• About Us
  • Contact Us
Sunday, May 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ମହାପ୍ରଭୁଙ୍କ ଜମିରେ ଲାଗିଲା ସୂଚନାଫଳକ

by Voice of Victims
January 31, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ମହାପ୍ରଭୁଙ୍କ ଜମିରେ ଲାଗିଲା ସୂଚନାଫଳକ

ଭୁବନେଶ୍ବର: ପୁରୀ ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିକୁ ପ୍ଲଟିଂକରି ବେଆଇନ୍ ଭାବେ ବିକ୍ରି କରିବା ଘଟଣାରେ ଜବରଦଖଲକାରୀଙ୍କୁ ଲାଗିଛି ବଡ଼ ଝଟ୍‌କା। ଏହି ଜାଗାରେ ସିମେଣ୍ଟ ଖୁଣ୍ଟ ପୋତି ତାରବାଡ଼ ବୁଲାଇଯାଇଥିବା ଦେଖିବା ପରେ ଏଠାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଠାରେ ସୂଚନା ଫଳକ ଲଗାଯାଇଛି। ଏହି ଜମି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ନିଜସ୍ୱ ଭୂସମ୍ପତ୍ତି ବୋଲି ସ୍ପଷ୍ଟକରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ‘ଏହା ଶ୍ରୀମନ୍ଦିରର ନିଜସ୍ୱ ଭୂସମ୍ପତ୍ତି ଏବଂ ଅନଧିକାର ପ୍ରବେଶ ଆଇନ୍ ଅନୁଯାୟୀ ଦଣ୍ଡନୀୟ ଅପରାଧ’ ବୋଲି ସୂଚନାଫଳକରେ ଉଲ୍ଲେଖ କରାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ତାଳବଣିଆ ମୌଜା ଖାତା ନମ୍ବର୍ ୭୯୧ର ୬ଟି ପ୍ଲଟ୍‌ର ପ୍ରାୟ ୫୦ ଡିସିମିଲ୍ ଜାଗାକୁ ତାରବାଡ଼ ବୁଲାଇ ଜବରଦଖଲ କରାଯାଇଥିଲା। କୁମ୍ଭାରପଡ଼ା ଥାନାରେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ଦିଆଯାଇଥିଲା। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ପ୍ରଶାସନ ଗତ ୨୯ ତାରିଖରେ କୁମ୍ଭାରପଡ଼ା ଥାନାରେ ଏନେଇ ଏତଲା ଦେଇଥିଲା। ଏହି ଜାଗା ପୂର୍ବରୁ ନେବଳ ଦାସ ମଠ ଅଧୀନରେ ଥିଲା। ମଠର ସେବା କରୁଥିବା ପରିବାର ଏଠାରେ ରହୁଥିଲେ। କିନ୍ତୁ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପରେ ଏହି ଜମି ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଚାଲିଯାଇଛି।

Post Views: 251
Share214Tweet134Send
Voice of Victims

Voice of Victims

Recent Posts

  • ବାଲିଅନ୍ତା ଭିଡ଼ ହିଂସା ଘଟଣା; ଅତ୍ୟନ୍ତ କ୍ଷବ୍ଧ ମୁଖ୍ୟମନ୍ତ୍ରୀ ଦେଲେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
  • ଆସନ୍ତା ୧୧ରୁ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ
  • ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ, ସମାରୋହରେ ରାହୁଲ ଗାନ୍ଧୀ ସାମିଲ
  • ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର
  • ‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ ! ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In