• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍ ପୂର୍ବରୁ ଶିଳ୍ପ ମନ୍ତ୍ରୀଙ୍କ ବଡ଼ ସୂଚନା: ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ହେବ ବିଶ୍ୱସ୍ତରୀୟ

by Voice of Victims
January 25, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍ ପୂର୍ବରୁ ଶିଳ୍ପ ମନ୍ତ୍ରୀଙ୍କ ବଡ଼ ସୂଚନା: ପାରାଦୀପ, ଧାମରା ଓ ଗୋପାଳପୁର ବନ୍ଦର ହେବ ବିଶ୍ୱସ୍ତରୀୟ

ଭୁବନେଶ୍ୱର: ଓଡ଼ିଶାର ତିନୋଟି ପ୍ରମୁଖ ବନ୍ଦର ପାରାଦୀପ, ଧାମରା ଓ ଗୋପାଳପୁରକୁ ବିଶ୍ୱସ୍ତରୀୟ ବନ୍ଦରର ପରିଣତ କରାଯିବ। ଏଥିସହ ଇଞ୍ଚୁଡ଼ିି, ବାହୁଦା ଓ ସୁବଣ୍ଣର୍ରେଖା ଭଳି ନୂତନ ବନ୍ଦର ନିର୍ମାଣ କାର୍ଯ୍ୟ ବି ଧାର୍ଯ୍ୟ ସମୟ ଭିତରେ ଶେଷ ହେବ। ଏହି ବନ୍ଦର ଗୁଡ଼ିକର ବିକାଶ ହେଲେ ଓଡ଼ିଶାକୁ ଏକ ପୁଞ୍ଜି ନିବେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ପରିଣତ କରିବା ସହଜ ହେବ। ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ ପୂର୍ବରୁ ଏହି ବଡ଼ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ। ସେ କହିଛନ୍ତି ଯେ, ଓଡ଼ିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭୋବ ଗଢ଼ି ତୋଳିବାକୁ ଡବଲ୍ ଇଂଜିନ୍ ସରକାରଙ୍କ ଉଦ୍ୟମରେ ଏଭଳି ବିଶ୍ୱସ୍ତରୀୟ କନକ୍ଲେଭ ଆୟୋଜିତ ହେବାକୁ ଯାଉଛି। ଭୁବେନଶ୍ୱରର ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ ହେବ। ୨୦୨୫ ଜାନୁଆରି ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍ ଓଡିଶାର ପୁଂଜିନିବେଶ ପାଇଁ ଏକ ମାଇଲଖୁଣ୍ଟ ତଥା ଐତିହାସିକ କାର୍ଯ୍ୟକ୍ରମ ହେବ। ଏହା ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଭବିଷ୍ୟତକୁ ନୂତନ ଓ ବ୍ୟାପକ କରିବାରେ ସହାୟକ ହେବ। ମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ରାଜ୍ୟରେ ପୁଞ୍ଜିନେିବଶ, ଶିଳ୍ପ ଅଭିବୃଦ୍ଧି ତଥା ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ। ଏହି ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ ପ୍ରମୁଖ ଶିଳ୍ପ କ୍ଷେତ୍ରରେ ପୁଂଜନିବେଶ ଉପରେ ବିଶେଷ ଧ୍ୟାନ ଦିଆଯିବ। ଖଣି, ରସାୟନ ଶିଳ୍ପ, ଧାତୁ ଶିଳ୍ପ, ବୟନଶିଳ୍ପ, ଅକ୍ଷୟ ଶକ୍ତି, ସବୁଜ ଶକ୍ତି ଓ ଆଇଟି ଭଳି କ୍ଷେତ୍ରେର ପୁଂଜିନିବେଶ ପାଇଁ ବିଶେଷ ଧ୍ୟାନ ଦିଆଯିବ। ଏହି ସମ୍ମଳନୀ ମାଧ୍ୟମରେ ଏସବୁ କ୍ଷେତ୍ରରେ ଅଧିକରୁ ଅଧିକ ପୁଂଜିବିନିଯୋଗ ଓ ସହଭାଗିତା ବଢ଼ାଇବା ଉପରେ ଗୁୁରୁତ୍ୱ ଦିଆଯିବ। ମନ୍ତ୍ରୀ କହିଛନ୍ତି ଯେ, ଆମ ସରକାରଙ୍କ ଲକ୍ଷ୍ୟ ସ୍ପଷ୍ଟ। ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ତଥା ଅନ୍ତର୍ଭୁକ୍ତିକରଣ ରାଜ୍ୟରେ ପରିଣତ କରିବା। ଦୀଘର୍ସ୍ଥାୟୀ ଅଭିବୃଦ୍ଧି, ନୂତନ ନିଯୁକ୍ତି ସୃଷ୍ଟି ଓ ଆର୍ଥିକ ଲାଭ ଯେପରି ରାଜ୍ୟର କୋଣ ଅନେୁକାଣରେ ପହଂଚି ପାରିବ ତାହା ସୁନିଶ୍ଚିତ କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ। ବିଶେଷକରି ଇଲେକ୍ଟ୍ରୋନିକ୍ସ ଉତ୍ପାଦ, ଅକ୍ଷୟ ଶକ୍ତି, ବୋୟୋଟେକ୍ନୋଲାଜି ଓ ସବୁଜ ଇନ୍ଧନ ଭଳି ଉଦୀୟମାନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ମଧ୍ୟ ଆମେ ଜୋର ଦେଉଛୁ। ଓଡ଼ିଶାର ଭବିଷ୍ୟତ ହେଉଛି ଏହାର ଶିଳ୍ପ ଭିତ୍ତିଭୂମିରେ ବିବିଧତା ଆଣିବା । କେବଳ ଉଚ୍ଚ ଅଭିବୃଦ୍ଧି ନୁହେଁ ବରଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଥିବା ଶିଳ୍ପର ଉପଯୋଗ କରିବା। ଗ୍ରିନ୍ ହାଇଡ୍ରୋଜେନ୍‌, ଗ୍ରିନ୍ ଆମୋନିଆ ଓ ବର୍ଜ୍ୟବସ୍ତୁରୁ ଶକ୍ତି ପ୍ରକଳ୍ପ କ୍ଷେତ୍ରରେ ଆଗୁଆ ପଦେକ୍ଷପ ନେଇ ରାଜ୍ୟ ସବୁଜ ଶକ୍ତି ଓ ସ୍ଥାୟୀ ଜ୍ଞାନକୌଶଳ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି। ମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପ ଅଭିବୃଦ୍ଧିର ଏକ ପ୍ରମୁଖ କାରଣ ହେଉଛି ଭିତ୍ତିଭୂମି। ଆମ ସରକାର ଏହି ଦିଗରେ ଅନେକ ଗରୁତ୍ୱପୂର୍ଣ୍ଣ ପଦେକ୍ଷପ ଗ୍ରହଣ କରିଛନ୍ତିି। ପୁଞ୍ଜିନିବେଶକୁ ସମଥର୍ନ କରିବା ପାଇଁ, ଆମେ ଉଭୟ ବିଦ୍ୟମାନ ଭିତ୍ତିିଭୂମିର ଉନ୍ନତିକରଣ ସହ ନୂତନ ଭିତ୍ତିଭୂମି ନିର୍ମାଣ ଉପରେ ଧ୍ୟାନ ଦେଉଛୁ ବୋଲି ପ୍ରକାଶ କରିଛନ୍ତି।

Post Views: 51
Tags: Industry Minister's Big Announcement Ahead of Excellence Odisha Conclave: Paradip
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In