• About Us
  • Contact Us
Monday, May 11, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବଢିଲା ପିଏମ ଫସଲ ବୀମା ଆବଣ୍ଟନ ରାଶି, ଡିଏପିରେ ମିଳିବ ସବସିଡି

by Voice of Victims
January 1, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ବଢିଲା ପିଏମ ଫସଲ ବୀମା ଆବଣ୍ଟନ ରାଶି, ଡିଏପିରେ ମିଳିବ ସବସିଡି

ନୂଆଦିଲ୍ଲୀ: ନୂଆବର୍ଷରେ ଚାଷୀଙ୍କ ପାଇଁ ଖୁସି ଖବର । ଚାଷୀଙ୍କୁ ଅତିରିକ୍ତ ସବସିଡି ସହ ପିଏମ ଫସଲ ବୀମା ଆବଣ୍ଟନ ରାଶି ବଢାଇଲେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତିରେ ମୋହର ବାଜିଛି । ପିଏମ ଫସଲ ବୀମା ଆବଣ୍ଟନକୁ ୬୯, ୫୧୫ କୋଟିକୁ ବୃଦ୍ଧି କରାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଓ କୃଷକଙ୍କ ବିକାଶ ଲକ୍ଷ୍ୟ ନେଇ ଅନେକ ଯୋଜନା କରିଛନ୍ତି । ଏଥିରେ ବୀମା ଏକ ପ୍ରମୁଖ ଯୋଜନା ଭାବେ ଅନ୍ତର୍ଭୁକ୍ତ । ଏହାଦ୍ବାରା ୪ କୋଟି ଚାଷୀଙ୍କୁ ଲାଭ ମିଳିବ । ଫସଲ ବୀମା ଯୋଜନାର ଲାଭ ଛୋଟ ଚାଷୀଙ୍କୁ ମଧ୍ୟ ମିଳିବ । ଫସଲ ବୀମା ଯୋଜନା ନୂଆ ସ୍ତରରେ ଚାଷୀଙ୍କୁ ଦିଆଯିବ । ଏହି ଯୋଜନା ଯୋଗୁଁ ଚାଷୀଙ୍କ ଅବସ୍ଥାରେ ସୁଧାର ଆସିବ । ୟୁପିଏ ସରକାରଙ୍କ ଏହି ସ୍କିମ ଚାଷୀଙ୍କ ପାଇଁ ଠିକ୍ ଭାବେ କାମ କରୁନାହିଁ । ତେଣୁ ଫସଲ ବୀମା ଯୋଜନାକୁ ସରଳ କରିବାକୁ ଏହାର ନିୟମ ଏବଂ ନିୟମାବଳୀରେ ସଂଶୋଧନ କରାଯିବ । ଶସ୍ତା ମୂଲ୍ୟରେ ଏବଂ ସହଜ ନିୟମ ଅନୁଯାୟୀ ଫସଲ ବୀମାଭୁକ୍ତ ହେବା ପାଇଁ ବ୍ୟବସ୍ଥା କରାଯିବ । ସେହିପରି ଡିଏପି ସାର ଉତ୍ପାଦନ କରୁଥିବା କମ୍ପାନିଗୁଡିକ ପାଇଁ ସରକାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଅନୁମୋଦନ କରିଛନ୍ତି । ସବସିଡି ବ୍ୟତୀତ ସରକାର କମ୍ପାନିମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବେ । ଡିଏପି ସାରକୁ ୧୩୫୦ ଟଙ୍କାରେ ଦେବାକୁ ନିଷ୍ପତ୍ତି ହୋଇଛି । ଯାହାର ଦାମ୍ ୩୦୦୦ ଟଙ୍କା ଥିଲା । ଏଥିପାଇଁ ୩୮୫୦ କୋଟି ଟଙ୍କାର ସବସିଡି ଦିଆଯିବ । ଏଥିସହ ଅନ୍ୟ ସବୁ କ୍ଷେତ୍ରରେ ମଧ୍ୟ କୃଷକଙ୍କୁ ଅତିରିକ୍ତ ସବସିଡି ଦେବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ସରକାର ଏହି ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ସୂଚନାଯୋଗ୍ୟ, ଭାରତ ମୋଟ ଡିଏପିର ଏକ ବଡ଼ ଅଂଶ ଆମଦାନି କରେ । ଆମଦାନୀ ମୁଖ୍ୟତଃ ଚୀନ୍, ସାଉଦି ଆରବ ଏବଂ ମରୋକୋ ଭଳି ଦେଶରୁ କରାଯାଇଥାଏ । ଅନ୍ତର୍ଜାତୀୟ ବଜାରରେ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁ ଡିଏପିର ମୂଲ୍ୟ ବୃଦ୍ଧି ହୋଇଥାଏ । ଏଭଳି ପରିସ୍ଥିତିରେ ଚାଷୀଙ୍କୁ ଆଶ୍ବସ୍ତି ଯୋଗାଇବା ପାଇଁ ସରକାର ସବସିଡି ପ୍ରଦାନ କରୁଛନ୍ତି ।

Post Views: 63
Tags: Increased PM crop insurance allocation amount
Share198Tweet124Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In