• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଘୋଡ଼ଲାଗି ବେଶ

by Voice of Victims
December 7, 2024
in ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ଘୋଡ଼ଲାଗି ବେଶ

ଭୁବନେଶ୍ବର: ଆଜି ପ୍ରାବରଣ ଷଷ୍ଠୀ ବା ଓଢ଼ଣ ଷଷ୍ଠୀ। ଏହି ଦିନଠାରୁ ପୁରୀ ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଧିବଦ୍ଧ ଭାବରେ ଶୀତ ବସ୍ତ୍ର ପରିଧାନ କରିଥାନ୍ତି। ମାର୍ଗଶୀର ଷଷ୍ଠୀଠାରୁ ଘୋଡ଼ଲାଗି ଆରମ୍ଭ ହୋଇ ମାଘ ବସନ୍ତ ପଞ୍ଚମୀ ଯାଏଁ ଏମିତି ୬୦ ଦିନ ପର୍ଯ୍ୟନ୍ତ ଚାଲୁ ରହେ। ଏହାକୁ ଘୋଡ଼ ଲାଗି ବେଶ କୁହାଯାଇଥାଏ। ବସନ୍ତ ଷଷ୍ଠୀଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ୩୫ ଦିନ ଲାଗି ମହାପ୍ରଭୁ ଜାମାଲାଗି ବା ଠିଆଘୋଡ଼ ବେଶରେ ଭୂଷିତ ହୁଅନ୍ତି। ଜଗତର ନାଥ ଜଗନ୍ନାଥଙ୍କର ବାର ମାସରେ ତେର ପର୍ବ। ବିଭିନ୍ନ ଯାନିଯାତ୍ରା, ଉତ୍ସବ, ପାର୍ବଣ ଶ୍ରୀମନ୍ଦିରରେ ପାଳନ ହୁଏ। ଗ୍ରୀଷ୍ମ ଦିନରେ ଗରମରୁ ରକ୍ଷା ପାଇବା ପାଇଁ ଯେଭଳି ମହାପ୍ରଭୁ ଚନ୍ଦନ ଲାଗି ନୀତି ଅନୁଷ୍ଠିତ ହୁଏ, ସେହିଭଳି ମାର୍ଗଶୀର ମାସ ପ୍ରବଳ ଶୀତ ଦାଉରୁ ରକ୍ଷା ପାଇଁ ଚତୁର୍ଦ୍ଧା ମୂର୍ତ୍ତି ଶୀତ ବସ୍ତ୍ର ତଥା ଘୋଡ଼ ଧାରଣ କରିଥାନ୍ତି। ଘୋଡ଼ଲାଗି ବେଶରେ ଗଡ଼ା (ମୋଟା ସୂତା ବସ୍ତ୍ର), ଖଣ୍ଡୁଆପାଟ, ମଖମଲର ଘୋଡ଼ବସ୍ତ୍ର, ଫୁଟା, ଟୋପର ଆଦିରେ ଶ୍ରୀଜିଉମାନଙ୍କୁ ଭୂଷିତ କରାଯାଏ। ଘୋଡ଼ବସ୍ତ୍ରମାନ ସାଧାରଣତଃ ମଖମଲ ଓ ସୂତା କପଡ଼ାରେ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥାଏ। ପରମ୍ପରା ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ବସ୍ତ୍ର ଲାଗି ହୋଇଥାନ୍ତି। ରବିବାର – ନାଲି ରଙ୍ଗର ଘୋଡ଼ବସ୍ତ୍ର, ସୋମବାର – କଳାଛିଟା ମିଶା ଧଳା ଧଳା ଘୋଡ଼ବସ୍ତ୍ର, ମଙ୍ଗଳବାର – ବାର ପଟିଆ (ପଞ୍ଚ ରଙ୍ଗ ମିଶା) ଘୋଡ଼ବସ୍ତ୍ର, ବୁଧବାର – ନୀଳ ରଙ୍ଗର ଘୋଡ଼ବସ୍ତ୍ର, ଗୁରୁବାର – ହଳଦିଆ ଘୋଡ଼ବସ୍ତ୍ର, ଶୁକ୍ରବାର – ଧଳା ଘୋଡ଼ବସ୍ତ୍ର, ଶନିବାର – କଳା ଘୋଡ଼ବସ୍ତ୍ର ଧାରଣ କରନ୍ତି। ସାତ ଦିନରେ ଘୋଡ଼ ରଙ୍ଗକୁ ଜ୍ୟୋତିଷ ଶାସ୍ତ୍ରଜ୍ଞମାନେ ସାତ ଗ୍ରହର ପ୍ରତୀକ ବୋଲି କହିଥାନ୍ତି। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ଆବଶ୍ୟକ ଘୋଡ଼ ବସ୍ତ୍ରଗୁଡ଼ିକୁ ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକମାନେ ଏକ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରିଥାନ୍ତି। ତିନିଠାକୁରଙ୍କ ପାଇଁ ୧୪ ହାତ ଲମ୍ବ ଓ ୩ହାତ ଓସାରର ଚାରିଖଣ୍ଡ ପାଟ ବ୍ୟବହାର କରାଯାଏ। ଠାକୁରମାନଙ୍କ ଘୋଡ଼ ଲାଗି ସମୟରେ ପୂଜାପଣ୍ଡାମାନେ ସିଂହାସନ ତଳେ ବସି ପୂଜା କରିଥାନ୍ତି। ଖରା ସମୟରେ ଶୀତ କମ୍ ରହୁଥିବାରୁ ସାଧାରଣତଃ ଦିପହର ଧୂପ ପୂଜା ସମୟରେ ଠାକୁରମାନେ ଘୋଡ଼ ବସ୍ତ୍ର ପିନ୍ଧନ୍ତି ନାହିଁ। ଏହି ଧୂପରେ ପୂଜାପଣ୍ଡାମାନେ ସିଂହାସନ ଉପରେ ବସି ପୂଜା କରିଥାନ୍ତି। ଘୋଡ଼ଲାଗି ବେଶରେ ଠାକୁରମାନଙ୍କୁ ନବାଙ୍କ ଚୂଳ ଓ ମକର ଚୂଳ ଲାଗି କରାଯାଇଥାଏ। ଏହି ବେଶରେ ଠାକୁରମାନେ ୨ଟି ତ୍ରିଶାଖା, ୪ଟି କୁଣ୍ଡଳ ଓ ୨ଟି ତଡ଼ଗି ଏପରି ମୋଟ ୮ମୂର୍ତ୍ତି ସୁନା ଅଳଙ୍କାର ଲାଗି ହୁଏ। ସକାଳ ଧୂପ ବଢ଼ିବା ପରେ ପୁଷ୍ପାଳକ ସେବକମାନେ ଶ୍ରୀଜିଉମାନଙ୍କର ମଇଲମ କରିଥାନ୍ତି। ତତ୍ପରେ ପୂଜାପଣ୍ଡା, ପତି ମହାପାତ୍ର ଏବଂ ତିନି ଜଣ ପୁଷ୍ପାଳକ ସେବକ ଗରାବଡୁଙ୍କଠାରୁ ହତୁଆଣୀ ନେଇ ଭୋଗମଣ୍ଡପ ଘରେ ଅଧିବାସ ହୋଇଥିବା ସମସ୍ତ ଘୋଡ଼କୁ ଘଣ୍ଟା, ଛତ୍ର, କାହାଳୀ ସହ ପାଟୁଆରରେ ମୁଖ୍ୟ ମନ୍ଦିର ର ୩ ପରିକ୍ରମା କରି ରତ୍ନସିଂହାସନ ଉପରକୁ ବିଜେ କରାଇଥାନ୍ତି। ପୁଷ୍ପାଳକମାନେ ଶ୍ରୀଜିଉମାନଙ୍କର ପାଗ ଏବଂ ଘୋଡ଼ଲାଗି, ୬ ମୂର୍ତ୍ତି ଅଳଙ୍କାର ଲାଗି କରିବା ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥାନ୍ତି। ତତ୍ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା ପରେ ଅନ୍ୟାନ୍ୟ ନୀତି ହୋଇଥାଏ। ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ଘୋଡ଼ ଲାଗି ବେଶ ଦର୍ଶନ ପାଇଁ ଭକ୍ତଙ୍କ ମନରେ ଅନେକ ଉତ୍କଣ୍ଠା ଦେଖାଦେଇଥାଏ।

Post Views: 63
Tags: In the temple
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In