• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମୁଁ ବିଧବା ହୋଇଗଲେ ତୁମକୁ ବିବାହ କରିବି, ରାଜକୁ କଥା ଦେଇଥିଲେ ସୋନମ

by Voice of Victims
June 10, 2025
in ଦେଶ ବିଦେଶ, ମୁଖ୍ୟ ଖବର
ମୁଁ ବିଧବା ହୋଇଗଲେ ତୁମକୁ ବିବାହ କରିବି, ରାଜକୁ କଥା ଦେଇଥିଲେ ସୋନମ

ମଧ୍ୟପ୍ରଦେଶ: ରାଜା ରଘୁବଂଶୀ ହତ୍ୟା ମାମଲାରେ ପତ୍ନୀ ସୋନମଙ୍କ ଗିରଫଦାରୀ ପରେ ଅନେକ ଖୁଲାସା ସାମ୍ନାକୁ ଆସିଛି । ବିବାହ ପୂର୍ବରୁ ମଧ୍ୟ ସୋନମ ବିଧବା ହେବାକୁ ଯୋଜନା କରିଥିଲା । ପ୍ରେମିକ ସହିତ ମିଶି ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ବାହାଘରର ମାତ୍ର ୫ ଦିନରେ ଷଡଯନ୍ତ୍ର ରଚିଥିଲା ସୋନମ । ଏକଥା ସୋନମ ଏବଂ ରାଜାଙ୍କ ଚାଟରୁ  ଜଣାପଡିଛି ।

ଖବର ମୁତାବକ, ରାଜା ଏବଂ ସୋନମଙ୍କ ବିବାହ ୧୧ ମେ’ରେ ହୋଇଥିଲା । ସବୁକିଛି ସ୍ବାଭାବିକ ଲାଗୁଥିବା ବେଳେ ୧୬ ମେ’ରେ ସୋନମ ତାଙ୍କ ପ୍ରେମିକ ରାଜ କୁଶୱାହାଙ୍କ ସହିତ ମିଶି ରାଜାଙ୍କୁ ତାଙ୍କ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ବିବାହ ପରେ ସୋନମଙ୍କ ନିକଟତର ହେଉଥିଲେ ସ୍ବାମୀ ରାଜା । ଯାହା ସୋନମକୁ ପସନ୍ଦ ନଥିଲା । ତେଣୁ ବିବାହ ପରେ ସୋନମ ରାଜାଙ୍କ ଠାରୁ ଦୂରେଇ ରହୁଥିଲେ ।

ସୋନମଙ୍କ ପ୍ରେମିକ ରାଜ କୁଶୱାହା ସୋନମଙ୍କ ବାପାଙ୍କ ପାଇଁ କାମ କରୁଥିଲେ କିନ୍ତୁ ପ୍ରାୟ ୫ ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ସୋନମ ତାଙ୍କ ବାପାକୁ ପ୍ରେମିକ ରାଜଙ୍କ ବିଷୟରେ ବିବାହ କରିବାକୁ କହିପାରିବେ ନାହିଁ, ତେଣୁ ଏଭଳି ଉପାୟ ଆପଣାଇଥିଲେ ।

ସୋନମ ବିବାହର ୫ମ ଦିନ ରାଜଙ୍କୁ କହିଥିଲେ ଯେ, ରାଜାଙ୍କୁ ହତ୍ୟା କରିବା । ଯଦି ମୁଁ ଥରେ ବିଧବା ହୋଇଯାଏ, ତେବେ ବାପା ତାଙ୍କ ବିଧବା ଝିଅକୁ ତୁମ ସହିତ ବିବାହ ଦେଇପାରିବେ। ଏହା ଶୁଣି ରାଜ କୁଶୱାହା ମଧ୍ୟ ସୋନମଙ୍କ କଥାରେ ରାଜି ହୋଇଗଲେ ।

ସୂଚନା ଅନୁଯାୟୀ, ସୋନମ ଏବଂ ରାଜା ରଘୁବଂଶୀ ଚେରାପୁଞ୍ଜିର ଏକ ହୋମଷ୍ଟେରେ ରହୁଥିଲେ । ଘଟଣାର ଠିକ୍ ପୂର୍ବରୁ ଅଭିଯୁକ୍ତମାନେ ସୋନମଙ୍କ ହୋମଷ୍ଟେଠାରୁ ୧ କିଲୋମିଟର ଦୂରରେ ଏକ ହୋଟେଲରେ ରହୁଥିଲେ। ସୋନମ ତାଙ୍କ ହୋମଷ୍ଟେର ସ୍ଥାନ ଅଭିଯୁକ୍ତମାନଙ୍କୁ ପଠାଇଥିଲେ । ମେ’ ୨୩ ତାରିଖରେ ସୋନମ ରାଜାଙ୍କୁ ଫଟୋସୁଟ୍ ବାହାନାରେ ଏକ ନିର୍ଜନ ପାହାଡିଆ ଅଞ୍ଚଳକୁ ନେଇଯାଇଥିଲେ । ସେଠାରେ ୩ ଜଣ ଯୁବକ ତାଙ୍କୁ ହତ୍ୟା କରିଥିଲେ ।

୨୩ ମେରେ ରାଜାଙ୍କୁ ହତ୍ୟା ପରେ ସନ୍ଧ୍ୟାରେ ସୋନମ ଶିଲଂରୁ ଗୌହାଟୀ ଯାଇଥିଲେ । ସେଠାରୁ ଟ୍ରେନ୍ ଧରି ବାରାଣସୀ ଦେଇ ଯାଇଥିଲା ଗାଜିପୁର । ରାଜା ରଘୁବଂଶୀ ହତ୍ୟା ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶ ଓ ମେଘାଳୟ ପୋଲିସ କହିଛନ୍ତି, ରାଜା ରଘୁବଂଶୀଙ୍କ ହତ୍ୟା ତାଙ୍କ ସ୍ତ୍ରୀ ସୋନମ ହିଁ କରିଛନ୍ତି ।

Post Views: 164
Share198Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In