• About Us
  • Contact Us
Monday, November 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଝାଡ଼ଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା, ୪ ମୃତ ଓ ଜଣେ ଆହତ

by Voice of Victims
November 22, 2026
in ଦେଶ ବିଦେଶ, ମୁଖ୍ୟ ଖବର
ଝାଡ଼ଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା, ୪ ମୃତ ଓ ଜଣେ ଆହତ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ମୋଟରସାଇକେଲ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୧୭ ବର୍ଷୀୟ ନାବାଳକ ମଧ୍ୟ ରହିଛନ୍ତି ।

ସୂଚନା ଅନୁଯାୟୀ, ଶନିବାର ରାତିରେ ଖୁଣ୍ଟି ଜିଲ୍ଲାର ରନିଆ ଥାନା ଅଞ୍ଚଳର ତୁରିଗଡ଼ା ଗାଁ ନିକଟ ରନିଆ-ମାର୍ଚ୍ଚା ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ ବାଇକରେ ତିନି ଜଣ ରନିଆ ପଟୁ ଆସୁଥିବାବେଳେ ଅନ୍ୟ ବାଇକରେ ଦୁଇ ଜଣ ମାର୍ଚ୍ଚା ପଟୁ ଆସୁଥିଲେ। ଏହି ସମୟରେ ଦୁଇଟି ବାଇକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା । ଫଳରେ ଦୁର୍ଘଟଣାରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କର ତୋର୍ପା ହସ୍ପିଟାଲରେ ଏବଂ ଆଉ ଜଣଙ୍କର ରାଞ୍ଚି ନେବା ବାଟରେ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି । ସେମାନେ ହେଲେ ହେମନ୍ତ ବାହାଦୁର (୨୧) ଏବଂ ବିଶ୍ୱ ସିଂହ (୧୭)। ଉଭୟ ରନିଆ ଥାନା ଅନ୍ତର୍ଗତ ବନବୀରା ନୱାଟୋଲି ଗାଁର ବାସିନ୍ଦା । ଅନ୍ୟ ଦୁଇ ମୃତକଙ୍କ ପରିଚୟ ଏଯାଏଁ ମିଳିନାହିଁ । ପୋଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ଖୁଣ୍ଟି ସଦର ହସ୍ପିଟାଲକୁ ପଠାଇଛି। ଏହା ସହିତ ଦୁର୍ଘଟଣାର କାରଣ ଜାଣିବାକୁ ନେଇ ତଦନ୍ତ ଜାରି ରହିଛି ।

Post Views: 18
Share197Tweet123Send
Voice of Victims

Voice of Victims

Recent Posts

  • ଶିଶୁ ସମାଚାର ପକ୍ଷରୁ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ
  • ଭାରତ ଏଆଇ ବିପ୍ଳବର ନେତୃତ୍ୱ ନେଇପାରିବ : ପ୍ରଫେସର ସିତାରାମ
  • ସୋଆ ଆଇଭିଏସ୍‌ଏଏଚ୍‌ର ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ କାର୍ଯ୍ୟକ୍ରମ ଆୟୋଜିତ
  • ପୂର୍ବାଂଚଳ ଆଂଚଳିକ କୃଷି ମେଳା-୨୦୨୬ରେ ସୋଆକୁ ଶ୍ରେଷ୍ଠ ପ୍ରଦର୍ଶନୀ ପୁରସ୍କାର
  • ବାଲିଯାତ୍ରା ବୁଲିବାକୁ ମାତ୍ର ୧୦ ଟଙ୍କା, ୫୦ଟି ଆମ ବସ୍ ଯୋଗାଇବ କ୍ରୁଟ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In