ଯାଜପୁର ୦୨/୦୨: ଆସନ୍ତା କାଲି ଯାଜପୁର ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯାଜପୁର ରେ ମା ବିରଜାଙ୍କ ଦର୍ଶନ ସହିତ ନାଭିଗୟା ରେ ପିଣ୍ଡ ଦାନର ଆୟୋଜନ କରାଯାଇଛି । ମହାମହିମ ଙ୍କ ଗ୍ରସ୍ତକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନ ର ଜୋରଦାର ପ୍ରସ୍ତୁତି ସହିତ ବାୟୁ ସେନା ର ମୋକ ଡ୍ରିଲ ପ୍ରସ୍ତୁତ ହୋଇସାରିଛି । ଜିଲ୍ଲାପାଳ ଓ ଏସପି ଙ୍କ ନିର୍ଦ୍ଦେଶରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।
କାଲି ଯାଜପୁର ର ପୌରାଞ୍ଚଳ ଓ ସହରାଞ୍ଚଳ ର ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ମା ବିରଜା ଙ୍କ ପୀଠରୁ କାର୍ଯ୍ୟକ୍ରମ ଶେଷ ହେବା ପରେ ମହାମହିମ ରାଷ୍ଟ୍ରପତି ବାଲେଶ୍ଵରର ଫକୀରମୋହନ ବିଶ୍ବବିଦ୍ୟାଳୟ ଯିବାର କାର୍ଯ୍ୟକ୍ରମ ରହିଛି ।
