• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବିଭତ୍ସ ହତ୍ୟାକାଣ୍ଡ, ଥରିଲା କେରଳ, ପରିବାରର ୪ଜଣଙ୍କ ସହ ୫ଙ୍କୁ ହାତୁଡିରେ ଛେଚି ହତ୍ୟା

by Voice of Victims
February 25, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ବିଭତ୍ସ ହତ୍ୟାକାଣ୍ଡ, ଥରିଲା କେରଳ, ପରିବାରର ୪ଜଣଙ୍କ ସହ ୫ଙ୍କୁ ହାତୁଡିରେ ଛେଚି ହତ୍ୟା

ଥିରୁଅନନ୍ତପୁରମ: କେରଳର ଥିରୁଅନନ୍ତପୁରମ୍‌ରେ ଘଟିଥିବା ଏକ ବିଭତ୍ସ ହତ୍ୟାକାଣ୍ଡ ସମଗ୍ର ରାଜ୍ୟକୁ ଦୋହଲାଇଦେଇଛି। ଜଣେ ଯୁବକ ନିଜ ପରିବାରର ୪ ସଦସ୍ୟଙ୍କ ସହ ପ୍ରେମିକାଙ୍କୁ ମିଶାଇ ମୋଟ୍ ୫ଜଣଙ୍କୁ ହତ୍ୟା କରିଛନ୍ତି। ସମସ୍ତଙ୍କୁ ହାମର ବା ବଡ଼ ହାତୁଡିରେ ଛେଚି ଲହୁଲୁହାଣ କରିବା ପରେ ଚାପଡରେ ହାଣି ମାରିଛନ୍ତି। ମୃତକଙ୍କ ମଧ୍ୟରେ ଅଭିଯୁକ୍ତ ଯୁବକଙ୍କ ନିଜ ଜେଜେମା, ନାବାଳକ ଭାଇ (୧୩ ବର୍ଷ), ସାନ ବାପା, ସାନ ମା, ଏବଂ ପ୍ରେମିକା ମଧ୍ୟ ସାମିଲ ଅଛନ୍ତି। ତେବେ ଅଭିଯୁକ୍ତ ନିଜ ମା’ଙ୍କୁ ହତ୍ୟା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ ମଧ୍ୟ ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି। କିନ୍ତୁ ଡାକ୍ତରୀ ସୂତ୍ରରୁ ମିଳିଥିବା ସୂଚନାନୁସାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବେଶ୍ ଜଟିଳ ରହିଛି, ବଞ୍ôଚବା ଆଶା ବେଶ୍ କ୍ଷୀଣ ରହିଛି। ଅଭିଯୁକ୍ତ ଯୁବକର ନାମ ଆଫାନ୍ (୨୩) ଏବଂ ସେ ଏହି ଜଘନ୍ୟ ହତ୍ୟାକାଣ୍ଡ ଭିଆଇବା ପରେ ସୋମବାର ସନ୍ଧ୍ୟାରେ ଭେଞ୍ଜାରାମୁଡରେ ଥିବା ପୁଲିସ ଷ୍ଟେସନରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ୍ ପ୍ରଥମେ ତାଙ୍କ କଥାକୁ ବିଶ୍ୱାସକୁ ନେଇନଥିଲେ ମଧ୍ୟ ପରେ ଘଟଣାସ୍ଥଳକୁ ଯାଇ ବାସ୍ତବ ଘଟଣା ଦେଖିବାକୁ ପାଇଥିଲା। ଆଫାନ୍ ଉପରୋକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିବା ପାଇଁ ଦିନ ତମାମ ପୃଥକ୍ ପୃଥକ୍ ସ୍ଥାନକୁ ଯାତ୍ରା ମଧ୍ୟ କରିଥିବା ସ୍ୱୀକାର କରିଛି। ଆଫାନ୍ ସର୍ବପ୍ରଥମେ ନିଜ ମା ଶେମିଙ୍କୁ ଆକ୍ରମଣ କରିଥିଲେ। ଶେମି ଜଣେ କ୍ୟାନସର ରୋଗୀ ଥିଲେ ବୋଲି ଜଣାପଡିଛି। ଶେମି ମୁମୁର୍ଷୁ ତଥା ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ବେଳେ ଆଫାନ୍ ନିଜ ଜେଜେମା ସଲ୍‌ମା ବିବି (୯୨) ଯିଏକି ତାଙ୍କ ଘର ଠାରୁ ୧୬ କିମି ଦୂର ପାନ୍‌ଗୋଡେ ଗ୍ରାମରେ ରହୁଥିଲେ, ତାଙ୍କ ପାଖକୁ ମୋଟରସାଇକେଲ ଯୋଗେ ଯାଇଥିଲେ। ସେଠାରେ ସେ ଜେଜେମା’ଙ୍କ ସମେତ ନିଜ ସାନବାପା ଲତିଫ୍ (୬୯) ଯିଏକି ଜଣେ ଅବସରପ୍ରାପ୍ତ ସିଆରପିଏଫ୍ ଅଧିକାରୀ ଥିଲେ ଏବଂ ତାଙ୍କ ପତ୍ନୀ (ଆଫାନ୍‌ଙ୍କ ନିଜ ଖୁଡୀ) ସଜିଥା ବିବି (୫୯)ଙ୍କୁ ମଧ୍ୟ ହାତୁଡିରେ ଛେତି ହତ୍ୟା କରିଥିଲେ। ପରେ ସେ ନିଜ ଗାର୍ଲଫ୍ରେଣ୍ଡ୍ ବା ପ୍ରେମିକା ଫର୍ସାନା (୧୯)ଙ୍କ ଘରକୁ ଯାଇଥିଲେ। ଫର୍ସାନାଙ୍କୁ ସେଠାରୁ ମିଛ ସତ କହି ନିଜ ଘରକୁ ନେଇଆସିଥିଲେ ଏବଂ ହତ୍ୟା କରିଥିଲେ। ଏହା ପରେ ସେ ସ୍କୁଲ ଯାଇଥିବା ନିଜ ୧୩ ବର୍ଷୀୟ ନାବାଳକ ସାନଭାଇ ଆହସାନ୍‌ଙ୍କୁ ଅପେକ୍ଷା କରିଥିଲେ। ଆହସାନ୍ ଘରକୁ ଫେରିବା ପରେ ଆଫାନ୍ ପ୍ରଥମେ ତାଙ୍କୁ ବାହାରକୁ ନେଇଯାଇ ଏକ ହୋଟେଲରେ ଖୋଇଥିଲେ ଏବଂ ପରେ ଘରକୁ ଆଣି ତାଙ୍କୁ ମଧ୍ୟ ହାତୁଡିରେ ଛେଚି ହତ୍ୟା କରିଥିଲେ। ପୁଲିସ୍‌କୁ ଅଭିଯୁକ୍ତ ଯୁବକଜଣକ ଦେଇଥିବା ବୟାନ୍ ଅନୁସାରେ ସେ ବ୍ୟବସାୟରେ ବ୍ୟାପକ କ୍ଷତି ସହିଥିଲେ। ଏହି କାରଣରୁ ସେ ଅତ୍ୟଧିକ ଋଣ କରିଥିଲେ ଏବଂ ଋଣ ଅର୍ଥ ଶୁଝିବାକୁ ସେ ବାରମ୍ବାର ନିଜ ପରିବାର ଲୋକଙ୍କ ଉପରେ ଚାପ ପକାଉଥିଲେ। କିନ୍ତୁ ପରିବାର ଲୋକେ ଏତେ ବଡ଼ ଋଣ ଶୁଝିବାକୁ ରାଜି ହୋଇନଥିଲେ। ଏପରିକି ଅଭିଯୁକ୍ତ ଯୁବକଙ୍କ ପ୍ରେମିକା ମଧ୍ୟ ତାଙ୍କୁ ନିଜ ଠାରୁ ଦୂରେଇବା ଆରମ୍ଭ କରିଦେଇଥିଲେ। ଏଥିରେ ବିତସ୍ପୃହ ହୋଇ ଯୁବକଜଣକ ପ୍ରେମିକା ସହ ନିଜ ପରିବାର ୪ଜଣଙ୍କୁ ହତ୍ୟା କରିଥିବା ନିଜେ ପୁଲିସ୍ ନିକଟରେ ଆତ୍ମସମର୍ପଣ ପୂର୍ବକ ସ୍ୱୀକାର କରିଛନ୍ତି। ପୁଲିସ୍ ଏବେ ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବ୍‌ଶୀଘ୍ର ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି। ଏସବୁ ମଧ୍ୟରେ ପୁଲିସ୍ ଷ୍ଟେସନ୍‌ରେ ଥିବା ବେଳେ ଆଫାନ୍ ଷ୍ଟେସନ ଭିତରେ ହିଁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ କିଛି ପୁଲିସ୍ କର୍ମଚାରୀ ତାଙ୍କୁ ତୁରନ୍ତ ନିକଟସ୍ଥ ପୁଲିସ ଷ୍ଟେସନକୁ ନେଇଯାଇଥିଲେ ଯେଉଁଠାରେ ଏବେ ତାଙ୍କର ଚିକିତ୍ସା ଚାଲିଛି ବୋଲି କୁହାଯାଉଛି। ମାନସିକ ସ୍ତରରେ ବେଶ୍ ସ୍ୱାଭାବିକ ଥିବା ଆଫାନ୍ ଏପରି ଅଘଟଣ ଘଟାଇବା ପଛର ବାସ୍ତବ କାରଣ ସେ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିବା ପରେ ଜଣାପଡିବ ବୋଲି ପୁଲିସ୍ କହିଛି।

Post Views: 51
Tags: Indiscriminate murders shook Kerala
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In