• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଇସ୍କନ ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ, ମହାପ୍ରଭୁଙ୍କ ସବୁ ନୀତି ନିଜେ ମହାପ୍ରଭୁ ନିର୍ଦ୍ଧାରଣ କରିଛନ୍ତି: ଗଜପତି ମହାରାଜ

by Voice of Victims
September 6, 2025
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଇସ୍କନ ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ, ମହାପ୍ରଭୁଙ୍କ ସବୁ ନୀତି ନିଜେ ମହାପ୍ରଭୁ ନିର୍ଦ୍ଧାରଣ କରିଛନ୍ତି: ଗଜପତି ମହାରାଜ

ଭୁବନେଶ୍ୱର : ମହାପ୍ରଭୁଙ୍କ ସବୁ ନୀତି ନିଜେ ମହାପ୍ରଭୁ ନିର୍ଦ୍ଧାରଣ କରିଛନ୍ତି  ।  ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ ।  ଆଜି ଇସ୍କନର ଅଦିନିଆ ରଥଯାତ୍ରା ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି  ଗଜପତି ମହାରାଜା । ନୀତି ବିରୋଧୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ୧୦୦ ପୃଷ୍ଠାର ଏକ ପୂର୍ଣ୍ଣାଙ୍ଗ ଉତ୍ତର ଆଜି ଇସ୍କନକୁ ପ୍ରଦାନ କରାଯାଇଛି । ନୀତି ଅନୁଯାୟୀ ପରମ୍ପରାକୁ ପାଳନ କରିବା ପାଇଁ ଇସ୍କନକୁ ଏକ ମାସର ସମୟ ଦିଆଯାଇଛି  ବୋଲି  କହିଛନ୍ତି  ଗଜପତି ମହାରାଜା ।  କିଛି ଦଶନ୍ଧୀ ହେବ ଶାସ୍ତ୍ରକୁ ଉଲଂଘନ କରି ଇସ୍କନ ପାଳନ କରିଛି ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା  । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ଗଜପତିଙ୍କ ଦ୍ଵାରା ଇସ୍କନକୁ ଏନେଇ ଚିଠି ଲେଖାଯାଇଛି  ବୋଲି  କହିଛନ୍ତି ଅରବିନ୍ଦ ପାଢୀ, ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର ପରିଚାଳନା କମିଟି ।

ଇସ୍କନ ଗୋବର୍ଦ୍ଧନ ଦାସ ମହାରାଜଙ୍କୁ ଶ୍ରୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ୧୦୦ ପୃଷ୍ଠାର ଏକ ଦସ୍ତାବିଜ୍ ପ୍ରଦାନ କରାଯାଇଛି । ଏହାକୁ ପଢ଼ିବା ପରେ କେତେ ବଡ଼ ଭୁଲ ପ୍ରାୟ ୫୦ ବର୍ଷ ମଧ୍ୟରେ ହୋଇଛି ତାହାକୁ ବୁଝିହେବ । ଶିଳା ପ୍ରଭୁପାଦଙ୍କ ଦ୍ଵାରା ଏହି ଯାତ୍ରା ଆରମ୍ଭ ହୋଇଥିଲା ।  ପ୍ରଥମେ ଏହା ନୀତି ମୁତାବକ ହେଉଥିଲା । ପରେ ତାଙ୍କର ଦେହାନ୍ତ ପରେ ଏହି ନୀତି ବିରୋଧୀ କାର୍ଯ୍ୟକ୍ରମ କରୁଛି ଇସ୍କନ । ଚଳିତ ବର୍ଷ ତିଥି ବାହାରେ ୬୮ ଟି ଜାଗାରେ ଇସ୍କନ ପକ୍ଷରୁ ରଥଯାତ୍ରା ହୋଇଛି । ଇସ୍କନ ସହ ଏନେଇ ବହୁବାର ଆଲୋଚନା ହୋଇଥିଲା । ଇସ୍କନ ଭାରତ ସହ ୨୧ ଜୁଲାଇ ୨୦୨୧ ନିଷ୍ପତି ନେଇଥିଲେ ଯେ ନୀତି ନିର୍ଦ୍ଧାରିତ ସମୟ ମଧ୍ୟରେ ରଥଯାତ୍ରା ଆୟୋଜିତ ହେଉଛି । ହେଲେ ଦେଶ ବାହାରେ ଏହା ଅଦିନିଆ ଭାବେ ପାଳନ କରାଯାଉଛି ।

ବହୁ ଅନୁଧ୍ୟାନ ପରେ ଭାରତ ଓ ବିଦେଶରେ ଜୁଲାଇ ପର୍ଯ୍ୟନ୍ତ ୪୦ ଟି ଜାଗାରେ ସ୍ନାନଯାତ୍ରା ଆୟୋଜିତ ହୋଇଛି ବୋଲି ଜଣାଯାଇଛି । ଅନେକ ଚିଠି ସ୍ଵତେ ଇସ୍କନ ମୂଳ ସଂସ୍ଥା ନେଉନାହାନ୍ତି । ଏହା ହେଉଛି ପୂର୍ଣ୍ଣାଙ୍ଗ ନିଷ୍ପତି ଯାହାକି ଗତ ୩ ତାରିଖରେ ନିଜର ନିଷ୍ପତି ନେଇଛନ୍ତି ଶ୍ରୀ ମନ୍ଦିର ପରିଚାଳନା କମିଟି । କେବଳ ଜେଷ୍ଟ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଏବଂ ନବଦିନାତ୍ମକ ଯାତ୍ରା ସମୟ ମଧ୍ୟରେ ହିଁ ରଥଯାତ୍ରା ହେଉ । ମହାପ୍ରଭୁ ଜଗନ୍ନାଥ ଙ୍କ ନିଜ ଆଦେଶ ଏହା ଯେ କେଉଁ ସମୟରେ କେଉଁ ଯାତ୍ରା ହେବ ତାହା ମହାପ୍ରଭୁ ନିର୍ଧାରଣ କରିଛନ୍ତି । ଆଷାଢ଼ ଶୁକ୍ଳପକ୍ଷ ରେ ରଥ ଯାତ୍ରା କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହା ମହାଋଷି ବେଦ ବ୍ୟାସଙ୍କ ଦ୍ଵାରା ଶ୍ରୀମଦ ଭାଗବତରେ ମଧ୍ୟ ଲେଖା ହୋଇଛି । ଏହାକୁ ପାଳନ କରି ଜଗନ୍ନାଥ ସଂସ୍କୃତି ଆଗେଇ ଆସିଛି ।

ଏହାର ବ୍ୟତିକ୍ରମ କରି କିପରି ଏହାର ପ୍ରଚାର ପ୍ରସାର କରାଯାଇପାରିବ । ସ୍କନ୍ଦ ପୁରାଣ ଓ ବ୍ରହ୍ମ ପୁରାଣ ଅନୁଯାୟୀ ନୀତି କାର୍ଯ୍ୟ ଶ୍ରୀ ମନ୍ଦିରରେ ପାଳନ କରାଯାଇଛି । ଏହାକୁ ସମସ୍ତେ ପାଳନ କରିବା ଆବଶ୍ୟକ । ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଚଳନ୍ତି ପ୍ରତିମା ବୋଲି କହିଛି ଇସ୍କନ । ହେଲେ ପ୍ରଭୁ ଜଗନ୍ନାଥ କିପରି ଚଳନ୍ତି ପ୍ରତିମା ବୋଲି ପ୍ରଶ୍ନ କରିଛନ୍ତି ଗଜପତି । ଯାହା ପୁରାଣରେ ତିଥି ବିଷୟରେ ଲେଖା ହୋଇଛି ତାହା ସଂପୂର୍ଣ୍ଣ ବ୍ରହ୍ମାଣ୍ଡ ପାଇଁ ପ୍ରଯୁଜ୍ୟ । ତିଥି ଅନୁଯାୟୀ ଯାତ୍ରା ସବୁ ସମ୍ପୂର୍ଣ୍ଣ କରାଯାଉ । ଏକ ମାସ ମଧ୍ୟରେ ଏହାକୁ ନେଇ ଉତ୍ତମ ନିଷ୍ପତି ନିଅନ୍ତୁ ଇସ୍କନ । ଏଥିପାଇଁ ବିଦେଶର ମନ୍ଦିରମାନଂକ ସହ ଆଲୋଚନା କରନ୍ତୁ ଆଉ ନୀତି ସଂଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ଗଜପତି । ଯଦି ସେମାନେ ନୀତି ଓ ପରମ୍ପରାକୁ ନମନିବେ ତେବେ ଆଇନକୁ ଆଶ୍ରୟ ନେବୁ ବୋଲି ସେ କହିଛନ୍ତି ।

ଅଦିନିଆ ରଥଯାତ୍ରା ପାଇଁ। ଡିସେମ୍ବର ୨, ୨୦୨୪ ରେ ଇସ୍କନ କୁ ଚିଠି ଲେଖିଥିଲେ ଗଜପତି । ସେହିଦିନ ମଧ୍ୟ ଶ୍ରୀନଅର ରେ ବୈଠକ ମଧ୍ୟ ହୋଇଥିଲା । ମାର୍ଚ୍ଚ ୨୦ ତାରିଖରେ ଏହାକୁ ନେଇ ଆଉ ଏକ ବୈଠକ ହୋଇଥିଲା । ଯେଉଁଥିରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ବିଧି ସମାତ୍ତ ବୋଲି ଦସ୍ତାବିଜ୍ ପ୍ରକାଶ କରିବା ପାଇଁ କୁହାଯାଇଥିଲା । ଏବେ ଦସ୍ତାବିଜ୍ ସବୁ ଇସ୍କନ ପକ୍ଷରୁ ଦିଆଯାଇଛି । ଯେଉଁ ଯୁକ୍ତି ସବୁ ଇସ୍କନ ପକ୍ଷରୁ ଦିଆଯାଇଛି ତାହା ଶାସ୍ତ୍ର ବିରୋଧୀ । ଏହାକୁ ବିରୋଧ କରି ଶ୍ରୀ ମନ୍ଦିରର ବିଦ୍ୱାନ ମାନଙ୍କ ଦ୍ଵାରା ଯେଉଁ ସନ୍ଦର୍ଭ ସବୁ କୁ ମେଲ ଓ ଚିଠି ମାଧ୍ୟମରେ ଇସ୍କନ କୁ ପ୍ରେରଣ କରାଯାଇଛି । ବିଧି ଅନୁଯାୟୀ ୧୧ ଜୁନ ରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା ହେଲେ ଏହାର ପୂର୍ବରୁ ୧୮ ଥର ସ୍ନାନଯାତ୍ରା ଆୟୋଜିତ ହୋଇଛି । ସେହିଭଳି ରଥଯାତ୍ରା ବିଧି ଅନୁଯାୟୀ ୨୭ ଜୁନ ରେ ହେବା କଥା ହେଲେ ଚଳିତବର୍ଷ ଆମେରିକାରେ ମାର୍ଚ୍ଚ ୩୧ ରେ ଓ ରଥଯାତ୍ରା ପୂର୍ବରୁ ୩୫ ଜାଗାରେ ରଥଯାତ୍ରା ପାଳନ କରାଯାଇଛି । ଚଳିତବର୍ଷ ୨୭ ସେପ୍ଟେମ୍ବର ରେ ଆମେରିକାରେ ପୁଣି ରଥଯାତ୍ରା କରିବା ପାଇଁ ନିଷ୍ପତି ନିଆଯାଇଛି । ଏହାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବିରୋଧ କରୁଛି । ଶାସ୍ତ୍ର ଓ ପରମ୍ପରାକୁ ଭଙ୍ଗ କରୁଛି ଇସ୍କନ ଏବଂ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଅବେଗକୁ କୁଠାରାଘାତ କରୁଛି ବୋଲି  କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ  ।

କିଛି ବିଦେଶୀ ନାଗରିକ ଭକ୍ତ ବୋଲି କହି କିଛି ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ରଖି ଏପରି କାର୍ଯ୍ୟ କରିଛନ୍ତି । ପରିବର୍ତ୍ତନ କେବଳ ପୂଜାରେ ଦ୍ରବ୍ୟ ବାହାରକୁ ନେଇ କରିହେବ ହେଲେ କୌଣସି ଶାସ୍ତ୍ରୀୟ ସିଦ୍ଧାନ୍ତ ରେ ପରିବର୍ତନ ହେବ ନାହିଁ । ଏହା ଇସ୍କନର କୁବ୍ୟାଖ୍ୟା ବୋଲି କହିଛି ଶ୍ରୀମନ୍ଦିର ପରିଚାଳନା କମିଟି । ପାଣିପାଗ ଓ ଛୁଟି ଦିନରେ ରଥଯାତ୍ରା କରିବା ପାଇଁ ଇସ୍କନ ପକ୍ଷରୁ କୁହାଯାଇଛି ।  ହେଲେ ଏହାକୁ ବିରୋଧ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ତିଥି ମୁତାବକ ଏହାକୁ ଅଳ୍ପରେ ପାଳନ କରନ୍ତୁ ହେଲେ ବିଧିକୁ ଖଣ୍ଡନ ନକରନ୍ତୁ । ସନାତନ ଧର୍ମର ପ୍ରଚାର ନାମରେ ନୀତି ବିରୋଧୀ କାର୍ଯ୍ୟ କରି ଅପପ୍ରଚାର କରୁଛି ଇସ୍କନ ।  ବ୍ୟବସାୟୀକ ଉପାଦାନ ଭାବେ ଜଗନ୍ନାଥଙ୍କୁ ବ୍ୟବହାର କରାଯାଉଛି । ହଜାର ହଜାର ବର୍ଷର ପରମ୍ପରାକୁ କୁଠାରାଘାତ କରି ଜଗନ୍ନାଥ ସଂସ୍କୃତିକୁ ଅପମାନ କରାଯାଉଛି  ବୋଲି  କହିଛନ୍ତି ପ୍ରଫେସର ହରେକୃଷ୍ଣ ଶତପଥୀ , ସଦସ୍ୟ, ଶ୍ରୀ ମନ୍ଦିର ପରିଚାଳନା କମିଟି ।

Post Views: 56
Share201Tweet126Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In