• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବିଜେଡି ଘୋଷଣା କରିଥିବା ୯ ପ୍ରାର୍ଥୀଙ୍କ ମଧ୍ୟରୁ ୬ ମହିଳା, ୩ ବିଧାୟକଙ୍କ ଟିକେଟ କଟିଲା, ୭ ଜଣ ନୂଆ

by Voice of Victims
April 17, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବିଜେଡି ଘୋଷଣା କରିଥିବା ୯ ପ୍ରାର୍ଥୀଙ୍କ ମଧ୍ୟରୁ ୬ ମହିଳା, ୩ ବିଧାୟକଙ୍କ ଟିକେଟ କଟିଲା, ୭ ଜଣ ନୂଆ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଥିବା ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ୩ ଜଣ ବିଧାୟକଙ୍କ ଟିକେଟ କଟିଯାଇଛି। ଏହି ପ୍ରାର୍ଥୀ ତାଲିକାରେ ଯେଉଁମାନେ ମହିଳା ଅଛନ୍ତି ସେମାନେ ହେଲେ ପଦ୍ମପୁର- ବର୍ଷା ସିଂ ବରିହା, ଚିତ୍ରକୁଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ, ଦେଓଗଡ- ଅରୁନ୍ଧତୀ ଦେବୀ, ଅନୁଗୁଳ- ସଂଯୁକ୍ତା ସିଂ, ସାନଖେମୁଣ୍ଡି- ସୁଲଗ୍ନା ଗୀତାଞ୍ଜଳୀ ଦେବୀ ଓ ଜୟପୁର- ଇନ୍ଦିରା ନନ୍ଦ। କେବଳ କଣ୍ଟାବାଞ୍ଜିରେ ନବୀନ ପଟ୍ଟନାୟକ, କୁଚିଣ୍ଡାରେ ରାଜେନ୍ଦ୍ର କୁମାର ଛତ୍ରିଆ ଏବଂ ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ଛାଡିଦେଲେ ଅନ୍ୟମାନ ମହିଳା। ସେହିପରି ଏହି ତାଲିକାରେ ନବୀନ ତିନି ଜଣ ବିଧାୟକଙ୍କ ଟିକେଟ କାଟିଛନ୍ତି। ସେମାନେ ହେଲେ ନିମାପଡା- ସମୀର ରଂଜନ ଦାସ, କୁଚିଣ୍ଡା- କିଶୋର ଚନ୍ଦ୍ର ନାୟକ ଓ ଚିତ୍ରକୋଣ୍ଡା- ପୂର୍ଣ୍ଣଚନ୍ଦ୍ର ବାକା। ଏଥର ନବୀନ ନୂଆ ପ୍ରାର୍ଥୀଙ୍କୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି। ଆଜିର ତାଲିକା ଦେଖିଲେ ସ୍ପଷ୍ଟ ହୋଇଛି ଯେ, ଏଥିରେ ନବୀନ ମୋଟ ୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣ ନୂଆ ପ୍ରାର୍ଥୀ ଦେଇଛନ୍ତି। କେବଳ ପଦ୍ମପୁରରୁ ବର୍ଷା ସିଂ ବରିହା ଏବଂ କଣ୍ଟାବାଞ୍ଜିରୁ ନବୀନ ପଟ୍ଟନାୟକଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ ବିଜେଡିର ନୂଆ ପ୍ରାର୍ଥୀ।

Post Views: 27
Tags: 3 MLAs got their tickets6 are womenOut of 9 candidates announced by BJJ
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In