକସ ହାର ବଜାୟ ରଖିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି
  • ଗତ ୧୦ ବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ ତିନି ଗୁଣ ବୃଦ୍ଧି ପାଇଛି, ରିଟର୍ଣ୍ଣ ଫାଇଲ ୨.୪ ଗୁଣ ବୃଦ୍ଧି ପାଇଛି
  • ଟିକସଦାତାଙ୍କ ସେବାରେ ଉନ୍ନତି ଆଣିବେ ସରକାର
  • ୨୦୦୯-୧୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବକେୟା ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଟିକସ ଦାବି ପ୍ରତ୍ୟାହାର
  • ୨୦୧୦-୧୧ରୁ ୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ବକେୟା ପ୍ରତ୍ୟକ୍ଷ ଟିକସ ଦାବି ପ୍ରତ୍ୟାହାର
  • ଏହାଦ୍ୱାରା ୧ କୋଟି ଟିକସଦାତା ଉପକୃତ ହେବେ
  • ଷ୍ଟାର୍ଟ-ଅପ୍, ସାର୍ବଭୌମ ସମ୍ପତ୍ତି ପାଣ୍ଠି କିମ୍ବା ପେନସନ୍ ପାଣ୍ଠି ଦ୍ୱାରା କରାଯାଇଥିବା ନିବେଶକୁ ୩୧.୦୩.୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି
  • ଆଇଏଫଏସସି ୟୁନିଟଗୁଡିକର ନିର୍ଦ୍ଦିଷ୍ଟ ଆୟ ଉପରେ ଟିକସ ଛାଡ଼ ଏକ ବର୍ଷ ବୃଦ୍ଧି କରି ୩୧.୦୩.୨୦୨୪ରୁ ୩୧.୦୩.୨୦୨୫ କୁ ବୃଦ୍ଧି କରାଯାଇଛି

ପରୋକ୍ଷ ଟିକସ

  • ପରୋକ୍ଷ ଟିକସ ଏବଂ ଆମଦାନୀ ଶୁଳ୍କ ପାଇଁ ସମାନ ଟିକସ ହାର ବଜାୟ ରଖିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି
  • ଜିଏସଟି ଭାରତରେ ଅତ୍ୟଧିକ ବିଭାଜିତ ପରୋକ୍ଷ ଟିକସ ବ୍ୟବସ୍ଥାକୁ ଏକତ୍ରିତ କରିଛି
  • ଚଳିତ ବର୍ଷ ହାରାହାରି ମାସିକ ମୋଟ ଜିଏସ୍ ଟି ଆଦାୟ ଦ୍ୱିଗୁଣିତ ହୋଇ ୧.୬୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି
  • ଜିଏସଟି ଟିକସ ଆଧାର ଦ୍ୱିଗୁଣିତ ହୋଇଛି
  • ଜିଏସଟି ପରବର୍ତ୍ତୀ ଅବଧି (୨୦୧୭-୧୮ରୁ ୨୦୨୨-୨୩) ରେ ରାଜ୍ୟ  ଏସଜିଏସଟି ରାଜସ୍ବ ବୃଦ୍ଧି (ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଥିବା କ୍ଷତିପୂରଣ କୁ ମିଶାଇ) ୧.୨୨କୁ ବୃଦ୍ଧି ପାଇଛି, ଯାହା ଜିଏସଟି ପୂର୍ବ ଅବଧି (୨୦୧୨-୧୩ରୁ ୨୦୧୫-୧୬) ରେ ୦.୭୨ ଥିଲା।
  • ୯୪% ଶିଳ୍ପ ନେତୃତ୍ବ ଜିଏସଟିକୁ ପରିବର୍ତ୍ତନକୁ ମୁଖ୍ୟତଃ ସକାରାତ୍ମକ ବୋଲି ଭାବନ୍ତି
  • ଜିଏସଟି ଯୋଗୁଁ ଯୋଗାଣ ଶୃଙ୍ଖଳା ଅନୁକୂଳ ହୋଇଛି
  • ଜିଏସଟି ବାଣିଜ୍ୟ ଏବଂ ଶିଳ୍ପ ଉପରେ ଅନୁପାଳନ ବୋଝ ହ୍ରାସ କରିଛି
  • କମ୍ ଲଜିଷ୍ଟିକ୍ ଖର୍ଚ୍ଚ ଏବଂ ଟିକସ ଦ୍ରବ୍ୟ ଏବଂ ସେବାର ମୂଲ୍ୟ ହ୍ରାସ କରିବାରେ ସହାୟକ ହୋଇଛି, ଯାହା ଦ୍ୱାରା ଉପଭୋକ୍ତାମାନେ ଉପକୃତ ହୋଇଛନ୍ତି

ବର୍ଷ ବର୍ଷ ଧରି ଟିକସ ଯୁକ୍ତିଯୁକ୍ତକରଣ ପ୍ରୟାସ

  • ୨୦୧୩-୧୪ ଆର୍ଥିକ ବର୍ଷରେ ଆୟକର ପଇଠ ସୀମା ୨.୨ ଲକ୍ଷ ଟଙ୍କା ଥିବା ବେଳେ ଏବେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଦାୟିତ୍ବ ନାହିଁ
  • ଖୁଚୁରା ବ୍ୟବସାୟୀଙ୍କ ପାଇଁ ଟିକସ ସୀମା ୨ କୋଟି ଟଙ୍କାରୁ ୩ କୋଟି ଟଙ୍କାକୁ ବୃଦ୍ଧି
  • ପେସାଦାରଙ୍କ ପାଇଁ ଟିକସ ସୀମା ୫୦ ଲକ୍ଷ ଟଙ୍କାରୁ ୭୫ ଲକ୍ଷ ଟଙ୍କାକୁ ବୃଦ୍ଧି
  • ବର୍ତ୍ତମାନର ଘରୋଇ କଂପାନିଗୁଡ଼ିକ ପାଇଁ କର୍ପୋରେଟ୍ ଆୟକର ୩୦%ରୁ ୨୨%କୁ ହ୍ରାସ ପାଇଛି
  • ନୂଆ ଉତ୍ପାଦନକାରୀ କମ୍ପାନୀ ପାଇଁ କର୍ପୋରେଟ ଆୟକର ହାର ୧୫%

ଟିକସଦାତାଙ୍କ ସେବାରେ ସଫଳତା

  • ଟିକସ ରିଟର୍ଣ୍ଣର ହାରାହାରୀ ପ୍ରକ୍ରିୟାକରଣ ସମୟ ୨୦୧୩-୧୪ରେ ୯୩ ଦିନରୁ ବର୍ତ୍ତମାନ ୧୦ ଦିନକୁ ହ୍ରାସ ପାଇଛି
  • ଅଧିକ ଦକ୍ଷତା ପାଇଁ ଚେହେରାବିହୀନ ଫେସଲେସ୍ ମୂଲ୍ୟାୟନ ଏବଂ ଆବେଦନ ପ୍ରଚଳନ କରାଯାଇଛି
  • ସଂଶୋଧିତ ଆୟକର ରିଟର୍ଣ୍ଣ, ନୂଆ ଫର୍ମ ୨୬ଏଏସ ଏବଂ ସରଳ ରିଟର୍ଣ୍ଣ ଦାଖଲ ପାଇଁ ପୂର୍ବରୁ ପୂରଣ ହୋଇଥିବା ଟିକସ ରିଟର୍ଣ୍ଣ
  • ସୀମା ଶୁଳ୍କରେ ସଂସ୍କାର ଫଳରେ ଆମଦାନୀ ରିଲିଜ୍ ସମୟ ହ୍ରାସ ପାଇଛି
  • ଆଭ୍ୟନ୍ତରୀଣ କଣ୍ଟେନର ଡିପୋରେ ୪୭%ରୁ ୭୧ ଘଣ୍ଟା ହ୍ରାସ
  • ଏୟାର କାର୍ଗୋ କମ୍ପ୍ଲେକ୍ସରେ ୨୮%ରୁ ୪୪ ଘଣ୍ଟା ହ୍ରାସ
  • ସମୁଦ୍ର ବନ୍ଦରରେ ୨୭%ରୁ ୮୫ ଘଣ୍ଟା ହ୍ରାସ

ଅର୍ଥବ୍ୟବସ୍ଥା – ସେବେ ଓ ଏବେ

  • ୨୦୧୪ରେ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଏବଂ ଶାସନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାର ଦାୟିତ୍ୱ ଥିଲା। ସେବେବେଳେ ସମୟର ନିମ୍ନ ଆବଶ୍ୟକତା ଥିଲା:
  • ନିବେଶ କୁ ଆକୃଷ୍ଟ କରିବା
  • ଅତ୍ୟନ୍ତ ଆବଶ୍ୟକ ସଂସ୍କାର ପାଇଁ ସମର୍ଥନ ସୃଷ୍ଟି କରିବା
  • ଲୋକଙ୍କୁ ଆଶା ଦେବା
  • ‘ରାଷ୍ଟ୍ର-ପ୍ରଥମ’ର ଦୃଢ଼ ବିଶ୍ୱାସ ରଖି ସରକାର ସଫଳ ହୋଇଥିଲେ
  • “୨୦୧୪ ପର୍ଯ୍ୟନ୍ତ ଆମେ କେଉଁଠି ଥିଲୁ ଏବଂ ବର୍ତ୍ତମାନ ଆମେ କେଉଁଠାରେ ଅଛୁ ତାହା ଦେଖିବା ଲାଗି ବର୍ତ୍ତମାନ ସମୟ ଉପଯୁକ୍ତ”: ଅର୍ଥମନ୍ତ୍ରୀ
  • ସଦନରେ ଏ ସଂକ୍ରାନ୍ତରେ ସରକାର ଏକ ଶ୍ୱେତପତ୍ର ରଖିବେ ।
Post Views: 217
Share201Tweet126Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In