ବଡ଼ଚଣା, ୧୩/୦୭:- ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହୋଦୟା ଗତକାଲି ଯାଜପୁର ଜିଲ୍ଲା ଅନ୍ତର୍ଗତ ଚଣ୍ଡିଖୋଲ ସ୍ଥିତ ଶ୍ରୀ ଶ୍ରୀ ମହାବିନାୟକଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି। ସେ ତାଙ୍କର ମନ୍ତବ୍ୟ ଦ୍ଵାରା ଜଣାଇଛନ୍ତି ଯେ, ଦୀର୍ଘ ୨୨ ବର୍ଷ ର ଅପେକ୍ଷା ପରେ ପ୍ରଭୁଙ୍କର ଦର୍ଶନ କରିପାରିଛନ୍ତି ।
ପଞ୍ଚଦେବ ଙ୍କ ପୀଠରେ ବିଭିନ୍ନ ପ୍ରକାର ଗଠନମୂଳକ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ମନ୍ଦିର ପାର୍ଶ୍ଵରେ ଉନ୍ନତି ମୂଳକ କାର୍ଯ୍ୟ କରିବା ପାଇଁ ମଧ୍ୟ ନିଷ୍ପତି ନେଇଛନ୍ତି। ଏହି ସବୁ କାର୍ଯ୍ୟ ଗୁଡ଼ିକ ବଡ଼ଚଣା ବିଧାୟକ ମାନ୍ୟବର ଆମର ନାୟକଙ୍କ ନେତୃତ୍ବରେ କାର୍ଯ୍ୟକାରୀ ହେବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହିତ ଯାଜପୁର ଜିଲ୍ଲାର ଜିଲ୍ଲା ସଭାନେତ୍ରୀ ଦେବଯାନୀ, ବଡ଼ଚଣା ବିଧାୟକ ଅମର ନାୟକ ଙ୍କ ସହିତ ଦଳର ସହ କର୍ମୀ ଏବଂ ବହୁତ ସଂଖ୍ୟକ ଜନସାଧାରଣ ଯୋଗଦାନ କରିଥିଲେ ।
