• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସମ୍ଭାବ୍ୟ ବାତ୍ୟାକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା: ଆସନ୍ନ ପ୍ରସବା, ଶିଶୁ, ବୃଦ୍ଧବୃଦ୍ଧା, ଓ ନିରାଶ୍ରୟ ବ୍ୟକ୍ତିଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଉପରେ ଗୁରୁତ୍ୱାରୋପ

by Voice of Victims
October 23, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସମ୍ଭାବ୍ୟ ବାତ୍ୟାକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା: ଆସନ୍ନ ପ୍ରସବା, ଶିଶୁ, ବୃଦ୍ଧବୃଦ୍ଧା, ଓ ନିରାଶ୍ରୟ ବ୍ୟକ୍ତିଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଖାରବେଳ ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିବାବେଳେ ବାତ୍ୟାଦ୍ୱାରା ପ୍ରଭାବିତ ହେବା ଆଶଙ୍କା ଥିବା ବିଭିନ୍ନ ଜିଲ୍ଲା ତଥା ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଂଚଳର ଉଚ୍ଚପଦସ୍ତ ଅଧିକାରୀ ମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । ବାତ୍ୟା ସମୟରେ ଏବଂ ପରବର୍ତ୍ତୀ ଅବସ୍ଥାରେ ତ୍ୱରିତ ସେବା ପ୍ରଦାନ ଉପରେ ମନ୍ତ୍ରୀ ଡ଼ା.ମହାପାତ୍ର ଗୁରୁତ୍ୱ ଦେଇଥିଲେ । ତଳିଆ ଅଞ୍ଚଳ ଓ କଚ୍ଚାଘରେ ରହୁଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ପକ୍କାଘର ଭଳି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପ୍ରକ୍ରିୟା ଆଜି ସନ୍ଧ୍ୟା ସୁଦ୍ଧା ଶେଷ କରିବାକୁ ଅଧିକାରୀ ମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଆସନ୍ନ ପ୍ରସବା, ପ୍ରସୂତି ମା ଓ ଶିଶୁ, ଭିନ୍ନକ୍ଷମ ଏବଂ ନିରାଶ୍ରୟ ବ୍ୟକ୍ତିଙ୍କୁ ବାତ୍ୟା ସମୟରେ ସୁରକ୍ଷିତ ଆଶ୍ରୟ ପ୍ରଦାନ କରିବା ଉପରେ ମନ୍ତ୍ରୀ ଡ଼ା. ମହାପାତ୍ର ଗୁରୁତ୍ୱାରୋପ କରିଥିଲେ । ବୈଠକ ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେହିଭଳି ଆଶ୍ରୟସ୍ଥଳୀ ଗୁଡିକରେ ଚୁଡା, ଗୁଡ଼ ଭଳି ଶୁଖିଲା ଖାଦ୍ୟ ମହଜୁଦ ରଖିବା, ଦୁଇବେଳା ରନ୍ଧା ଖାଦ୍ୟ ପ୍ରଦାନ, ପଶୁଖାଦ୍ୟ, ଔଷଧ, ପାନୀୟଜଳ ଓ ଆଲୋକୀକରଣ ପାଇଁ ଡିଜି ବ୍ୟବସ୍ଥା କରାଯାଇଥିବା ନେଇ ମନ୍ତ୍ରୀଙ୍କୁ ସେ ସୂଚନା ଦେଇଥିଲେ । ବାତ୍ୟାଜନିତ ବର୍ଷା ଜଳ ନିଷ୍କାସନ ଓ ନିରବଚ୍ଛିନ୍ନ ଜଳଯୋଗାଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମଧ୍ୟ ଅଧିକାରୀ ମାନଙ୍କୁ ଶ୍ରୀମତୀ ପାଢ଼ୀ କହିଥିଲେ । ବାତ୍ୟା ପରବର୍ତ୍ତୀ ଯୋଗାଯୋଗ, ପରିମଳ ବ୍ୟବସ୍ଥା ଭଳି ଆବଶ୍ୟକୀୟ ସେବା ତ୍ୱରାନ୍ୱିତ କରିବାକୁ ସେ କହିଥିଲେ । ଉକ୍ତ ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ସଚିବ ରାଜେଶ ପ୍ରଭାକର ପାଟିଲ, ପୌର ନିର୍ଦ୍ଦେଶକ ଦେବାଶିଷ ସିଂ, ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Post Views: 182
Tags: ChildrenElderlyHousing and Urban Development Minister's Review of Potential Cyclone: ​​Emphasis on Safe Migration of Pregnant
Share198Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In