• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ଯୋଜନାର ନାଁ ପରିବର୍ତ୍ତନ କଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ :ପ୍ରମିଳା

by Voice of Victims
July 6, 2024
in ରାଜ୍ୟ
ଯୋଜନାର ନାଁ ପରିବର୍ତ୍ତନ କଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ :ପ୍ରମିଳା

ଭୁବନେଶ୍ୱର: ଯୋଜନାର ରଙ୍ଗ ଓ ନାଁ ପରିବର୍ତ୍ତନ କଲେ, ବିଜେଡି ବିରୋଧ କରିବ ଓ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ବିଜେପି ରାଜ୍ୟବାସୀଙ୍କୁ ନୂଆ ଯୋଜନା ଓ ସେବା ଦେବେ ବୋଲି କହିଥିଲେ, ହେଲେ କଣ କରୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ ଯୋଜନା କରିଥିଲେ। ବ୍ଲକରୁ ହେଡ଼କ୍ୱାର୍ଟରରେ କମ ଦାମରେ ଲୋକଙ୍କୁ ବସ ସେବା ଯୋଗାଇ ଦିଆଯାଉଥିଲା। ଏବେ ଲକ୍ଷ୍ମୀ ବସ ଯୋଜନାର ନାଁ ଓ ରଙ୍ଗ ପରିବର୍ତ୍ତନ କରିବାରୁ ପ୍ରମାଣିତ ହେଉଛି କିଛି ନୂଆ ଯୋଜନା କି ସେବା କରୁନାହାନ୍ତି ନୂଆ ସରକାର। ବିଜେଡି ଯୋଜନାରେ ରଙ୍ଗ ଲଗାଇ କି ଛପା ଲଗାଇଲେ ସଫଳ ହେବେନି। କିଛି ନୂଆ କରି ଲୋକଙ୍କ ଆଶା ଭରସା ପୂରଣ କରନ୍ତୁ। କେଉଁ ନିଷ୍ପତିରେ ନାଁ ଓ ରଙ୍ଗ ଓ ଫଟୋ ବଦଳା ଗଲା, ତା ଜବାବ ଦିଅନ୍ତୁ ବିଜେପି ସରକାର ବୋଲି ବିଜେଡି ଦାବିକରିଛି। କାହା ନିର୍ଦ୍ଦେଶରେ ଲକ୍ଷ୍ମୀ ବସର ନାଁ ଓ ରଙ୍ଗ ବଦଳା ଯାଉଛି, ଏହି ନିଷ୍ପତ୍ତି କିଏ ନେଇଛି, ତାହା ଜଣାପଡୁନି।କେବଳ ବିଜେଡି ସରକାର କରିଥିବା କାମର ରଙ୍ଗ ବଦଳାଇ, ନାଁ ବଦଳାଇ ଏପରି ୫ ବର୍ଷ ବିଜେପି ସରକାର ବିତେଇ ଦେବ କି ବୋଲି କଟାକ୍ଷ କରିଛନ୍ତି ପ୍ରମିଳା ମଲ୍ଲିକ। ଯଦି ଏପରି କରିବାର ଅଛି, ତେବେ ସିଧା ସିଧା ଲୋକଙ୍କୁ ସେହି କଥା କହି ଦିଅନ୍ତୁ। ନିର୍ବାଚନ ସମୟରେ ଲୋକଙ୍କୁ ବିଜେପି ଯେଉଁ ପ୍ରତିଶୃତି ଦେଇଥିଲା, ତାହା ପୂରଣ କରୁ ବିଜେପି। ବଜେଟର କଣ କରୁଛନ୍ତି ସରକାର, ତାହା ଦେଖିବୁ। ପ୍ରତିଶ୍ରୁତି ପୂରଣ ନ ହେଲେ ବିଜେଡି ରାଜରାସ୍ତାକୁ ଆସିବ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ। ଏହା ସହିତ ସେ କହିଛନ୍ତି, ରତ୍ନଭଣ୍ଡାରକୁ ନେଇ, ଜଗନ୍ନାଥଙ୍କୁ ନେଇ  କାହିଁକି ରାଜନୀତି କରୁଛନ୍ତି ସରକାର । ଯଦି ରତ୍ନଭଣ୍ଡାର ଖୋଲିବାର ଅଛି, ଖୋଲନ୍ତୁ। କେହି ମନା କରୁନାହାନ୍ତି। କିନ୍ତୁ ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ। ସେହିପରି ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, ବିଜେପି ଶାସନକୁ ଆସିବାର ମାସେ ହେଲାଣି। କିନ୍ତୁ ଇସ୍ତାହାରର ଗୋଟିଏ ପ୍ରତିଶୃତି ପୂରଣ ପାଇଁ କାମ ଆରମ୍ଭ ହୋଇନି। କେବଳ ରଙ୍ଗ ଓ ନାଁ ପରିବର୍ତ୍ତନ କରାଗଲେ, ଜୋର ବିରୋଧ କରାଯିବ ବୋଲି କହିଛନ୍ତି ଲୋପାମୁଦ୍ରା ବକ୍ସିପାତ୍ର।

Post Views: 40
Tags: If the name of the scheme is changed
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In