ଭୁବନେଶ୍ୱର: ବିଏମସି ଅଧିନସ୍ଥ ୪ ନମ୍ବର୍ ୱାର୍ଡ ର ବୈଭବ ନଗରରେ ଶତାଧିକ ଘର ବାହ୍ୟ ଜଗତରୁ ବିଛିନ୍ନ, ସାମାନ୍ୟ ବର୍ଷାରେ ଉବୁଟୁବୁ ଏହି ଅଞ୍ଚଳ, ଲୋକେ ଘରୁ ବାହାରି ପାରୁନାହାନ୍ତି, ଜାତୀୟ ରାଜପଥକୁ ଲାଗିଥିବା ଏହି ଅଞ୍ଚଳର ଦୁର୍ଦ୍ଦଶା କହିଲେ ନସରେ, ପିଲା ସ୍କୁଲ୍ କଲେଜ ଯାଇପାରୁନାହାନ୍ତି। ରୋଗିକୁ ହସ୍ପିଟାଲ୍ ମଧ୍ଯ ନେବା ସମ୍ଭବ ହୋଇପାରୁନାହିଁ ।
ଏହାସହ ଏନଏଚ ରୁ ଯାଉଥିବା ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି, ଅନେକ ଘର ମଧ୍ଯ ଏଥିପାଇଁ ପ୍ରଭାବିତ ହେଉଛନ୍ତି, ବିଏମ୍ସି ଅଫିସକୁ ବାରମ୍ବାର ଯାଇ ଏଥିପାଇଁ ଗୁହାରି କଲେ ମଧ୍ଯ କେହି ଶୁଣୁନଥିବା ଅଭିଯୋଗ ହେଉଛି। ଲଘୁଚାପ ପାଇଁ ବର୍ଷା ବଢୁଥିବାରୁ ସମସ୍ୟା ଅଧିକ ଶୋଚନୀୟ ହେବ ବୋଲି ଆଶଙ୍କା ଦେଖାଯାଇଛି l ଏହାକୁ ଦୃଷ୍ଟି ରେ ରଖି ପ୍ରଶାସନ ପକ୍ଷରୁ ଯଥା ଶୀଘ୍ର ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି l
