• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ପ୍ରୟାଗରାଜରେ ୫୫୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ, ମହାକୁମ୍ଭ ଆମ ଆସ୍ଥା, ଆଧ୍ୟାତ୍ମିକତା ଓ ସଂସ୍କୃତିର ଦିବ୍ୟ ପର୍ବ: ପ୍ରଧାନମନ୍ତ୍ରୀ

by Voice of Victims
December 13, 2024
in ଆଧ୍ୟାତ୍ମିକ, ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ପ୍ରୟାଗରାଜରେ ୫୫୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ, ମହାକୁମ୍ଭ ଆମ ଆସ୍ଥା, ଆଧ୍ୟାତ୍ମିକତା ଓ ସଂସ୍କୃତିର ଦିବ୍ୟ ପର୍ବ: ପ୍ରଧାନମନ୍ତ୍ରୀ

ପ୍ରୟାଗରାଜ : ଆସନ୍ତା ଜାନୁଆରୀ ୧୩ରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଆରମ୍ଭ ହେବ। ଏହି ମହାପର୍ବର ଠିକ୍ ଗୋଟିଏ ମାସ ପୂର୍ବରୁ, ଅର୍ଥାତ୍ ଆଜି ୧୩ ଡିସେମ୍ବର ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ପହଞ୍ଚି ମହାକୁମ୍ଭର ସଫଳ ଆୟୋଜନ ପାଇଁ ଗଙ୍ଗା ପୂଜା କରିବା ସହ ପ୍ରାୟ ୫୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ (୧୬୭ଟି ପ୍ରକଳ୍ପ)ର ଉଦ୍‌ଘାଟନ ତଥା ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ସଙ୍ଗମର ପବିତ୍ର ଭୂମିକୁ ପ୍ରଣାମ କରିଥିଲେ ଓ ମହାକୁମ୍ଭକୁ ଆସୁଥିବା ସାଧୁସନ୍ୟାସୀଙ୍କ ପ୍ରତି ନିଜର ସମ୍ମାନ ପ୍ରକଟ କରିଥିଲେ। ନିଜର କଠିନ ପରିଶ୍ରମ ଓ ନିଷ୍ଠା ବଳରେ ମହାକୁମ୍ଭକୁ ସଫଳ କରିବା ପାଇଁ ପରିଶ୍ରମ କରୁଥିବା ଶ୍ରମିକ, ସଫାଇ କର୍ମଚାରୀମାନଙ୍କୁ ମଧ୍ୟ ଶ୍ରୀ ମୋଦୀ ନିଜର କୃତଜ୍ଞତା ଜଣାଇଥିଲେ। ମହାକୁମ୍ଭର ବୃହତ୍ ଆୟୋଜନ ଓ ବିଶାଳ ଆକାର କଥା ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ବିଶ୍ୱର ଅନ୍ୟତମ ବୃହତ୍ ଜନସମାଗମ। ୪୫ ଦିନ ଧରି ଆୟୋଜନ ହେଉଥିବା ଏହି ମହାଯଜ୍ଞକୁ ପ୍ରତିଦନ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ୱାଗତ କରାଯାଇଥାଏ ଓ ଏଥିପାଇଁ ଏକ ସମ୍ପୂର୍ଣ୍ଣ ନୂଆ ସହର ଛିଡ଼ା କରିଦିଆଯାଏ। “ପ୍ରୟାଗରାଜର ଭୂମିରେ ଏକ ନୂଆ ଇତିହାସ ଲେଖାଯାଉଛି। ଆସନ୍ତା ବର୍ଷ ଆୟୋଜନ ହେଉଥିବା ମହାକୁମ୍ଭ ଦେଶର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଚୟକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ଓ ଏକତାର ଏପରି ଏକ ମହାଯଜ୍ଞ ସଂପର୍କରେ ସମଗ୍ର ବିଶ୍ୱରେ ଚର୍ଚ୍ଚା ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମହାକୁମ୍ଭ ମେଳା ୨୦୨୫ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କରିବା ସହ ମହାକୁମ୍ଭର ସଫଳ ଆୟୋଜନ ନିମସ୍ତେ ସେ ଲୋକମାନଙ୍କ ସହଯୋଗ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ୍ ତଥା ଶିଳାନ୍ୟାସ କରିଥିବା ଆଜିର ବହୁ ପ୍ରତିକ୍ଷୀତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଅକ୍ଷୟ ବଟ କରିଡର, ହନୁମାନ ମନ୍ଦିର କରିଡର, ସରସ୍ୱତୀ କୁପ କରିଡର, ଭରଦ୍ୱାଜ ଆଶ୍ରମ କରିଡର, ଶୃଙ୍ଗଭେରପୁର କରିଡର ସହିତ କୁମ୍ଭମେଳା ପାଇଁ ‘କୁମ୍ଭ ସହାୟକ’ ଚାଟବଟ୍ ଆଦି ପ୍ରକଳ୍ପ ସାମିଲ ରହିଛି। ଏତଦ୍‌ବ୍ୟତୀତ ଉଦ୍‌ଘାଟିତ ତଥା ଶିଳାନ୍ୟାସ ହୋଇଥିବା ଅନ୍ୟ ପ୍ରକଳ୍ପ ମଧ୍ୟରେ ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପ ଯଥା ୧୦ଟି ନୂଆ ରୋଡ୍ ଓଭର ବ୍ରିଜ୍ (ଆରଓବି) ବା ଫ୍ଲାଏଓଭର, ସ୍ଥାୟୀ ଘାଟ ଏବଂ ରିଭରଫ୍ରଣ୍ଟ ରାସ୍ତା ଅନ୍ତର୍ଭୁକ୍ତ ରହିଛି ଯାହାକି ପ୍ରୟାଗରାଜରେ ଭିତ୍ତିଭୂମି ବିକାଶ କରିବା ସହ ଯାତାୟାତକୁ ସୁଗମ କରିବ ବୋଲି କୁୂହାଯାଉଛି। ସ୍ୱଚ୍ଛ ଏବଂ ନିର୍ମଳ ଗଙ୍ଗା ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଗଙ୍ଗା ନଦୀକୁ ଯାଉଥିବା ଛୋଟ ଛୋଟ ଡ୍ରେନ୍ ଗୁଡ଼ିକୁ ଅବରୋଧକ, ଟାପିଂ, ଡାଇଭର୍ସନ ଏବଂ ସଫା କରିବା ପାଇଁ ପ୍ରକଳ୍ପଗୁଡ଼ିକର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ପ୍ରୟାଗରାଜ ଠାରେ ଏକାଧିକ ପାନୀୟ ଜଳ ଓ ବିଜୁଳି ସମ୍ବନ୍ଧୀୟ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ମଧ୍ୟ ସେ ଉଦ୍‌ଘାଟନ କରିଥିଲେ। ମୋଦୀ ଏସବୁ ପ୍ରକଳ୍ପ ପରିଦର୍ଶନ କରିବା ସମୟରେ ପ୍ରୟାଗରାଜ ବିକାଶ ପ୍ରାଧିକରଣର ଭିସି ଏହି ପ୍ରକଳ୍ପ ବିଷୟରେ ତାଙ୍କୁ ବିସ୍ତୃତ ସୂଚନା ଦେଇଥିଲେ। ଏହାପରେ ସଙ୍ଗମ କୂଳରେ ଆୟୋଜିତ ହେବାକୁ ଥିବା କୁମ୍ଭମେଳା ସ୍ଥଳୀରେ ପହଞ୍ଚି ଭକ୍ତଙ୍କ ପାଇଁ ସୁବିଧା ତଥା ଭିଡ଼ ପରିଚାଳନା ଇତ୍ୟାଦି ବିଷୟରେ ମୋଦୀ ପଚାରିବୁଝିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିଥିଲେ। ତେବେ ଏସବୁ ପ୍ରକଳ୍ପର ଉଦଘାଟନ କରିବା ପରେ ମୋଦୀ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ମୋଦୀ କହିଥିଲେ ଯେ, ପ୍ରୟାଗ ହେଉଛି ଏପରି ଏକ ସ୍ଥାନ ଯାହାର କୋଣ ଅନୁକୋଣରେ ପୁଣ୍ୟ କ୍ଷେତ୍ର ରହିଛି। କୁମ୍ଭ ହେଉଛି ମଣିଷର ଆଭ୍ୟନ୍ତରୀଣ ଚେତନାର ନାମ। ସେହିିପରି ମହାକୁମ୍ଭ ହେଉଛି ଏକତାର ମହାଯଜ୍ଞ। ଏହି ଅବସରରେ ପ୍ରଧାନମନ୍ତ୍ରୀ କୁମ୍ଭ ‘ସହାୟକ’ ଚାଟବଟ୍ କୁମ୍ଭମେଳାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ମହାକୁମ୍ଭ ମେଳା ୨୦୨୫ ଓ ଏହାର କାର୍ଯ୍ୟକ୍ରମ ବିଷୟରେ ସର୍ବଶେଷ ସୂଚନା ପ୍ରଦାନ କରିବ। ଚଳିତ ବର୍ଷ କୁମ୍ଭମେଳାକୁ ପ୍ରାୟ ୪୦ କୋଟି ଲୋକଙ୍କର ସମାଗମ ଆଶା କରାଯାଉଛି । ପ୍ରକାଶ, ପ୍ରତି ୧୨ ବର୍ଷରେ ଥରେ ପ୍ରୟାଗରାଜରେ ହୋଇଥାଏ ମହାକୁମ୍ଭ ମେଳା।

Post Views: 57
Tags: a divine festival of faithInauguration and foundation stone of various developmental projects worth Rs 5.5 crore in PrayagrajMahakumbh
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In