• About Us
  • Contact Us
Friday, August 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡ଼ିଶାକୁ ମିଳିବ ଆଉ ୪୦୦ ଇ-ବସ୍, ରାସ୍ତାରେ ଗଡ଼ିବ ହାଇଡ୍ରୋଜେନ୍ ବସ୍

by Voice of Victims
June 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଓଡ଼ିଶାକୁ ମିଳିବ ଆଉ ୪୦୦ ଇ-ବସ୍, ରାସ୍ତାରେ ଗଡ଼ିବ ହାଇଡ୍ରୋଜେନ୍ ବସ୍

ଭୁବନେଶ୍ୱର: ଓଡ଼ିଶାର ସହରୀ ପରିବହନ ବ୍ୟବସ୍ଥା ଆହୁରି ଅଧିକ ଆଧୁନିକ ଓ ପରିବେଶ ଅନୁକୂଳ ହେବାକୁ ଯାଉଛି। ରାଜ୍ୟର ୫ଟି ପ୍ରମୁଖ ସହରରେ ୪୦୦ରୁ ଅଧିକ ନୂଆ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବ। ଏହା ସହିତ ପ୍ରଥମ ଥର ପାଇଁ ୩ଟି ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ବସ୍ ମଧ୍ୟ ଚଳାଚଳ କରିବାକୁ ଯୋଜନା କରିଛି CRUT। CRUTର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍ ଆଲମ କହିଛନ୍ତି, ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ନୂଆ ଇ-ବସ୍ ଯୋଡ଼ାଯିବ। ଏହା ଦ୍ୱାରା ଯାତ୍ରୀମାନେ ଆହୁରି ସୁବିଧାଜନକ ଓ ପରିବେଶ ଅନୁକୂଳ ଯାତାୟାତ ସେବା ପାଇବେ।

୨୦୧୮ରେ ଆରମ୍ଭ ହୋଇଥିବା CRUT ସେବା ବର୍ତ୍ତମାନ ଓଡ଼ିଶାର ଗଣପରିବହନ ବ୍ୟବସ୍ଥାର ମୁଖ୍ୟ ଆଧାର ପାଲଟିଛି। ଏପ୍ରିଲ୍ ୨୦୨୬ ସୁଦ୍ଧା CRUTର ବସ୍ ସଂଖ୍ୟା ୭୬୦ରେ ପହଞ୍ଚିଛି। ଇ-ବସ୍ ସେବାର ବିସ୍ତାର ପାଇଁ ଗାଡ଼କଣ, ନରାଜ, ପୁରୀ, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝରରେ ଆଧୁନିକ ବସ୍ ଡିପୋ କାର୍ଯ୍ୟକ୍ଷମ ହୋଇଛି। ଚନ୍ଦ୍ରଶେଖରପୁର ଓ ମାଷ୍ଟର କ୍ୟାଣ୍ଟିନରେ EV ଟର୍ମିନାଲ୍ ନିର୍ମାଣ ସହ କଟକରେ ୧୫୩ଟି ନୂଆ ବସ୍ ପୋଲ୍ ସ୍ଥାପନ କରାଯାଇଛି।

ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି, ସୁରକ୍ଷିତ, ସୁଲଭ ଓ ପ୍ରଯୁକ୍ତି ନିର୍ଭର ଗଣପରିବହନ ଯୋଗାଇବାକୁ ସରକାର ପ୍ରତିବଦ୍ଧ। CRUT ର ପ୍ରଗତି ସବୁଜ ଏବଂ ସ୍ମାର୍ଟ ସହରଗୁଡ଼ିକର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ।ଅପରପକ୍ଷେ ଲିଙ୍ଗ ସମାନତା ଦିଗରେ ମଧ୍ୟ ବଡ଼ ପଦକ୍ଷେପ ନେଇଛି CRUT। ୨୦ ଜଣ ମହିଳାଙ୍କୁ ଇ-ବସ୍ ଚାଳନା ପାଇଁ ପ୍ରଶିକ୍ଷଣ ଦିଆଯାଇଛି। ୨୦୨୪ ପରଠାରୁ ୬ ହଜାରରୁ ଅଧିକ କର୍ମଚାରୀଙ୍କୁ ସଡ଼କ ସୁରକ୍ଷା ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇଛି। ପରିବେଶ ସୁରକ୍ଷା, ଅତ୍ୟାଧୁନିକ ପ୍ରଯୁକ୍ତି ଓ ସ୍ମାର୍ଟ ସିଟି ଲକ୍ଷ୍ୟକୁ ନେଇ ଓଡ଼ିଶାର ଗଣପରିବହନ ବ୍ୟବସ୍ଥା ଏବେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି ବୋଲି କୁହାଯାଇଛି ।

Post Views: 94
Share200Tweet125Send
Voice of Victims

Voice of Victims

Recent Posts

  • ସୋଆରେ ଆନ୍ତର୍ଜାତୀୟ ସମ୍ମିଳନୀ ‘ଆଇସିସିଏମ୍‌ଇଏସ୍‌ଏଚ୍‌–୨୦୨୬’ ଉଦ୍‌ଘାଟିତ
  • ବୈଜ୍ଞାନିକ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ନେଇ ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
  • ଶିଳ୍ପ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ମିଳିତ ଗବେଷଣା ପାଇଁ ସୋଆ ଓ କେବିସି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
  • ୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ରହିବ ମୁଖ୍ୟ ଭୂମିକା: ଡକ୍ଟର ପୁରଞ୍ଜନ ଦାସ
  • ଘୂର୍ଣ୍ଣିବଳୟ ପ୍ରଭାବ, ଆଜିଠୁ ଦୁଇଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In