• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଦେବଗଡ଼ରେ ସ୍କୁଲ, କଲେଜ, ଅଙ୍ଗନଓ୍ବାଡି ଛୁଟି ; ଆବଶ୍ୟକ ପଡ଼ିଲେ ସକାଳୁଆ ପରୀକ୍ଷା କରିବାକୁ ନିର୍ଦ୍ଦେଶ

by Voice of Victims
April 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଖରାଛୁଟି ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ୍ ପୋଷାକ, ଜିଲ୍ଲାପାଳଙ୍କୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଚିଠି

ରାଜ୍ୟରେ ଜାରି ରହିଛିଗ୍ରୀଷ୍ମ ପ୍ରବାହ । ଦିନ ତାପମାତ୍ରା ୪୩ ଡିଗ୍ରୀ ଟପିଥିବା ବେଳେ, ଏହା ୪୫ ଡିଗ୍ରୀ ସେଲସିୟସରେ ପହଞ୍ଚିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦେବଗଡ଼ ଜିଲ୍ଲାରେ୪ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି।

ଆସନ୍ତା ୨୦ରୁ ୨୩ତାରିଖ ଚାରି ଦିନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜକୁ ଛୁଟି ଘୋଷଣା କରାଯାଇଛି । ସ୍କୁଲ, କଲେଜ ଛୁଟି ନେଇ ଘୋଷଣା କରିଛନ୍ତି ଦେବଗଡ଼ ଜିଲ୍ଲା ପ୍ରଶାସନ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରାଯାଇଛି । ଏପ୍ରିଲ ୨୦ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଛି । ଆବଶ୍ୟକ ସ୍ଥଳେ ସକାଳୁ ପରୀକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପର୍ଯ୍ୟାପ୍ତ ପରିମାଣରେ ପିଇବା ପାଣି ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ପୂର୍ବରୁ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ୧୩ ଜିଲ୍ଲାରେ ଛୁଟି ଘୋଷଣା କରାଯାଇ ସାରିଛି । ୧୩ ଜିଲ୍ଲାର ଜିଲ୍ଲାପାଳ ନିଜ ନିଜ ଅଞ୍ଚଳରେ ଥିବା ସ୍କୁଲ ଏବଂ ଅଙ୍ଗନବାଡ଼ି, କଲେଜକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପିରିକି କିଛି ଜିଲ୍ଲାପାଳ କେବଳ ସ୍କୁଲ ହିଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ସେହିପରି ସ୍କୁଲ ଖୋଲିବ ସମୟରେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ପାନୀୟ ଜଳର ବ୍ୟବସ୍ଥା ଏବଂ ପିଲାମାନେ କିପରି ଖରା ଠାରୁ ଦୂରେଇ ରହିବେ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Post Views: 34
Share198Tweet124Send
Voice of Victims

Voice of Victims

Recent Posts

  • କ୍ରାନ୍ତି ଦିବସରେ ରଣପୁରରେ ଦେଶପ୍ରେମର ମହାସମାଗମ; ୧୨୦ ମିଟର ତ୍ରିରଙ୍ଗା ସହ ଗୁଞ୍ଜିଲା ‘ଭାରତ ମାତା କୀ ଜୟ’ ଧ୍ୱନି
  • ୧୩ରେ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା
  • ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ, ଯେଉଁ ଚାଷୀ ଆସିପାରିବେନି ସେମାନଙ୍କ ପାଖକୁ ଯିବେ ସରକାର
  • CWG ଚାମ୍ପିଅନ୍ସଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ, ଦେଶକୁ ଦେଲେ ଏଭଳି ବାର୍ତ୍ତା
  • ଭାରତରୁ ରୁଷକୁ ଚାଲିବ ଟ୍ରେନ୍, ସିଧାସଳଖ ନୂଆଦିଲ୍ଲୀରୁ ମସ୍କୋକୁ କରିହେବ ଯାତ୍ରା !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In