• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ୍‍ ପ୍ରଚାର

by Voice of Victims
May 9, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ୍‍ ପ୍ରଚାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ବ୍ରହ୍ମପୁର, ଆସ୍କା ଓ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ୍‍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏହି ତିନୋଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର, ଆସ୍କା ଓ ଫୁଲବାଣୀ ବିଧାନସଭା କ୍ଷେତ୍ରରେ ଅନୁଷ୍ଠିତ ରାଲିରେ ସେ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ନିର୍ବାଚନ ପ୍ରଚାରର କୋଳାହଳ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ନିରାଡ଼ମ୍ୱର ଶୈଳୀର ପ୍ରଚାର ଲୋକଙ୍କ ହୃଦୟକୁ ଛୁଇଁଥିଲା। ଉଚ୍ଛସିତ ଜନତା ମୁଖ୍ୟମନ୍ତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତରରେ ସେମାନେ ‘ହଁ’ ଧ୍ୱନିରେ ସଭାସ୍ଥଳ ପ୍ରକମ୍ପିତ କରିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି, ଲକ୍ଷ୍ମୀ ବସ୍‍, କାଳିଆ ଯୋଜନା, ନୂଆ-ଓ ଛାତ୍ରବୃତ୍ତି ଯୋଜନା ଆଦି ସବୁ ଯୋଜନା ବିଷୟରେ ଲୋକ ଦେଇଥିଲେ ବିଶାଳ ସମ୍ମତି। ଶେଷରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ ତ ? ଏଥିରେ ଉପସ୍ଥିତ ସବୁ ଲୋକ ଠିଆ ହୋଇ କରତାଳି ଦେଇ ବହୁତ ଜୋର୍‍ରେ ‘ହଁ’ ମାରି ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ କହିଥିଲେ ବିରୋଧୀ ଦଳ ମିଛ କହୁଛନ୍ତି ଓ ତାଙ୍କ ନେତାମାନେ ମଧ୍ୟ ଖାଲି କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। ନିର୍ବାଚନରେ ଭଲ ପ୍ରାର୍ଥୀଙ୍କୁ ବାଛନ୍ତୁ, ଅପରାଧୀ ପ୍ରାର୍ଥୀଙ୍କୁ ବାଛନ୍ତୁ ନାହିଁ, ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖଚିହ୍ନରେ ଭୋଟ ଦିଅନ୍ତୁ ବୋଲି ସେ ନିବେଦନ କରିଥିଲେ। ସଭାରେ ଯୋଗ ଦେଇ ବରିଷ୍ଠ ବିଜୁ ଜନତା ଦଳ ନେତା କହିଥିଲେ ଯେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଆମ ନିର୍ବାଚନ ଇସ୍ତାହାର ଘୋଷଣା କରିବେ। ସବୁବର୍ଗ ପାଇଁ, ବିଶେଷ କରି ଯୁବବର୍ଗ ପାଇଁ ଏହି ଇସ୍ତାହାର ଆଣିବ ଖୁସି ଖବର। ସାରା ଓଡ଼ିଶା ପାଇଁ ଖୁସି ଆଣିଦେବ।ସେ ଦଳୀୟ କର୍ମୀମାନଙ୍କୁ ଅନୁରୋଧ କରି କହିଥିଲେ ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଥିବା ସମସ୍ତ ପ୍ରତିଶ୍ରୃତି ଓ ବିକାଶବାର୍ତ୍ତାକୁ ଘରେ ଘରେ ପହଞ୍ଚାଅ। ସମସ୍ତଙ୍କୁ ସଚେତନ କର ଓ ବିରୋଧୀ ଦଳର ମିଛକୁ, ସେମାନଙ୍କ ଅପପ୍ରଚାରକୁ ପ୍ରତିହତ କର। ସେ କହିଥିଲେ ଯେ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀର ୭ଟି ବିଧାନସଭା ମଧ୍ୟରୁ ଆମର ୫ଜଣ ପ୍ରାର୍ଥୀ ହେଉଛନ୍ତି ମହିଳା। ଲୋକସଭା ପ୍ରାର୍ଥୀ ମଧ୍ୟ ଜଣେ ଯୁବ ମହିଳା। ଏଥିରୁ ଆପଣମାନେ ଜାଣନ୍ତୁ ମହିଳା ସଶକ୍ତିକରଣ ଉପରେ ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା କରନ୍ତି । କଂଗ୍ରେସ, ବିଜେପି କେବଳ କଥା କହନ୍ତି, ସେମାନେ କେବଳ ବଡ଼ ବଡ଼ କଥା କହନ୍ତି କିଛି କରନ୍ତି ନାହିଁ। ବିଜେପି ଇସ୍ତାହାର କେବଳ ମିଛର ଗନ୍ତାଘର ବୋଲି ସେ କହିଥିଲେ। ୨୦୧୪ ଓ ୨୦୧୯ରେ ମଧ୍ୟ ସେମାନେ ମିଛ କହିଥିଲେ। ୨୦୨୪ ଇସ୍ତାହାରରେ ମଧ୍ୟ ସେମାନେ ପ୍ରବଳ ମିଛ ପ୍ରତିଶ୍ରୃତି ଦେଇଛନ୍ତି, ସେମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ବିଜେପି ଦଳ ଉପରେ ଆକ୍ରମଣ କରି ସେ କହିଲେ ଯେ ବିଜେପି ଗତ ୨୪ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଠିକ୍ କରିପାରୁନାହାନ୍ତି। କାରଣ ସେମାନେ ଜାଣିଛନ୍ତି ଯେଉଁଦିନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ ସେହିଦିନ ତାଙ୍କର ଆସନ ସଂଖ୍ୟା ୧୦ରୁ ବି କମିଯିବ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି, ଏଥିରେ ବିଜେଡ଼ିର ୯୦ ପ୍ରତିଶତ ଷ୍ଟ୍ରାଇକ୍‍ ରେଟ୍‍ ରହିଛି, ଏହାକୁ ଶତ ପ୍ରତିଶତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଗୋପାଳପୁରରେ ସେ କହିଲେ ବିରୋଧୀ ଦଳରୁ ଚୋରମାନେ ଯିଏ ବି ପ୍ରାର୍ଥୀ ହୋଇଛନ୍ତି ସେମାନଙ୍କୁ ମୁହଁତୋଡ଼ ଜବାବ ଦିଆଯିବ। ସେ କହିଲେ ଯେ କିଛିଦିନ ତଳେ ବିରୋଧୀ ଦଳ ଏଠାରେ ପ୍ରୋଗ୍ରାମ କରିଥିଲେ, ସେ ପ୍ରୋଗ୍ରାମ ଏବଂ ଏଇ ପ୍ରୋଗ୍ରାମ ମଧ୍ୟରେ ଫରକ୍‍ ଅଛି, ମୁଖ୍ୟମନ୍ତ୍ରୀଙ୍କୁ ଏତେସଂଖ୍ୟାରେ ଆପଣଙ୍କ ଭଲପାଇବା ଏକ ଭଲ ବାର୍ତ୍ତା ଦେଉଛି। କନ୍ଧମାଳ ଲୋକସଭା ଆସନରେ ଅଭିଭାଷଣ ସମୟରେ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇଭଉଣୀମାନଙ୍କୁ ବହୁତ ଭଲ ପାଆନ୍ତି। ଆପଣଙ୍କ ସୁଖଦୁଖର ସାଥି ହୋଇଅଛନ୍ତି । ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଜନଜାତି ଉନ୍ନୟନ ପରିଷଦ ଗଠନ କରିଛନ୍ତି। ବିଭିନ୍ନ ଛୋଟ ବଡ଼ ଜଙ୍ଗଲ. ଅବକାରୀ ତଥା ପୋଲିସ କେସ୍‍ରେ ଛନ୍ଦି ହୋଇ ସେମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ମୁଖ୍ୟମନ୍ତ୍ରୀ ତାକୁ ସହୃଦୟତାର ସହିତ ନେଇ ସେମାନଙ୍କ ଉପରୁ ୫୦,୦୦୦ ପୋଲିସ କେସ ରଦ୍ଦ କରିଛନ୍ତି। ଏହି ସଭାଗୁଡ଼ିକରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍‍ସିପାତ୍ର, ଆସ୍କା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଓ କନ୍ଧମାଳ ଲୋକସଭା ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତଙ୍କ ସହିତ ସବୁ ବିଧାନସଭା ମଣ୍ଡଳୀର ପ୍ରାର୍ଥୀମାନେ ନିଜର ଅଭିଭାଷଣ ରଖି ଯୋଡ଼ିଶଙ୍ଖରେ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ।

Post Views: 33
Share197Tweet123Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In