• About Us
  • Contact Us
Sunday, September 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତକୁ ଭୟଙ୍କର ସୁପର ଏଲ୍ ନିନୋ ସଙ୍କଟ, ଜରୁରୀକାଳୀନ ଚେତାବନୀ ଜାରି କଲେ ପରିବେଶବିତ୍

by Voice of Victims
September 20, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଭାରତକୁ ଭୟଙ୍କର ସୁପର ଏଲ୍ ନିନୋ ସଙ୍କଟ, ଜରୁରୀକାଳୀନ ଚେତାବନୀ ଜାରି କଲେ ପରିବେଶବିତ୍

ନୂଆଦିଲ୍ଲୀ: Super El Nino ସୁପର ଏଲ୍ ନିନୋ ସଙ୍କଟ । ପରିବେଶବିତଙ୍କ ଚେତାବନୀ । ଭାରତକୁ ମହାବାତ୍ୟା-ଉତ୍ତାପ ଭୟ । ଆସୁଛି ବଡ଼ ବିପତ୍ତି । ନଭେମ୍ବର ୨୦୨୬ ରୁ ୨୦୨୭ ପ୍ରାରମ୍ଭିକ ମାସଗୁଡ଼ିକ ମଧ୍ୟରେ ଭାରତକୁ ଏକ ଭୟଙ୍କର “ସୁପର” ଏଲ୍ ନିନୋ (Super El Nino) ପ୍ରଭାବିତ କରିବାକୁ ଯାଉଛି । ଏହାକୁ ନେଇ ୧୮୮ ଜଣ ଭାରତୀୟ ପରିବେଶ ବିଜ୍ଞାନୀ ଏକ ଜରୁରୀକାଳୀନ ଚେତାବନୀ ଜାରି କରିଛନ୍ତି ।

ପ୍ରଶାନ୍ତ ମହାସାଗରର ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୪.୦°C ପର୍ଯ୍ୟନ୍ତ ବୃଦ୍ଧି ପାଇବା ଆଶଙ୍କା ଥିବାରୁ, ବୈଜ୍ଞାନିକମାନେ ତୁରନ୍ତ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା ସମୁଦ୍ରର ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇବ । ଯାହା ଭାରତର ସାମୁଦ୍ରିକ ଅଞ୍ଚଳରେ ଥିବା ସୂକ୍ଷ୍ମ ପ୍ରବାଳ ପ୍ରାଚୀର ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେବ । ପଶ୍ଚିମଘାଟ ଭଳି ସମ୍ବେଦନଶୀଳ ଅଞ୍ଚଳରେ ଲମ୍ବା ସମୟ ଧରି ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ । ଯାହାଫଳରେ ବଡ଼ ବଡ଼ କ୍ରାନ୍ତୀୟ ବୃକ୍ଷ ଗୁଡ଼ିକ ଶୁଖିଯିବେ ଏବଂ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ବହୁତ ବଢ଼ିଯିବ । ଅତ୍ୟଧିକ ଗରମ ଏବଂ ଦୁର୍ବଳ ମୌସୁମୀ ବାୟୁ ଯୋଗୁଁ ଜଳାଶୟଗୁଡ଼ିକର ଜଳସ୍ତର ହ୍ରାସ ମଧ୍ୟ ପାଇବ । ଏହା ସିଧାସଳଖ ଶୀତକାଳୀନ ଫସଲ ଉପରେ ଖରାପ ପ୍ରଭାବ ପକାଇବ । ଯାହା ଚାଷୀ, ଗୋପାଳକ ଏବଂ ମତ୍ସ୍ୟଜୀବୀମାନଙ୍କ ପାଇଁ ସଙ୍କଟ ଆଣିବ ।

କଂକ୍ରିଟ୍ ସହରଗୁଡ଼ିକରେ ହିଟ୍-ଆଇଲ୍ୟାଣ୍ଡ ପ୍ରଭାବ ଯୋଗୁଁ ଲକ୍ଷ ଲକ୍ଷ ସହରବାସୀ ଅସହ୍ୟ ଗରମର ସାମ୍ନା କରିବେ । ବୈଜ୍ଞାନିକମାନଙ୍କ ଅନୁସାରେ, ଏହି “ସୁପର” ଏଲ୍ ନିନୋ ଯୋଗୁଁ ଗଛଗୁଡ଼ିକରେ ଠିକ୍ ସମୟରେ ଫଳ ଫଳିବ ନାହିଁ ଏବଂ ପଶୁପକ୍ଷୀଙ୍କ ପ୍ରଜନନ ତଥା ପ୍ରବାସ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହେବ । ଏହି ଚେତାବନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ସଂସ୍ଥା ଏବଂ ପାଣ୍ଠି ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କୁ ଜରୁରୀକାଳୀନ ଅନୁସନ୍ଧାନ ପାଇଁ ଅନୁମତି ଓ ସହାୟତା ମାଗିବା । ବୈଜ୍ଞାନିକମାନଙ୍କ ମତରେ, ଏହି ପ୍ରାକୃତିକ ବିପର୍ଯ୍ୟୟକୁ ରୋକି ପାରିବା ନାହିଁ, କିନ୍ତୁ ସ୍ଥାନୀୟ ପାଣିପାଗ କେନ୍ଦ୍ର ଏବଂ ପରିବେଶ ଉପରେ ନଜର ନ ରଖିଲେ ଆଗାମୀ ଦିନରେ ଏହାର ପରିଣାମ ଆହୁରି ଭୟଙ୍କର ହେବ ।

Post Views: 3
Share196Tweet123Send
Voice of Victims

Voice of Victims

Recent Posts

  • ସାକ୍ଷରତାର ନୂଆ ସକାଳ: ରଣପୁରରେ ଉଲ୍ଲାସ ପରୀକ୍ଷା, ସାମିଲ ହେଲେ ୬ ହଜାର ପରୀକ୍ଷାର୍ଥୀ, ପରୀକ୍ଷାର୍ଥୀଙ୍କ ସହ କଥା ହେଲେ ଅତିରିକ୍ତ ନିର୍ଦ୍ଦେଶିକା
  • ଭାରତକୁ ଭୟଙ୍କର ସୁପର ଏଲ୍ ନିନୋ ସଙ୍କଟ, ଜରୁରୀକାଳୀନ ଚେତାବନୀ ଜାରି କଲେ ପରିବେଶବିତ୍
  • ରେଲିଂ ଭାଙ୍ଗି ପୋଲ ତଳକୁ ଖସିପଡିଲା BMW, ୩ ମୃତ ଓ ଜଣେ ଗୁରୁତର ଆହତ
  • ଓରାଙ୍ଗଉଟାନ ରହସ୍ୟ ଖୋଲିବାକୁ କ୍ରାଇମବ୍ରାଞ୍ଚ STFର ଜୋରଦାର ତଦନ୍ତ, CCTV ଯାଞ୍ଚ
  • ଭୁବନେଶ୍ବରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ମହାନଦୀ ଜଳ ବିବାଦ ସମାଧାନ ଖୁବଶୀଘ୍ର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In